www.samajalive.in
Saturday, December 13, 2025
26.1 C
Bhubaneswar

କୋଶଳାଞ୍ଚଳରେ କୋଶଲି ଭାଷାରେ ପ୍ରାଥମିକ ଶିକ୍ଷାର ବ୍ୟବସ୍ଥା ଦାବି

ବଲାଙ୍ଗିର : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରଠାରେ ଅଭିଭାବକ ମଂଚ ବଲାଙ୍ଗିରର ଏକ ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଆଲୋଚନା ଆରମ୍ଭ କରି ଉପ-ସଭାପତି ପ୍ରସନ୍ନ କୁମାର ମିଶ୍ର ସୂଚନା ଦେଲେ ଯେ ଗତ ୧୧ରେ ବିହାରର ଶିକ୍ଷାମନ୍ତ୍ରୀ ବିଜୟ କୁମାର ଚୌଧୁରୀ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଆଂଚଳିକ ଭାଷାରେ ଶିକ୍ଷାଦାନ ଦିଆଯିବା ପାଇଁ ଘୋଷଣା କରିଛନ୍ତି। ଫଳରେ ଭୋଜପୁରୀ, ମୈଥିଲି, ମଗହି, ଅଙ୍ଗିକା, ବଜ୍ଜିକା ସମେତ ଅନ୍ୟାନ୍ୟ ଭାଷାଭାଷୀ ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ। ପୁନଶ୍ଚ ଗତ ୨୨ତାରିଖରେ ଓଡିଶା ରାଜ୍ୟ କ୍ୟାବିନେଟରେ ୯ଟି ଜିଲାର ୧୦ ପ୍ରକାର ଆଦିବାସୀ ଭାଷାରେ ଠିକା ଭିତ୍ତିରେ ୨୦୦୮ରୁ ନିଯୁକ୍ତ ଶହେ ଜଣ ଭାଷା ଶିକ୍ଷକଙ୍କ ନିୟମିତକରଣ କରାଯାଇଥିବା ଘୋଷଣା କରାଯାଇଛି। ଆଗାମୀ ଜୁନ ପହିଲାରୁ କୋଶଲି ଭାଷାରେ ଶିକ୍ଷାଦାନର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି। ମଂଚର ଦ୍ୱିତୀୟ ଅଧିବେଶନରେ କୋଶଲି ଭାଷାର ଅସ୍ମିତା ଉପରେ ବକ୍ତା ନବଘନ ଦାଶ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଓ.ପି.ଜିନ୍ଦଲ ବିଶ୍ୱ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ. ଜୟ ପ୍ରକାଶ ରଥଙ୍କୁ ତାଙ୍କ ହିନ୍ଦି କବିତା ପୁସ୍ତକ ପ୍ରତିବିମ୍ବ ପାଇଁ ମୁଖ୍ୟ ଅତିଥି ପୁନାର ବିଶିଷ୍ଟ ଆଇଟି ଅଫିସର ଦେବାଶିଷ ପଣ୍ଡା ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିିତ କରିଥିଲେ। ଅଞ୍ଚଳର ବିଶିଷ୍ଟ କବି ଦିବାକର ହୋତାଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ମାନପତ୍ର ପ୍ରଦାନ କରିଥିଲେ । ଶ୍ରଦ୍ଧାକର କମ୍ପ, ପ୍ରତ୍ୟୁଷା ରଥ, ହରେକୃଷ୍ଣ ପଟେଲ, ଧିରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସଭ୍ୟ ଛବିଲାଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories