www.samajalive.in
Sunday, December 14, 2025
19.1 C
Bhubaneswar

କୋଭିଡ କଟକଣା ମଧ୍ୟରେ ଧଣ୍ଡାମୁଣ୍ଡା ଦୋଳ ପର୍ବ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୋଳପର୍ବ ତଥା ହୋଲି ଉତ୍ସବ କୋଭିଡ କଟକଣା ଯୋଗୁଁ ଫିକା ପଡିଥିଲା । ଏହି ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡାଠାରେ ୮୨ ତମ ଦୋଳପର୍ବ ସମ୍ପୂର୍ଣ୍ଣନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ନାମଯଜ୍ଞ ବଦଳରେ ହୋମଯଜ୍ଞ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା। ହରେଶ କୁମାର ସାହୁ, ସିଲୁ ସାହୁ, ଉତ୍ତମ ବରିହା, କର୍ତ୍ତାଭାବେ ଯୋଗଦେଇଥିଲେ। ପଣ୍ଡିତ ବୈଦ୍ୟନାଥ ମିଶ୍ର ଏବଂ କମଳାପତି ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ହରେଶ ସାହୁଙ୍କ ଘରୁ ରାଧାକୃଷ୍ଣ ମୂର୍ତ୍ତୀଙ୍କୁ ବିମାନରେ ଅଣାଯାଇ ବେଳେ ସ୍ଥାନୀୟ ଚନ୍ଦ୍ରଶେଖର ମନ୍ଦିରରୁ ହରଙ୍କୁ ବିମାନରେ ଅଣାଯାଇ ହରିହର ମିଳନ ଅନୁଷ୍ଠିତ ହୋଇଥିଲା । ମୀନାବଜାର, ୨୪ ପ୍ରହର ନାମଯଜ୍ଞ ସହିତ ମନୋରଞ୍ଜନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ଗ୍ରାମ୍ୟ କମିଟି ସଭାପତି ଯଶୋବନ୍ତ ସାହୁ, ଉପସଭାପତି ଗୋକୁଳାନନ୍ଦ ପଟେଲ, ସମ୍ପାଦକ ଅମୂଲ୍ୟ ଭୋଇ, ସହ ସମ୍ପାଦକ ସୁଜିତ ପାଣିଗ୍ରାହୀ ଙ୍କ ସହିତ କମିଟି ସଭ୍ୟ ବିନୋଦ ସାହୁ, କ୍ଷୀରୋଦ ପଧାନ, ଓଁକାର ଭୋଇ, ପଞ୍ଚାନନ ସାହୁ, ଗୋପିକୃଷ୍ଣ ଥନାପତି, ସାମ୍ବାଦିକ ବିଜୟ ମିଶ୍ର, ଦେବକାନ୍ତ ପାଣିଗ୍ରାହୀ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ନିକଟସ୍ଥ ବୁଢୀବାହାଲ ଗ୍ରାମରେ ହୋଲିପର୍ବ ପାଳନ ଅବସରରେ ହୋଲିକା ଦହନ ଅନୁଷ୍ଠିତ ହୋଇଥିଲା । ଗ୍ରାମବାସୀ ଘର ଘର ବୁଲି କାଠ ସଂଗ୍ରହ କରି ଗାଁ ମୁଣ୍ଡରେ ପହଂଚିବା ପରେ ଅଗ୍ନି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଇନ୍ଦ୍ରମଣୀ ସାହୁ, ଯୁବରାଜ ତ୍ରିପାଠୀ, ଶିବରାମ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବାବେଳେ ଭାଗିରଥି ଖରସେଲ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ ।

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories