ଭୁବନେଶ୍ବର: ତାଳଚେରରେ ଖୁବ୍ ଶୀଘ୍ର ଆରମ୍ଭ ହେବ ନୂଆ ତାପଜ ୟୁନିଟ୍ ପ୍ରତିଷ୍ଠା କାର୍ଯ୍ୟ। ନୂଆ ୟୁନିଟ୍ ଲାଗି ୭୭୦୦କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହେବ। ଜମି, ଜଳ ଆଦି ସବୁ ଭିତ୍ତିଭୂମି ଯୋଗାଇ ଦିଆଯାଇଛି। ଖୁବ୍ ଶୀଘ୍ର କାମ ଆରମ୍ଭ ହେବ। ମୁଖ୍ୟଶାସନ ସଚିବଙ୍କ ସହ ବୈଠକ ପରେ ଏନ୍ଟିପିସି ଅଧ୍ୟକ୍ଷ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ମୁଖ୍ୟଶାସନ ସଚିବ ପୁରୁଣା ୟୁନିଟ୍ ଚାଲୁ ରଖିବା ଉପରେ ମୁଖ୍ୟ ସଚିବ ଗୁରୁତ୍ବ ଦେଇଥିଲେ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଦେବାକୁ ମୁଖ୍ୟ ସଚିବ କହିଥିଲେ।
Popular Categories



