www.samajalive.in
Friday, December 5, 2025
20.1 C
Bhubaneswar

ରାଜ୍ୟ ମହିଳା କମିଶନର ଆଇନ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର : ମହିଳାଙ୍କ ଅଧିକାର ଓ ସେମାନଙ୍କ ପାଇଁ ଥିବା ଆଇନକୁ ଗୁରୁତ୍ୱ ଦିଆଯିବ। ମଙ୍ଗଳବାର କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପରେ ରାଜ୍ୟ ମହିଳା କମିଶନ ପକ୍ଷରୁ ଜିଲା ସମାଜ ମଙ୍ଗଳ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଆଇନ ସଚେତନତା କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଡ.ମିନତୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

ଏଥିରେ ଏସ୍‌ପି ନୀତିନ କୁଶଲକର, ଏଡିଏମ୍ ଅନନ୍ତ ନାରାୟଣ ସିଂ ଲାଗୁରୀ, ମହିଳା କମିଶନ ସଦସ୍ୟା ଜେଲିନା ପ୍ରିୟଦର୍ଶନୀ, କମିଶନର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟା ବାଇୱା, କମିଶନ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି, ଭାରପ୍ରାପ୍ତ ଜିଲା ସମାଜ ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।  ଅଧ୍ୟକ୍ଷା ଡ.ବେହେରା କମିଶନ ଗଠନ, ଦାୟିତ୍ୱ ଓ ବିଭିନ୍ନ କାର୍ଯ୍ୟାବଳି ସଂପର୍କରେ ସୂଚନା ଦେଇଥିଲେ। ଏସ୍‌ପି ଶ୍ରୀ କୁଶଲକର ପୁଲିସ ପକ୍ଷରୁ ମହିଳାମାନଙ୍କ ପାଇଁ ଥିବା ସୁରକ୍ଷା ନିର୍ଦ୍ଦେଶାବଳୀ ଓ ସଚେତନତା କାର୍ଯ୍ୟକ୍ରମ ସଂପର୍କରେ କହିଥିଲେ। କରୋନା ସମୟରେ ଉଲ୍ଲେଖନୀୟ କାମ କରିଥିବା ବିବିଏମ୍ସିଏଚ୍‌ର ଆସୋସିଏଟ୍ ପ୍ରଫେସର୍ ଡା.ଦେଶବନ୍ଧୁ ବେହେରା, କାର୍ଯ୍ୟକ୍ରମ ଅଧିକାରୀ ଭଗବତୀ ଗୁରୁ, ଲିନା ବାବୁ, ଏଡଭୋକେଟ ଏସ୍.ଲତାଶ୍ରୀ, ପଲ୍ଲି ନିକେତନର ସଂପାଦକ ଟଙ୍କଧର ମହାକୁର, ଭୁତିଆରବାହାଲ ସରପଞ୍ଚ ପୁଷ୍ପିତା ସାହୁ, ଠିକାଦାରପଡ଼ା ଗାୟତ୍ରୀ ଏସ୍ଏଚ୍‌ଜି, ଟାଉନ୍ ଥାନା ଏସ୍ଆଇ ପୁର୍ଣ୍ଣିମା ଓରାମ, ସାନଗୁର୍ଜିଭଟା ଅଙ୍ଗନବାଡି ଦିଦି ସନ୍ଧ୍ୟାରାଣୀ ଗିରି, ସିଏଚ୍ସି ବେଲପଡ଼ା ଆଶା କର୍ମୀ ଉମା ପ୍ରଧାନଙ୍କୁ ଅତିଥିମାନେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଡିଏସ୍‌ଡବ୍ଲ୍ୟୁ କାଯ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ ଡିଏସ୍‌ଡବ୍ଲ୍ୟୁ ସେ ଧନ୍ୟବାଦ ଦେଇଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories