www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ୱର ସର୍ବଶ୍ରେଷ୍ଠ ୧୦୦ ସୃଜନଶୀଳ ସହର ମଧ୍ୟରେ ମୁମ୍ବଇ, ଶୀର୍ଷରେ ଟୋକିଓ

ମୁମ୍ବଇ : ଭାରତର ବାଣିଜ୍ୟିକ ସହର ମୁମ୍ବଇ ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ସୃଜନଶୀଳ ସହର। ବାଣିଜ୍ୟିକ ତଥ୍ୟ ପ୍ରଦାନକାରୀ ‘୨ଥିଙ୍କନାଓ’ ଦ୍ୱାରା ପ୍ରସ୍ତୁତ ବିଶ୍ୱର ୫୦୦ଟି ସୃଜନଶୀଳ ସହର ତାଲିକାରେ ଏହା ୯୨ତମ ସ୍ଥାନ ଲାଭ କରିଛି। ଜାପାନର ରାଜଧାନୀ ଟୋକିଓ ଏହି ତାଲିକାର ଶୀର୍ଷରେ ରହିଛି। ମୁମ୍ବଇ ଏହି ତାଲିକାରେ ଦ୍ୱିତୀୟ ବର୍ଷ ପାଇଁ ସ୍ଥାନିତ ହୋଇଥିଲେ ମଧ୍ୟ ଏହାର ସ୍ଥାନରେ ଅବନତି ଘଟିଛି। ଗତ ବର୍ଷ ଏହା ୯୦ତମ ସ୍ଥାନରେ ଥିଲା। ଚଳିତ ବର୍ଷ ଦୁଇଟି ସ୍ଥାନ ତଳକୁ ଖସିଆସି ଏହା ୯୨ତମ ସ୍ଥାନରେ ରହିଛି। ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ୧୩ଟି ଭାରତୀୟ ସହର ହେଲା ଦିଲ୍ଲୀ (୧୯୯ ତମ ସ୍ଥାନ), ଚେନାଇ (୨୫୨), କଲିକତା (୨୮୩), ହାଇଦ୍ରାବାଦ (୩୧୬), ଅହମ୍ମଦାବାଦ, (୩୪୫), ପୁଣେ(୩୪୬), ଜୟପୁର (୩୯୩), ସୁରତ (୪୨୪), ଲକ୍ଷ୍ନୌ (୪୪୨), କାନପୁର (୪୪୮) ଏବଂ ମଦୁରାଇ (୪୫୨)। ଲଣ୍ଡନ ଏହି ତାଲିକାରେ ଗତ ବର୍ଷ ପ୍ରଥମ ସ୍ଥାନ ଲାଭ କରିଥିଲା। ଚଳିତବର୍ଷ ଏହା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଏହା ପଛକୁ ସାନ୍‍ଫ୍ରାନ୍ସିସ୍କୋ, ନ୍ୟୁୟର୍କ, ଲସ୍‍ ଆଞ୍ଜେଲ୍ସ, ସିଙ୍ଗାପୁର, ବୋଷ୍ଟନ୍‍. ଟରଣ୍ଟୋ, ପ୍ୟାରିସ୍‍ ଏବଂ ସିଡ୍‍ନୀ ଶୀର୍ଷ ୧୦ଟି ସ୍ଥାନରେ ରହିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories