www.samajalive.in
Wednesday, December 10, 2025
23.1 C
Bhubaneswar

ଆଜି ଆସାମ, ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ଭୋଟ

ନୂଆଦିଲ୍ଲୀ : ଆସାମ ଓ ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ଗୁରୁବାର ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ଆସାମର ୩୯ଟି ଓ ପଶ୍ଚିମବଙ୍ଗର ୩୦ଟି ବିଧାନସଭା ଆସନ ପାଇଁ ମତଦାନ କରାଯାଉଛି। ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଭୋଟ୍‍ ଗ୍ରହଣ କେନ୍ଦ୍ରରେ ଇଭିଏମ୍‍ ସହିତ ଭିଭିପାଟ ମେସିନ ବ୍ୟବହାର ହେବ। କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଭୋଟ୍‍ ଗ୍ରହଣ କେନ୍ଦ୍ରରେ ୧୫ଶହ ପରିବର୍ତ୍ତେ ଏକ ହଜାର ମତଦାତାଙ୍କୁ ଭୋଟ ଦେବା ପାଇଁ ନିଷ୍ପତ୍ତି ହୋଇଛି। କୋଭିଡ ୧୯ ପଜିଟିଭ୍‍ ବ୍ୟକ୍ତିମାନେ ଡାକ ଯୋଗେ ଭୋଟ୍‍ ଦେଇପାରିବେ।
ଭିନ୍ନକ୍ଷମ ଓ କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତିବିଶେଷ ଏବଂ ୮୦ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିମାନେ ଡାକଯୋଗେ ଭୋଟ୍‍ ଦେଇପାରିବେ। ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଭଳି ହାଇପ୍ରୋଫାଇଲ ନିର୍ବାଚନମଣ୍ଡଳୀ ନିମନ୍ତେ ମଧ୍ୟ ଭୋଟ ଗ୍ରହଣ ହେବ। ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରେ ଶାନ୍ତି ଶୃଙ୍ଖଳା ଓ ଅବାଧ ମତଦାନ ନିମନ୍ତେ ସମଗ୍ର ନିର୍ବାଚନମଣ୍ଡଳୀରେ ୧୪୪ ଧାରା ଜାରି କରାଯାଇଛି। ଏଠାରେ ୨୨ କମ୍ପାନୀ କେନ୍ଦ୍ରୀୟ ନିରାପତ୍ତା ବାହିନୀ ମୁତୟନ କରାଯାଇଛି। ପଶ୍ଚିମବଙ୍ଗର ୩୦ଟି ଆସନ ପାଇଁ ୧୭୧ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏହି ପର୍ଯ୍ୟାୟରେ ୭୫,୯୪,୫୪୯ ଭୋଟ ସେମାନଙ୍କ ମତଦାନ କରିବେ। ଏଥିପାଇଁ ୧୦,୬୨୦ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ସମସ୍ତ ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ବୋଲି ଘୋଷଣା କରାଯାଇଛି। ଆସାମର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୩୪୫ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏଥିରେ ୨୬ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଏହି ପର୍ଯ୍ୟାୟରେ ୭୩,୪୪,୬୩୧ ଜଣ ମତଦାତା ସେମାନଙ୍କ ମତଦାନ କରିବେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories