www.samajalive.in
Sunday, December 14, 2025
23.1 C
Bhubaneswar

ସୂର୍ଯ୍ୟ ନିକଟରୁ ଯାଉଥିବା ଯାନ ତରଳିବନି କାହିଁକି?

ନୂଆଦିଲ୍ଲୀ: ନାସା ଦ୍ୱାରା ସୂର୍ଯ୍ୟ ନିକଟରେ ଅବସ୍ଥିତ ସୌରମଣ୍ଡଳ ମଧ୍ୟରେ ପ୍ରବେଶ କରାଯିବା ଉଦ୍ଦେଶ୍ୟରେ “ପାର୍କର’ ମହାକାଶ ଯାନର ସଫଳତା ପୂର୍ଣ୍ଣ ଉତକ୍ଷେପଣ ହୋଇଯାଇଛି। ମହାକାଶର ବାତାବରଣ ଓ ମୁଖ୍ୟତଃ ସୌର ଝଡ଼ ଉପରେ ନଜର ରଖିବା ଉଦ୍ଦେଶ୍ୟରେ ପାର୍କରକୁ ପ୍ରେରଣ କରାଯାଇଛି। ଏହି ଗବେଷଣାର ସଫଳତା କେବଳ ପୃଥିବୀ ପାଇଁ ଲାଭ ଦାୟକ ନୁହେଁ ବରଂ ସମଗ୍ର ବ୍ରହ୍ମାଣ୍ଡକୁ ଅଧିକ ଭାବେ ଜାଣିବା କ୍ଷେତ୍ରରେ ପାର୍କର ପ୍ରମୁଖ ଭୂମିକା ତୁଲାଇବ ବୋଲି ନାସାର ବରିଷ୍ଠ ଅଧିକାରୀ ଥମାସ ଜୁରବୁକାନ ମତବ୍ୟକ୍ତ କରିଛନ୍ତି। ତେବେ ସୂର୍ଯ୍ୟର ଏତେ ନିକଟବର୍ତ୍ତୀ ହୋଇ ମହାକାଶଯାନ ତରଳି ଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। କାରଣ ସୂର୍ଯ୍ୟ ନିକଟରେ ପହଞ୍ôଚବାକୁ ହେଲେ ମହାକାଶ ଯାନକୁ ୧୩୭୭ଡିଗ୍ରୀ ତାପମାତ୍ରା ଅତିକ୍ରମ କରିବାକୁ ପଡ଼ିବ। ଭୟଙ୍କର ତାତିରୁ ମହାକାଶ ଯାନର ଯନ୍ତ୍ରାଂଶକୁ ରକ୍ଷା କରିବା ନିମନ୍ତେ ଏହାର ଚର୍ତୁପାଶ୍ୱର୍ରେ ୪.୫ସି.ଏମର କାର୍ବନ ପାତ ଖଞ୍ଜାଯାଇଛି। ଏହି କାର୍ବନ ପାତ ଯାନକୁ କିଛିକାଂଶରେ ସୁରକ୍ଷା ଦେବାରେ ସଫଳ ହୋଇଥିଲେ ମଧ୍ୟ ଏହାକୁ ଚୂଡ଼ାନ୍ତ ରକ୍ଷାକବଚ ବୋଲି କୁହାଯାଇ ନପାରେ। ତେବେ ନାସା ପକ୍ଷରୁ ତା’ର ବ୍ଲଗରେ ତାତିରୁ ରକ୍ଷା ପାଇବା ପାଇଁ ଭିନ୍ନ ଏକ ଯୁକ୍ତି ଦର୍ଶାଯାଇଛି। ବିଜ୍ଞାନର ଭାଷାରେ ଗରମ ଓ ତାପମାତ୍ରା ଉଭୟ ପୃଥକ। କୌଣସି ବସ୍ତୁ କେତେ ମାତ୍ରାରେ ଗରମ ହେବ ଏହା ବାୟୁମଣ୍ଡଳର ତାପମାତ୍ରା ଉପରେ ନିର୍ଭର କରିଥାଏ। ମହାକାଶରେ ବାୟୁମଣ୍ଡଳ ନଥିବାରୁ ତାପମାତ୍ରା ମହାକାଶ ଯାନକୁ ସେତେମାତ୍ରାରେ କ୍ଷତି ଘଟାଇ ପାରିବ ନାହିଁ ବୋଲି ନାସା ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories