www.samajalive.in
Sunday, December 14, 2025
15.1 C
Bhubaneswar

ହିମାଚଳପ୍ରଦେଶ: ମାଟି ଅତଡ଼ା ଖସି ବିଜେପି ନେତାଙ୍କ ସମେତ ୧୧ ମୃତ

ସିମଲା : ହିମାଚଳପ୍ରଦେଶରେ ଦୁଇ ଦିନ ମଧ୍ୟରେ ବର୍ଷା ଓ ମାଟି ଅତଡ଼ା ଖସିବା ଜନିତ ଦୁର୍ଘଟଣାରେ ଜଣେ ବିଜେପି ନେତାଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ଘଟିଛି ଓ କେତେ ଜଣ ନିଖୋଜ ଅଛନ୍ତି। ସୋମବାର ବିଳାସପୁର ଜିଲା ଜଗତଖାନାରେ ଏକ ଘର ଭୁଶୁଡ଼ି ପଡ଼ିବାରୁ ବିଜେପି ମତ୍ସ୍ୟ ପ୍ରକୋଷ୍ଠ ସଂଯୋଜକଙ୍କ ସମେତ ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ସୋଲେନ୍‍ ଜିଲା କଣ୍ଡାଘାଟ ଉପମଣ୍ଡଳର ଚାକଲା ଗ୍ରାମରେ ପାହାଡମୁଣ୍ଡି ତଳେ ରହୁଥିବା ଏକ ପରିବାର ଘର ଉପରେ ରବିବାର ରାତିରେ ମାଟି ଅତଡ଼ା ଖସି ପଡ଼ିଥିଲା। ମାଟି ଅତଡ଼ା ତଳେ ପୂରା ପରିବାର ଜୀବନ୍ତ ପୋତି ହୋଇଯାଇଥିଲେ। ଏହି ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ ଘଟିଛି ଓ ଜଣେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ପରିବାର ଲୋକେ ରାତିରେ ଶୋଇଥିବାବେଳେ ଏହି ଅଘଟଣ ଘଟିଥିଲା। ସେହିପରି ହମିରପୁର ଭୋରଞ୍ଜ ଉପମଣ୍ଡଳରେ ଏକ ଘର କାନ୍ଥ ଭାଙ୍ଗି ଜେଜେମା ଓ ନାତିଙ୍କ ମୃତ୍ୟୁ ଘଟିଛି। ମୂଷଳ ଧାରାରେ ବର୍ଷାରୁ ବହୁ ଜିଲାରେ ପାହାଡ଼ କଡ଼ ସଡ଼କରେ ଯାତାୟତ ବିପଦ ଜନକ ହୋଇପଡ଼ିଛି। ଫଳରେ ପାହାଡ଼ କଡ଼ ରାସ୍ତା ଗୁଡ଼ିକରେ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଛି। ସେହିପରି ଅନ୍ୟାନ୍ୟ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories