www.samajalive.in
Saturday, December 6, 2025
23.1 C
Bhubaneswar

‘ରାତ୍ର ଧମାକା’ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ‘ସୁଟିଂ ଷ୍ଟାର’ ଦଳ ଚମ୍ପିୟନ

ଭୁବନେଶ୍ୱର/ବଇଁଚୁଆ: ଭୁବନେଶ୍ୱର ଉପକଣ୍ଠ ବଇଁଚୁଆ ଗ୍ରାମରେ ସ୍ଥାନୀୟ ପଲ୍ଲୀପ୍ରଭା ଯୁବ ପରିଷଦ ଆନୁକୂଲ୍ୟରେ ପ୍ରଥମ ‘ରାତ୍ର ଧମାକା’ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମର ୬ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ୍‌ରେ ‘ସୁଟିଂ ଷ୍ଟାର’ ଦଳ ବିଜେତା ସହ ଚମ୍ପିୟନ ହୋଇଥିଲା। ସେହିପରି ‘ସନ୍-୧୧ ଟାଇଗର’ ଉପ ବିଜେତା ଓ ରନର୍ସଅପ୍‌ ହୋଇଥିଲେ। ଯୁବ ଖେଳାଳୀ ମଧୁର ସାହୁ ‘ ମାନ୍ ଅଫ୍ ଦ ସିରିଜ୍’ ଏବଂ ଫାଇନାଲ ମ୍ୟାଚ୍ରେ ପ୍ରମୋଦ ଜେନା ‘ମ୍ୟାନ୍ ଅପ୍ ଦି ମ୍ୟାଚ୍’ ଘୋଷିତ ହୋଇଥିଲେ। ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ୍ ଭାବେ ଚନ୍ଦନ ଭୋଇ ଏବଂ ଶ୍ରେଷ୍ଠ ବୋଲର ଭାବେ ଅଶୋକ ସାହୁ କପ୍ ଜିତିଥିଲେ।


ଯୁବ ପରିଷଦର ସଭ୍ୟ ପ୍ରଦୀପ୍ତ ସାହୁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବା ବେଳେ ପ୍ରଥମ ଦିନ ଯୁବ ପରିଷଦର ଉପଦେଷ୍ଟା ଜନାର୍ଦ୍ଦନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପରିଷଦର ବରିଷ୍ଠ ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା। ଯୁବ ପରିଷଦର ପ୍ରତିଷ୍ଠାତା ଚୈତନ୍ୟ ସାହୁ ଓ ଲକ୍ଷ୍ମୀଧର ସାହୁ ପ୍ରତୀକାତ୍ମକ ଭାବେ ଯଥାକ୍ରମେ ବ୍ୟାଟିଂ ଓ ବୋଲିଂ କରି ମ୍ୟାଚ୍ ଆରମ୍ଭ କରିଥିଲେ। ଯୁବ ପରିଷଦର ସଭ୍ୟ ସରୋଜ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ଲକ୍ଷ୍ମୀଧର ସାହୁ ଓ ପ୍ରଫୁଲ୍ଲ କୁମାର ସାହୁ ବିଜେତା ଏବଂ ଉପ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଶେଷରେ ‘ସୁଟିଂ ଷ୍ଟାର’ ଟିମ୍‌ର ଅଧିନାୟକ ଟୁନିଆ ସାହୁ ଓ ସନ୍-୧୧ ଟିମ୍‌ର ଅଧିନାୟକ ସୂର୍ଯ୍ୟକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories