www.samajalive.in
Monday, December 15, 2025
16.1 C
Bhubaneswar

ଜାତୀୟ ରାଜପଥରେ ଚଳାଚଳ ଯାନବାହାନରୁ ଲୁଟ ପାଇଁ ଚଳାଇଥିଲେ ପ୍ରସ୍ତୁତି, ୫ ଲୁଟେରାଙ୍କୁ ଧରିଲା ସତ୍ୟବାଦୀ ପୁଲିସ

ସାକ୍ଷିଗୋପାଳ: ଶନିବାର ରାତି ପ୍ରାୟ ସାଢ଼େ ୨ ଟା ସମୟରେ ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ଗୋବିନ୍ଦ ପୁର ମଠ ପଡିଆରେ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଚଳାଚଳ କରୁଥିବା ଯାନବାହାନରୁ ଲୁଟ ପାଇଁ ୫ଜଣ ଲୁଟେରା ପ୍ରସ୍ତୁତି ଆରମ୍ଭ ଚଳାଇଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସତ୍ୟବାଦୀ ଥାନା ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିଲା ଏବଂ ସମସ୍ତ ୫ଜଣ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଥିଲା। ଏଏସଆଇ କୃଷ୍ଣଚନ୍ଦ୍ର ଦାସଙ୍କ ନେତୃତ୍ଵରେ ତାଙ୍କ ଦଳ ସତର୍କତାର ସହ ଚଢ଼ାଉ କରିଥିଲେ ଏବଂ ଲୁଟେରାମାନଙ୍କୁ ଧରିଥିଲେ। ରାଜପଥରେ ଲୁଟ୍‌ ଉଦ୍ୟମ ଚଳାଇଥିବା ପିପିଲି ଥାନା ଅଞ୍ଚଳର ପ୍ରମୋଦ କୁମାର ସାହୁ (୨୬), ସତ୍ୟବାଦୀ ଥାନା ଅଞ୍ଚଳର ଚିନ୍ତାମଣି ସ୍ୱାଇଁ (୩୨), ସଞ୍ଜୟ ବେହେରା (୨୦)ଓ କାହ୍ନୁ ନାୟକ (୧୯)ଙ୍କୁ ପୁଲିସ ଗିରଫ କରିଥିଲା। ଅପରପକ୍ଷରେ ଚନ୍ଦନ ପୁର ଥାନା ଅଞ୍ଚଳର କଇନ ନାମକ ଜଣେ ଲୁଟେରା ଚମାଉବେଳେ ଧାନ ବିଲ ମଧ୍ୟରେ ଖସି ପଳାଇ ଥିବା ସୂଚନା ମିଳିଛି।

 

- Advertisement -

ଘଟଣା ସ୍ଥଳରୁ ସତ୍ୟବାଦୀ ପୁଲିସ ପକ୍ଷରୁ ଏକ ଖଣ୍ଡା, ଲୁହା ଛଡ଼, ମଦ ବୋତଲ, ପାଣି ବୋତଲ ଓ ଗ୍ଲାସ ଜବତ କରାଯାଇଛି। ଏହି ମାମଲାରେ ସତ୍ୟବାଦୀ ପୁଲିସ ପକ୍ଷରୁ ଅଭିଯୁକ୍ତମାନଙ୍କ ବିରୋଧରେ ୩୯୯ ଓ ୪୦୨ ଦଫା  ଏବଂ ୨୫  ଆର୍ମସ ଆକ୍ଟରେ କେସ୍ ନଂ ୧୨୩/୨୧ ମୋକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା। ସେମାନଙ୍କ ଜାମିନ ନା ମଞ୍ଜୁର ହେବାରୁ ସେମାନଙ୍କୁ ପୁରୀ ଜେଲକୁ ପଠାଇ ଦିଆଯାଇଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories