www.samajalive.in
Friday, December 12, 2025
26.1 C
Bhubaneswar

ସ୍ଲମ କ୍ବାର୍ଟର୍ସ ବିବାଦ : କୋର୍ଟଙ୍କ ନିର୍ଦେଶ ପରେ ବି ଘର ଖାଲି ନୋଟିସ୍‌

ଭୁବନେଶ୍ୱର : ଅବସରର ବହୁବର୍ଷ ପରେ ଏରିଅର ପ୍ରଦାନ କରାଯାଉ ନ ଥିବାରୁ ସ୍ଲମ୍‌ କ୍ବାର୍ଟର୍ସରେ ରହିଆସୁଥିବା ବିଏମ୍‌ସିର ସ୍ବଳ୍ପ ବେତନଭୋଗୀ କର୍ମଚାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ ଉକ୍ତ କର୍ମଚାରୀଙ୍କ ସପକ୍ଷରେ ରାୟ ଶୁଣାଣି କରି ତିନିମାସ ଭିତରେ ସ୍ଲମ୍‌ଗୃହରେ ରହୁଥିବା ହିତାଧିକାରୀଙ୍କୁ ବ୍ୟବସ୍ଥିତ କରିବାକୁ ନିର୍ଦେଶ ଦେଇଥିଲେ। ହେଲେ ବିଏମ୍‌ସି ପକ୍ଷରୁ ଆଜିପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ଥିବା ପିଟିସନରଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏହାପରେ ପିଟିସନରଙ୍କ ପକ୍ଷରୁ ବିଏମ୍‌ସି ବିରୋଧରେ ଅଦାଲତ ଅବମାନନା ଦାଏର କରାଯାଇଥିଲା। ଉକ୍ତ ମାମଲା ବିଚାରାଧୀନ ଥିବାବେଳେ ବିଏମ୍‌ସି ପକ୍ଷରୁ କର୍ମଚାରୀଙ୍କୁ ସ୍ଲମ୍‌ଗୃହ ଛାଡ଼ିବାକୁ‌ ନୋଟିସ ଜାରି କରାଯାଇଛି। ବିଏମ୍‌ସିର ଏହି ନିଷ୍ପତ୍ତି ବିରୋଧରେ କର୍ମଚାରୀମାନେ ପୁଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆସନ୍ତା ୬ରେ ଏହାର ଶୁଶାଣି ରହିଛି। ବିଏମ୍‌ସି ଡେପୁଟି କମିସନର ଗାୟତ୍ରୀ ସାମନ୍ତରାୟ କହିଛନ୍ତି, କୋର୍ଟଙ୍କ ନିକଟରେ ମାମଲା ବିଚାରାଧୀନ ରହିଛି। ରାୟ ଆସିବା ପରେ ପଦକ୍ଷେପ ନିଆଯିବ।
ଉଲ୍ଲେଖଯୋଗ୍ୟ ଯେ, ୧୯୬୫, ଅଗଷ୍ଟ ୨୮ରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ୧୮୪ଟି ସ୍ଲମ୍‌ କ୍ବାର୍ଟର୍ସ ନିର୍ମାଣ କରାଯାଇଥିଲା। ରାଜ୍ୟ ସରକାରଙ୍କ ଗୃହ, ଶିକ୍ଷା, ସ୍ବାସ୍ଥ୍ୟ, ନଗର ଉନ୍ନୟନ ବିଭାଗ ପ୍ରଭୃିତର ସ୍ବଳ୍ପ ବେତନଭୋଗୀ କର୍ମଚାରୀଙ୍କୁ ଉକ୍ତ ଗୃହ ଆବଣ୍ଟନ କରାଯାଇଥିଲା। ହିତାଧିକାରୀମାନେ ସେବେଠାରୁ ଉକ୍ତ ଗୃହଗୁଡ଼ିକରେ ରହିଆସୁଥିବାବେଳେ ନିଜସ୍ବ ଖର୍ଚ୍ଚରେ ଗୃହଗୁଡ଼ିକର ରକ୍ଷଣାବେକ୍ଷଣ କରୁଛନ୍ତି। ମାସିକ ଭଡ଼ା ମଧ୍ୟ ପ୍ରଦାନ କରି ଆସୁଛନ୍ତି। କର୍ମଚାରୀଙ୍କ ଅବସର ହୋଇଯାଇଥିଲେ ମଧ୍ୟ ଉକ୍ତ ଘରେ ରହୁଛନ୍ତି। ତେବେ ଅନ୍ୟ ସମସ୍ତ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ସ୍ଲମ୍ ଗୃହରେ ରହୁଥିବା‌େ‌ବଳେ କେବଳ ବିଏମ୍‌ସି ପକ୍ଷରୁ ନିଜସ୍ବ ପ୍ରାୟ ୧୫ କମଚାରୀଙ୍କୁ ଘର ଖାଲି କରିବାକୁ ନୋଟିସ୍‌ ଜାରି କରାଯାଇଛି। ସ୍ଲମ୍‌ଗୃହଗୁଡ଼ିକରେ ରହିଆସୁଥିବାରୁ କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟ, ଗ୍ରାଚୁଇଟି, ପଞ୍ଚମ ଏବଂ ଷଷ୍ଠବେତନ ବକେୟା ପ୍ରାପ୍ୟ ପ୍ରଦାନରେ ଅହେତୁକ ବିଳମ୍ବ କରାଯାଉଛି। ଏହା ବିରୋଧରେ କେତେକ ଅବସରପ୍ରାପ୍ତ କର୍ମଚାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ବିଚାର କରି ପିଟିସନରଙ୍କ ସପକ୍ଷରେ ରାୟ ଦେଇ ତିନିମାସ ମଧ୍ୟରେ ମାମଲାର ସମାଧାନ କରିବାକୁ ବିଏମ୍‌ସିକୁ ନିର୍ଦେଶ ଦେଇଥିଲେ। ହେଲେ କୋର୍ଟଙ୍କ ନିର୍ଦେଶକୁ ବିଏମ୍‌ସି ଅନୁପାଳନ କରୁ ନ ଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories