www.samajalive.in
Sunday, December 7, 2025
14.1 C
Bhubaneswar

ଝିଅ ଯୋଗାଇବାକୁ ବାଧ୍ୟ କରୁଥିଲେ ପୁଲିସ ଅଧିକାରୀ, ଅତିଷ୍ଠ ହୋଇ ଆତ୍ମହତ୍ୟା ଉଦ୍ୟମ କଲେ ସିପାହୀ; ତଦନ୍ତ ନିର୍ଦେଶ ଦେଲେ କମିଶନର

ଭୁବନେଶ୍ଵର: ଝିଅ ଯୋଗାଅ, ନଚେତ ଅନ୍ୟ ଜିଲାକୁ ବଦଳି କରିଦେବି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ବାରମ୍ବାର ଧମକ ଏବଂ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ସିପାହୀ। ଏ ନେଇ ସିପାହୀଙ୍କ ସ୍ତ୍ରୀ କମିଶନରେଟ ପୁଲିସରେ ଅଭିଯୋଗ କରିବା ପରେ ମାମଲାଟି ଚର୍ଚ୍ଚାକୁ ଆସିଛି। ସିପାହୀ ନିହାର ରଞ୍ଜନ ନାୟକ ବର୍ତ୍ତମାନ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ଅଭିଯୋଗ ହେବା ପରେ ପୁଲିସ କମିଶନର (ସିପି) ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଅତିରିକ୍ତ ସିପି ଲେଖା ରୋହାନୀ ଏହାର ତଦନ୍ତ କରିବେ।

ଥାନାରେ କରାଯାଇଥିବା ଆଭିଯୋଗ ଆନୁସାରେ, ଓଏସଏପି ୭ମ ବାଟାଲିୟନର ଫ୍ୟାମିଲି ୱେଲଫେୟାର ସେଣ୍ଟରରେ ସିପାହୀ ନିହାର ରଞ୍ଜନ ନାୟକ ଝିଅ ଓ ମହିଳାମାନଙ୍କୁ ଟେଲରିଂ ଶିକ୍ଷା ଦେଇଥାନ୍ତି। ଟେଲରିଂ ଦାୟିତ୍ଵରେ ଥିବାରୁ ନିହାରଙ୍କ ଅଧୀନରେ ୨୩ ଜଣ ମହିଳା ଓ ଯୁବତୀ ବିଭିନ୍ନ ପ୍ରକାର ସିଲେଇ ଓ ହସ୍ତଶିଳ୍ପ କାମ ଶିଖିବାକୁ ଆସିଥାନ୍ତି। ତେବେ ଏହି ମହିଳା ଓ ଯୁବତୀଙ୍କୁ ଯୋଗାଇଦେବା ପାଇଁ କମାଣ୍ଡାଣ୍ଟ ଡିସିପି ପଦରେ ଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ବିଜୟ କୁମାର ସାହୁ ତାଙ୍କୁ ଚାପ ପକାଇ ଆସୁଥିଲେ। ତାଙ୍କ କଥା ନ ଶୁଣିଲେ ଅନ୍ୟ ଜିଲାକୁ ବଦଳି କରିଦେବାକୁ ମଧ୍ୟ କମାଣ୍ଡାଣ୍ଟ ଡିସିପି ଧମକ ଦେଇଆସୁଥିଲେ। ଏଥିରେ ଅତିଷ୍ଠ ହୋଇ ଦୁଇ ଦିନ ତଳେ ନିହାର ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କ ସ୍ତ୍ରୀ ଘଟଣା ବିଷୟରେ ଜାଣିବା ପରେ କମିଶନରେଟ ପୁଲିସରେ ଅଭିଯୋଗ କରିଛନ୍ତି।

- Advertisement -

ମାମଲାଟି ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏ ସମ୍ପର୍କରେ କମାଣ୍ଡାଣ୍ଟା ଡିସିପି ପଦରେ ଥିବା ପୁଲିସ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories