www.samajalive.in
Wednesday, December 10, 2025
23.1 C
Bhubaneswar

ଆଜି ଉତ୍କଳ ଦିବସ : ସୀମାନ୍ତରେ ଓଡ଼ିଆ ଭାଷା ବିପନ୍ନ !

ପାତ୍ରପୁର : (ରବୀନ୍ଦ୍ରକୁମାର ମିଶ୍ର):  ରାଜ୍ୟ ପାଳୁଛି ଉତ୍କଳ ଦିବସ। ଏହି ଦିନ ଓଡିଶା ସ୍ବତନ୍ତ୍ର ପ୍ରଦେଶରେ ପରିଣତ ହୋଇଥିଲା। ପ୍ରଦେଶ ଗଠନ ହେବା ପୂର୍ବରୁ ଓଡିଶା ସୀମାନ୍ତ ଗଞ୍ଜାମ ଜିଲାର ପାତ୍ରପୁର ବ୍ଲକ ମାଡ୍ରାସ ପ୍ରେସିଡେନ୍ସି ଅଧିନରେ ରହିଥିଲା। ଅଞ୍ଚଳବାସୀ ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆନ୍ଧ୍ରର ଇଚ୍ଛାପୁର ଉପରେ ନିର୍ଭର କରୁଥିଲେ। ଯାହାକୁ ଦେଖି ପାତ୍ରପୁର ବ୍ଲକ ଅନ୍ତର୍ଗତ ସୁରଙ୍ଗୀର ତତ୍କାଳୀନ ଜମିଦାର (ରାଜା) ଇଚ୍ଛାପୁରଠାରେ ଏକ ବଙ୍ଗଳା ନିର୍ମାଣ କରି ଲୋକଙ୍କ ବିଭିନ୍ନ ସମସ୍ୟା ବୁଝୁଥିଲେ। ସ୍ବତନ୍ତ୍ର ପ୍ରଦେଶ ଗଠନ ପରେ ଆନ୍ଧ୍ର-ଓଡିଶା ସୀମା ନିର୍ଦ୍ଧାରଣ ସହ ବିଭିନ୍ନ ଗ୍ରାମରେ ଜମି ବନ୍ଦୋବସ୍ତ ମାଡ୍ରାସ ପ୍ରସିଡେନ୍ସି ତରଫରୁ ୧୯୫୧ ମସିହା ବେଳକୁ ହୋଇଥିଲା। ଏହାର ପଚାଶ ବର୍ଷ ପରେ ପୁଣି ଓଡିଶା ସରକାରଙ୍କ ତରଫରୁ ୨୦୦୦ ମସିହାରେ ଜମିଜମା ରେକର୍ଡଭୁକ୍ତ କରାଯାଇଥିଲା। ସୀମାନ୍ତ ଅଞ୍ଚଳର ଜମିଜମା ନିର୍ଦ୍ଧାରଣ ସମାପ୍ତ ସତ୍ତ୍ବେ ଓଡ଼ିଶା ଜମି ଉପରେ ଆନ୍ଧ୍ର ଅହରହ ନଜର ପକାଇଛି। କେବଳ ଏତିକି ନୁହେଁ ଓଡିଶାର ସୀମାନ୍ତ ଗ୍ରାମରେ ଆନ୍ଧ୍ର ପ୍ରଭାବରୁ ଓଡ଼ିଆ ଭାଷା ବି ବିପନ୍ନ ହେବାରେ ଲାଗିଛି। ଓଡ଼ିଶା ସରକାରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ସୀମାନ୍ତ ଓଡ଼ିଆ ଗ୍ରାମର ପିଲାଏ ଆନ୍ଧ୍ର ବିଦ୍ୟାଳୟ ମୁହଁା ହେଉଛନ୍ତି। ଏହାଦ୍ବାରା ପିଲାଏ ଆଉ ଓଡ଼ିଆ ଭାଷାରେ ଶିକ୍ଷା ପାଉ ନାହଁାନ୍ତି କି ଓଡ଼ିଆ ଜାଣିବାକୁ ବି ଆଗ୍ରହ ପ୍ରକାଶ କରୁ ନାହଁାନ୍ତି।
ଆନ୍ଧ୍ର ସୀମାନ୍ତରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ପିଲାଙ୍କ ପାଠପଢା ପାଇଁ ରାଜ୍ୟ ସରକାର ଏବଂ ଉତ୍କଳ ସମ୍ମିଳନୀ ତରଫରୁ ପ୍ରୟାସ ଜାରି ରହିଛି। ପିଲାଙ୍କୁ ଓଡ଼ିଆ ବହି ସରକାର ଯୋଗାଉଛନ୍ତି। କିନ୍ତୁ ପାତ୍ରପୁର ବ୍ଲକ ଆନ୍ଧ୍ର ସୀମାନ୍ତ ବିଦ୍ୟାଳୟଗୁଡିକରେ ତେଲୁଗୁ ବହି ଓ ଶିକ୍ଷକ ଅଭାବର ଦ୍ବାହି ଦେଇ ପିଲାମାନେ ଆନ୍ଧ୍ର ସ୍କୁଲରେ ନାମ ଲେଖାଇଥିବାରୁ ଏବେ ବହୁ ଓଡ଼ିଆ ବିଦ୍ୟାଳୟରେ ତାଲା ଝୁଲୁଛି। ସୀମାନ୍ତ ଗୁଡିପଦର ପଞ୍ଚାୟତରେ ସ୍ୱାଧୀନତାପୂର୍ବରୁ ପ୍ରତିଷ୍ଠା ହୋଇଥିବା ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟରେ ପରିଣତ ହେବା ସହ ୫୦ ଲକ୍ଷ ଟଙ୍କା ବ୍ୟୟରେ ନୂତନ କୋଠା ନିର୍ମାଣ ହୋଇଛି। ଏହି ଗ୍ରାମ ପାର୍ଶ୍ୱ ଖଜୁରିଆଠାରେ ଆନ୍ଧ୍ର ସରକାର ଏକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପରେ ଗୁଡିପଦର ଉଚ୍ଚ ବିଦ୍ୟାଳୟ ପିଲାଏ ସେଠାକୁ ଚାଲି ଯାଇଛନ୍ତି। ଯଦ୍ବାରା ଗୁଡିପଦର ଓଡ଼ିଆ ଉଚ୍ଚ ବିଦ୍ୟାଳୟ ଚାରିବର୍ଷ ହେଲା ବନ୍ଦ ରହିଛି। ସୀମାନ୍ତରେ ଥିବା ଦଶରୁ ଊର୍ଦ୍ଧ୍ବ ଓଡିଆ ବିଦ୍ୟାଳୟ ବନ୍ଦ ହୋଇଯାଇଛି। ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା କେତେକ ପ୍ରାର୍ଥୀ ଓଡ଼ିଆ ଦସ୍ତଖତ ବ୍ୟତୀତ ଭାଷା ବୁଝିପାରୁ ନାହାନ୍ତି। ଆନ୍ଧ୍ର ମୁହାଁ ପିଲାଙ୍କୁ ଓଡ଼ିଆ ଶିକ୍ଷା ଦିଆଯାଉ ନାହିଁ। ଏହି କାରଣରୁ ଓଡ଼ିଶାର ପିଲାମାନେ ଓଡ଼ିଆ ଭାଷାକୁ ଭୂଲିବାରେ ଲାଗିଛନ୍ତି। ଏପ୍ରିଲ ପ୍ରଥମ ସପ୍ତାହରୁ ପୁଣି ସୀମା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପାତ୍ରପୁର ତହସିଲଦାର ଅମିତ କୁମାର ନାୟକ ପ୍ରକାଶ କରିଛନ୍ତି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories