www.samajalive.in
Friday, December 5, 2025
23.1 C
Bhubaneswar

ହିତାଧିକାରୀଙ୍କ ଆକାଉଣ୍ଟରୁ ଉଠିଲା ଟଙ୍କା, ବ୍ୟାଙ୍କ କହିଲା ଆମେ ଦାୟୀ ନୁହେଁ

ବଲାଙ୍ଗିର : ଜାନୁଆରୀ ୧୭ରୁ ଫେବୃୟାରୀ ୨୫ ମଧ୍ୟରେ ପର୍ଯ୍ୟାୟ କ୍ରମରେ ଟଙ୍କା ଉଠିଛି ଆକାଉଣ୍ଟରୁ। ହଜାରେ କିମ୍ବା ୨ ହଜାର ନୁହେଁ, ଲକ୍ଷାଧିକ ଟଙ୍କା ନେଇଯାଇଛି ସାଇବର୍ ଠକ। ଦୟା କରି କିଛି ହଜାର ଟଙ୍କା ଫେରାଇ ଦେଇଛି ଠକ। ଏଭଳି ପରିସ୍ଥିତରେ ଜଣେ ହିତାଧିକାରୀ ବ୍ୟାଙ୍କର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଆମେ ଦାୟୀ ନୁହେଁ ବୋଲି କହି ଫେରାଇ ଦେଇଥିଲେ ବ୍ୟାଙ୍କ ଅଧିକାରୀ। ଶେଷରେ ହିତାଧିକାରୀ ବଲାଙ୍ଗିର ଟାଉନ୍ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ସାହାଜବାହାଲ ଝରେଇବାହାଲିର ଶେଖ ଅବଦୁଲ ଆଲମ। ସେ ବଲାଙ୍ଗିର ଲାଲଟିକ୍ରା ସ୍ଥିତ ରାଧିକା ନଗରରେ ରହୁଛନ୍ତି। ବଲାଙ୍ଗିର ଏସ୍‌ବିଆଇ ମୁଖ୍ୟଶାଖାରେ ତାଙ୍କର ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟରୁ ୧୭ ଜାନୁଆରୀରୁ ୨୫ ଫେବୃୟାରୀ ମଝିରେ ୧ଲକ୍ଷ ୩୦ହଜାର ୭୦ ଟଙ୍କାରୁ ସାଇବର୍ ଠକ୍ ପର୍ଯ୍ୟାୟ ପର୍ଯ୍ୟାୟ କରି ୧ଲକ୍ଷ ୨୨ହଜାର ୬୫୨ ଟଙ୍କା ନେଇଯାଇଛି। ହିତାଧିକରୀଙ୍କ ଅଭିଯୋଗ ଅନୁସାରେ ଠକ୍ ୭ହଜାର ୪୧୮ ଟଙ୍କା ଉଠାଇବା ପରେ ପୁଣି ଆକାଉଣ୍ଟଙ୍କୁ ଟଙ୍କା ଫେରାଇ ଦେଇଛି । ଏହି ଟଙ୍କା ସେମାନେ ଉଠାଇ ନଥିବା ଅଭିଯୋଗ ବ୍ୟାଙ୍କରେ କରିଥିଲେ ବି ତାଙ୍କ ଅଭିଯୋଗ କେହି ଶୁଣି ନଥିଲେ। କିଛି କରି ହେବ ନାହିଁ କହି ଫେରାଇ ଦେଇଥିଲେ। ଏଥିସହିତ ଆମେ ଦାୟୀ ନୁହେଁ ବୋଲି ଏସ୍‌ବିଆଇ ମୁଖ୍ୟ ଶାଖା ପକ୍ଷରୁ କୁହାଯିବା ପରେ ବଲାଙ୍ଗିର ଟାଉନ୍ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜନାବ ଆଲମ। ଆଇପିସି ୩୭୯ ଓ ୬୬(ସି)ରେ ୧୭୭ ନମ୍ବର ମାମଲା ରୁଜୁ କରି ଟାଉନ୍ ପୁଲିସ ତଦନ୍ତ ଚଳାଇଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories