www.samajalive.in
Saturday, December 6, 2025
15.1 C
Bhubaneswar

ଜୀବନରକ୍ଷା ସଚେତନତା କର୍ମଶାଳା

ଚୌଦ୍ୱାର : ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିବେକାନନ୍ଦ ସୋସିଆଲ ଡେଭଲପ୍‍ମେଣ୍ଟ ପକ୍ଷରୁ ଚୌଦ୍ୱାର ଟାଉନହଲ ପରିସରରେ ଜୀବନ ରକ୍ଷା ପାଇଁ ସର୍ବନିମ୍ନ ପଦେକ୍ଷପ ସଂକ୍ରାନ୍ତୀୟ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଭାସ୍କର ଚନ୍ଦ୍ର ରାଉତରାୟ ଓ ଅଶ୍ୱିନୀ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ସମ୍‍ ଅଲଟିମେଟ ମେଡିକାଲର ବିଶେଷଜ୍ଞ ଡା.ସସ୍ମିତ୍‍ ମିଶ୍ର, ଟେକନିସିଆନ ଅମୁଲ୍ୟ କୁମାର ବାଇ, ସୁଧାଂଶୁ ଦାସ ପ୍ରମୁଖ ଯୋଗଦେଇ ଦୁର୍ଘଟଣାରେ କିପରିଭାବେ ଜୀବନ ରକ୍ଷା କରିହେବ, ଅକସ୍ମିକ ହୃଦ୍‍ଘାତ ସମୟରେ ପ୍ରଥମିକ ଚିକିତ୍ସା ତଥା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜରୁରୀ ଚିକିତ୍ସା ଉପରେ ଉପସ୍ଥିତ ସ୍ୱେଚ୍ଛାସେବୀ ମାନଙ୍କୁ ତାଲିମ ଦେଇଥିଲେ। ଉଦ୍ଧାର ଫାଉଣ୍ଡେସନ୍‍, କ୍ୟାଚ୍‍ ଚେରିଟେବୁଲ ଟ୍ରଷ୍ଟ, ଉଦୟନାଥ ଚେରିଟେବୁଲ ଟ୍ରଷ୍ଟ,ୟୁଥ ଫର ସେବା, ଷ୍ଟାର କ୍ଲବ୍‍,ଆଦିଶକ୍ତି ଯୁବ ପରିଷଦ, ସେଫାଳୀ, ଲିଗାଲ ଏଡ଼ ୱାର୍କରସ୍‍, ଦାଶରଥୀପାଟଣା ଯୁବକ ସଂଘ ଆଦି ଅଞ୍ଚଳର ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଏହି କର୍ମଶାଳାରେ ଯୋଗଦେଇ ତାଲିମ୍‍ ଗ୍ରହଣ କରିଥିଲେ। ସୋସିଆଲ ଡେଭଲପମେଣ୍ଟର ସଦସ୍ୟ ଭୀମସେନ ବିଶ୍ୱାଳ,ଅମୂଲ୍ୟ ରାଉତରାୟ, ରଞ୍ଜିତ କର,ସୁଜିତ୍‍ ଦାସ,ମାନସ ପରିଡ଼ା, ମାନସ ଖୁଣ୍ଟିଆ,ବିଶ୍ୱ ମହାରଣା, ପ୍ରସନ୍ନ ସାହୁ, ଶିଶିର ସାହୁ,ଅପ୍ରମିତ ଜେନା, ଟୁକୁ ପ୍ରଧାନ,ରାଜ କିଶୋର ସାମନ୍ତଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories