www.samajalive.in
Saturday, December 6, 2025
17.1 C
Bhubaneswar

୪ଦଫା ଦାବି ନେଇ ଧର୍ମଶାଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଯାଜପୁର : ଧର୍ମଶାଳା କଂଗ୍ରେସ ପକ୍ଷରୁ୪ ଦଫା ଦାବି ନେଇ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଫିସ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତୁରନ୍ତ ସମସ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି।

ଖବର ଅନୁଯାୟୀ, ଧର୍ମଶାଳା ଅଞ୍ଚଳରେ ବେଆଇନ୍‌ ଲଘୁଖଣିଜ ପରିବହନ, ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ, ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ସହିତ ଅନେକ ଦାବି ନେଇ ଧର୍ମଶାଳା କଂଗ୍ରେସ ପକ୍ଷରୁ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହିଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଥିଲେ । ଧର୍ମଶାଳା ମହୋତ୍ସବ ପଡିଆରୁ ବିଶାଳ ଶୋଭାଯାତ୍ରା ବାହାରି ତହସିଲ ସମ୍ମୁଖର ପହଞ୍ଚିଥିଲା । ଯଦି ଆଗାମୀ ଦିନରେ ପ୍ରଶାସନ ଏସବୁ ଦିଗରେ କିଛି ପଦକ୍ଷେପ ନନେବ ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି କଂଗ୍ରେସ ନେତ୍ରୀ ସ୍ମୃତି ରେଖା କହିଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories