www.samajalive.in
Sunday, December 7, 2025
26.1 C
Bhubaneswar

ଯୋଗାଣ ମନ୍ତ୍ରୀଙ୍କ ଦ୍ୱାରା ବ୍ରହ୍ମପୁର ଗ୍ରାମରେ ନୂତନ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ

ଗୁରୁଡିଝାଟିଆ: ବ୍ରହ୍ମପୁର ଗ୍ରାମରେ ଆଜି ସ୍ଥାନୀୟ ବିଧାୟକ ତଥା ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନୂତନ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ତଳସାହି କୋଠଘରକୁ ଲୋକାର୍ପିତ କରିଛନ୍ତି। ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନାକୁ ତଳ ସ୍ତରରେ ପହଞ୍ଚାଇ ସେମାନଙ୍କ ସୁଖଦୁଃଖରେ ଭାଗି ହେବା ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗାଁର ପ୍ରତ୍ୟେକ ଘରକୁ ନିଜେ ବୁଲି ଦୁଃଖସୁଖ ବୁଝିବା ସହିତ ମଙ୍ଗଳକାମନା କରିଥିଲେ। ଯାହାକି ଗ୍ରାମବାସୀଙ୍କ ମନକୁ କିଣିନେଇଛି। ଭିତ୍ତିପ୍ରସ୍ତର ଉତ୍ସବରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ବ୍ରହ୍ମପୁର ଗ୍ରାମ ନଦୀକୂଳ ଅଞ୍ଚଳର ଏକ ସଂସ୍କୃତି ସଂପନ୍ନ ଗ୍ରାମ। ଏଠିକାର ଜନସାଧାରଣ ଅତ୍ୟନ୍ତ ସ୍ନେହୀ। ପ୍ରାଣଭଳି ଭଲପାଇବା ସହିତ ମୋର ହାତମୁଠାକୁ ଟାଣ କରିଛନ୍ତି। ଏଣୁ ଗାଁର ଜନସାଧାରଣଙ୍କ ନିକଟରେ ମୁଁ ଚିର ଋଣି ରହିବା ସହିତ ବିଭିନ୍ନ ଅଧୁରା କାର୍ଯ୍ୟ ପୁରଣ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ।

ଗାଁର ସଭାପତି ବାବୁରାମ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଆଠଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦଳାଇ, ଜିଲ୍ଲା ପରିଷଦ ସଦସ୍ୟା ଜାନକୀଲତା ନାଏକ, ବଟକିଶୋର ସେଠୀ, ପୂର୍ବତନ ସରପଞ୍ଚ ରତ୍ନାକର ସାମନ୍ତ,ଲକ୍ଷ୍ମୀପ୍ରିୟା ବେହେରା, ହୃଦାନନ୍ଦ ସାମଲ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଉତ୍ସବରେ ସ୍ଥାନୀୟ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ଯୁବଛାତ୍ରନେତା,ଗ୍ରାମର ମୁରବୀ ଓ ମହିଳାମାନେ ଯୋଗଦେଇଥିଲେ। ଯୁବନେତା ବିଜୟ ସାମଲ ଉତ୍ସବରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅବସରପ୍ରାପ୍ତ ସେନା ଅଧିକାରୀ ବଂଶୀଧର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories