www.samajalive.in
Friday, December 12, 2025
26.1 C
Bhubaneswar

ପୋତି ହୋଇଗଲାଣି ଡ୍ରେନ୍‌ : ନର୍ଦମା ପାଣିରେ କୃତ୍ରିମ ପୋଖରୀ

ଉତ୍ତରଭୁବନେଶ୍ୱର : ସ୍ମାର୍ଟସିଟି ଭୁବନେଶ୍ୱରର ରାସ୍ତାଘାଟ ଓ ପରିବେଶ ଉନ୍ନତି ବଦଳରେ ଅବନତି ଆଡ଼କୁ ଗତି କରୁଛି। ଭାତହାଣ୍ଡିରୁ ଗୋଟିଏ ସଦୃଶ ଚକେଇସିହାଣୀ ଦୁର୍ଗା ମଣ୍ଡପ ଛକରୁ ଭିଏସ୍‌ଏସ୍‌ ନଗର ରାସ୍ତା ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେ​‌େ​‌ବ। ଶିଳ୍ପାଞ୍ଚଳ ମଧ୍ୟରେ ରାସ୍ତାଟି ରହି ଆସିଥିବା ବେଳେ ପ୍ରତ୍ୟହ ଏହି ରାସ୍ତାରେ ହଜାର ହଜାର ଜନ ସାଧାରଣ, ଗାଡ଼ିମୋଟର ଯାତାୟାତ କରୁଛି। ରାସ୍ତା ତମାମ୍‍ ଖାଲଖମାରେ ଭର୍ତ୍ତି। ଖାଲଗୁଡ଼ିକ ଏପରି ଯେ ପୋଖରୀ ପରି ଦୃଶ୍ୟମାନ ହେଉଛି।
ଏହି ରାସ୍ତାରେ ଯଦି କେହି ଯାଏ ତେବେ ଗାଡ଼ି ଭାଙ୍ଗିବ ନଚେତ୍‍ ଦୁର୍ଘଟଣା ଘଟିବ। ଦୁଇବର୍ଷ ପୂର୍ବରୁ ରାସ୍ତାର ଏପରି ଅବସ୍ଥା ଲୋକଙ୍କୁ ଯନ୍ତ୍ରଣା ଦେଉଥିବା ବେଳେ ୩ରୁ ଅଧିକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି। ବର୍ଷାଋତୁରେ ଅସରାଏ ବର୍ଷାରେ ଖାଲଗୁଡ଼ିକ ପୋଖରୀ ପରି ଦୃଶ୍ୟମାନ ହେଉଥିବା ବେଳେ ସେହି ଖାଲରେ ଗାଡ଼ି ମୋଟର ପଡ଼ି ଦୁର୍ଘଟଣାଗ୍ରସ୍ତ େହଉଛି। ଏହାକୁ ନେଇ ‘ସମାଜ’ରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଗତ ଗଣେଶ ପୂଜା ପରେ ଶିଳ୍ପାଞ୍ଚଳ ଓଡିସିଏଲ ଛକ ଏବଂ ଏସ୍‌କେ ଛକରେ ଇଡକୋ ପକ୍ଷରୁ ରାସ୍ତା କାମ କରାଯାଇଥିଲା। ତେବେ ଶିଳ୍ପାଞ୍ଚଳ ମାଛ ମାର୍କେଟ ଏବଂ ଚକେଇସିହାଣୀ ଅଟୋଷ୍ଟାଣ୍ଡ ନିକଟ ଦୁଇଟି ସ୍ଥାନରେ ପୋଖରୀଠାରୁ ବଡ଼ ଆକାରରେ ରାସ୍ତା ଖାଲଖମା ପୂର୍ଣ୍ଣ ହୋଇଛି। ଏହି ରାସ୍ତା ଭାଗ୍ୟ କେବେ ସୁଧୁରିବ ତାହା ଜଣାନଥିବାବେଳେ ବିଏମ୍‍ସି କର୍ମଚାରୀଙ୍କୁ ପଚାରିବାରେ ଏହି ରାସ୍ତା ଇଡକୋ ଅଧୀନରେ ଥିବାରୁ ବିଏମ୍‍ସି କିଛି କରିପାରିବ ନାହିଁ ବୋଲି ଉତ୍ତର ମିଳିଛି।
ଏ ନେଇ ଇଡ୍‌କୋ ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ରାସ୍ତାର ଉଭୟ ପାର୍ଶ୍ବରେ ଡ୍ରେନ୍‍ ଜବରଦଖଲ ହୋଇଥିବାବେଳେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ଉଠିଛି। ଯେଉଁଥିପାଇଁ ଡ୍ରେନ୍‍ ସଫେଇ ହୋଇପାରୁନାହିଁ। ବର୍ଷା ଦିନେ ଜଳ ନିଷ୍କାସନ ହୋଇନପାରି ରାସ୍ତା ଉପରେ ୪ଫୁଟ୍‍ ଉଚ୍ଚର ବର୍ଷାଜଳ ଲହଡ଼ି ମାରୁଛି। ରାସ୍ତା ମରାମତି ବର୍ଷାଋତୁ ପୂର୍ବରୁ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।

ନର୍ଦମା ପାଣିରେ ରାସ୍ତାରେ କୃତ୍ରିମ ପୋଖରୀ

- Advertisement -

ସ୍ମାଟିସିଟିକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ବିଭିନ୍ନ ବିଭାଗକୁ ନେଇ ବାରମ୍ବାର ବୈଠକ କରାଯାଉଛି। ଏଥିପାଇଁ ଲକ୍ଷାଧିକ ଅର୍ଥ ବ୍ୟୟ ହେଉଛି। ହେଲେ କାମ ଯେତିକି ଆଗଉଛି ସେତିକି ପଛରେ ପଡୁଛି।

ବିଏମ୍‌ସି ପକ୍ଷରୁ କେବଳ ଅଳିଆ ଅାବର୍ଜନାକୁ ଗୁରୁତ୍ୱ ଦେଇ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରାଯାଉଛି। ମାତ୍ର ପାଇଖାନା ପାଣି, ଗାଧୁଆ ଘର ପାଣି, ନାଳ ନର୍ଦମା ପାଣି ଏବେ ରାସ୍ତାଘାଟରେ ସୁଅ ଛୁଟୁଛି। ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ନେଇ ଅଞ୍ଚଳବାସୀ ବାରମ୍ବାର ଅଭିେଯାଗ କରୁଥିଲେ ମଧ୍ୟ ବିଏମ୍‌ସି କିମ୍ବା ସାଧାରଣ ପ୍ରଶାସନ ନିରବଦ୍ରଷ୍ଟା ପାଲଟିଛି। ପ୍ରଶାସନର ଏଭଳି କାର୍ଯ୍ୟକଳାପ ଅଞ୍ଚଳବାସୀଙ୍କ ପାଇଁ କାଳ ସାଜିଛି। ଏଭଳି ଦୃଶ୍ୟ ସମଗ୍ର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦେଖିବାକୁ ମିଳୁଛି। ଜୟଦେବବିହାର-ନାଲ୍‌କୋ ଛକ ଅରଣ୍ୟ ଭବନ ସମ୍ମୁଖରେ ପ୍ରାୟ ସାତଦିନ ଧରି ନର୍ଦମା, ଅାବର୍ଜନା ପାଣିରେ ମୁଖ୍ୟ ରାସ୍ତା ଉପରେ ପ୍ରବାହିତ େହଉଛି। ନିକଟରେ ଥିବା ଏକ ଘରୋଇ କଲେଜରୁ ନର୍ଦମା ପାଣି ଆସୁଥିବା ଜଣାପଡ଼ିଛି। ପୂର୍ବରୁ ନିର୍ମାଣ ହୋଇଥିବା ସ୍ୱେରେଜ ଚ୍ୟାମ୍ବର କାର୍ଯ୍ୟକାରୀ ହୋଇନଥିଲେ ମଧ୍ୟ େଲାକେ ଉକ୍ତ ଚ୍ୟାମ୍ବରକୁ ଅାବର୍ଜନା ପାଣି ଛାଡ଼ିବାରୁ ଏଭଳି ସ୍ଥିତି ଉପୁଜୁଥିବା ଜଣେ ବିଏମ୍‌ସି କର୍ମଚାରୀ କହିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories