ହସ୍ପିଟାଲରେ ଭର୍ତ୍ତି ହେଲେ ମାଷ୍ଟରବ୍ଲାଷ୍ଟର ସଚ୍ଚିନ
ମୁମ୍ବଇ : ଆଜି ପୂର୍ବତନ କ୍ରିକେଟର ମାଷ୍ଟରବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଗତ ୨୭ ତାରିଖରେ ସଚ୍ଚିନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ପରେ ଘରେ ରହିଥିଲେ। ମାତ୍ର ୬ଦିନ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସଚ୍ଚିନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
Thank you for your wishes and prayers. As a matter of abundant precaution under medical advice, I have been hospitalised. I hope to be back home in a few days. Take care and stay safe everyone.
Wishing all Indians & my teammates on the 10th anniversary of our World Cup ?? win.
— Sachin Tendulkar (@sachin_rt) April 2, 2021
ଏହାସହ ଆଜି ଭାରତ ଦ୍ୱିତୀୟ ବିଶ୍ୱକପ ପାଇବାର ୧୦ମ ବାର୍ଷିକୀ ଅବସରରେ ମଧ୍ୟ ସେ ତାଙ୍କ ଟିମମେଟ୍ ଏବଂ ପ୍ରତ୍ୟେକ ଭାରତୀୟ କ୍ରିକେଟପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Comments are closed.