www.samajalive.in
Sunday, December 14, 2025
16.1 C
Bhubaneswar

ଅସୁରକ୍ଷିତ ବୋଲବମ୍ ଯାତ୍ରୀ

କଟକ: ଶ୍ରାବଣ ମାସରେ ମହାଦେବଙ୍କ ଉପରେ ଜଳଲାଗି କରିବାକୁ ଆସି ଅନେକ କାଉଡିଆ ଜୀବନ ହାରୁଛନ୍ତି। ଦିନକୁ ଦିନ କାଉଡିଆଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଦୁର୍ଘଟଣା ମଧ୍ୟ ବଢିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ଦୁର୍ଘଟଣାରେ କାଉଡିଆ ପ୍ରାଣ ହରାଉଥିବା ଖବର ମିଳୁଛି। ଯେପରି ବୋଲବମ୍ ଯାତ୍ରା ସେମାନଙ୍କ ପାଇଁ ଶେଷ ଯାତ୍ରା ପାଲିଟିଛି ।

୧୩ ଅଗଷ୍ଟ ସୋମବାର ରାଜ୍ୟରେ ପ୍ରାୟ ୭ଜଣ କାଉଡିଆଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ର ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସଙ୍କୁ ଜଳଲାଗି କରିବାକୁ ଛତିଶଗଡ ଭିଲାଇରୁ ଗୋଟିଏ ପରିବାରର ୭ ଜଣ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ  ଝାରସୁଗୁଡାରେ ଟ୍ରେନରୁ ଓହ୍ଲାଇ ପୁଣି ଏକ ଟ୍ରେନରେ ଆସି ପାନପୋଷ ଷ୍ଟେସନରେ ପହଞ୍ଚିଲା ପରେ ଗତକାଲି ବିଳମ୍ବିତ ରାତିରେ ଟ୍ରେନ୍ ଲାଇନ ଉପରେ ବ୍ରାହ୍ମଣୀ ନଦୀ ପାରି ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ମୁମ୍ବାଇ ମେଲ୍ ଏକ୍ସପ୍ରେସ ଟ୍ରେନଟି ମାଡି ଯାଇଥିଲା। ଫଳରେ ୪ ଜଣ ଟ୍ରେନରେ କଟି  ବ୍ରାହ୍ମଣୀ ନଦୀକୁ ଖସି ପଡିଥିଲେ ଓ ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

- Advertisement -

ସେହିପରି ଜଗତସିଂହପୁର ତିର୍ତୋଲ ଝୁଲାବାବା ମଠ ନିକଟରେ ମହାନଦୀରୁ ପାଣି ଉଠାଇବା ସମୟରେ ଦୁଇଜଣ କାଉଡିଆ ଭାସି ଯାଇଥିବା ଖବର ମିଳିଛି। ସେମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇ ଥିବା ବେଳେ ଏପର୍ଯ୍ୟନ୍ତ ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିନାହିଁ । ଭୁବନେଶ୍ବର କୁଆଖାଇ ବ୍ରିଜ୍ରେ ବାଇକ୍ ଧକ୍କାରେ ଜଣେ କାଉଡିଆଙ୍କ ମୃତ୍ୟୁ ଘଟିଛି । ଢେଙ୍କାନାଳ କପିଳାସ ପାହାଚରୁ ଖସି ପଡି ଜଣେ ବୋଲବମ୍ ଭକ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଗତକାଲି ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ଓଲଟି ପଡିବାରୁ ସେଥିରେ ଯାତ୍ରା କରୁଥିବା ୪ ଜଣ କାଉଡିଆ ଆହତ ହୋଇଥିଲେ । କିଛି ଦିନ ପୂର୍ବରୁ ବୌଦ୍ଧ ଜିଲାରେ ଅନ୍ତର୍ଗତ ୭ ନମ୍ବର ଜାତୀୟ ରାଜପଥରେ ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ପିଟି ଫଳରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଗଞ୍ଜାମ ଜିଲ୍ଲା ରଣ୍ଢା ଓ ଗୋଳନ୍ଥରା ମଝିରେ ଏକ ଟ୍ରକ୍‌ ଧକ୍କାରେ ଜଣେ ବୋଲବମ୍‌ ଭକ୍ତଙ୍କ ମୃତ୍ୟୁ ଘଟିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories