www.samajalive.in
Sunday, December 14, 2025
19.1 C
Bhubaneswar

ସୁସ୍ଥ ସମାଜ ବାର୍ତ୍ତା ନେଇ ୨୫୫୦ କିଲୋମିଟର ପଦଯାତ୍ରା, ପିଏମଓରେ ନିରାଶ!

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ପ୍ରାୟ ୨୫୫୦ କିଲୋମିଟର ଦଉଡ଼ି ଦଉଡ଼ି ଦିଲ୍ଲୀରେ ପହଞ୍ଚିଥିବା ୬୩ ବର୍ଷ ବୟସ୍କ ଝାରସୁଗୁଡ଼ା ଉପକଣ୍ଠସ୍ଥ ଦୁର୍ଲଗା ନିବାସୀ ଅଭିରାମ ଶତପଥୀ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ କାହାରିକୁ ଭେଟି ନ ପାରି ନିରାଶ ହୋଇ ଘରକୁ ଫେରିବେ। ସୁସ୍ଥ ଓ ନିଶାମୁକ୍ତ ସମାଜ ବାର୍ତ୍ତା ପ୍ରଚାରର ଆଭିମୁଖ୍ୟ ନେଇ ଶୀତଋତୁରୁ ଗ୍ରୀଷ୍ମଋତୁ ଯାଏ ଦୀର୍ଘ ୮୦ଦିନ ଧରି ଅକ୍ଲାନ୍ତ ଦୌଡ଼ିଥିବା ଅଭିରାମଙ୍କୁ କୋଭିଡ କଟକଣା ଆଳରେ ପିଏମଓରେ କାହାରିକୁ ମଧ୍ୟ ଭେଟିବାକୁ ତାଙ୍କୁ ସୁଯୋଗ ଦିଆଯାଇ ନାହିଁ । ଅଗତ୍ୟା ଶ୍ରୀ ଶତପଥୀ ନିଜର ଆଭିମୁଖ୍ୟ ସଂକ୍ରାନ୍ତୀୟ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଥିବା ପ୍ରକାଶ କରିଛନ୍ତି।

ଜାନୁଆରୀ ୬ତାରିଖ ଦୁର୍ଲଗା ଠାରୁ ଯାତ୍ରାରମ୍ଭ କରିଥିବା ଅଭିରାମ ମାର୍ଚ୍ଚ ୨୬ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଏହା ପୂର୍ବରୁ ସେ ପୁରୀ ଯାଏ ଦୌଡ଼ିବାର ଲକ୍ଷ୍ୟ ନେଇ ଯାତ୍ରାରମ୍ଭ କରିଥିବା ବେଳେ ଜାନୁଆରୀ ୨୨ ତାରିଖରେ ସେଠାରେ ପହଞ୍ଚିଥିଲେ। ହେଲେ ଜାତୀୟସ୍ତରରେ ତାଙ୍କ ବାର୍ତ୍ତା ପ୍ରଚାର କରିବାର ଆବଶ୍ୟକତା ଥିବାରୁ ସେ ଦିଲ୍ଲୀକୁ ଦୌଡ଼ିବା ଆରମ୍ଭ କରିଥିଲେ। ସେ ଦିଲ୍ଲୀରେ ସମ୍ପ୍ରତି ଜଣେ ସମ୍ପର୍କୀୟଙ୍କ ଘରେ ଅବସ୍ଥାନ କରିଛନ୍ତି ଓ ୨୯ ତାରିଖରେ ବିମାନରେ ଝାରସୁଗୁଡ଼ା ପ୍ରତ୍ୟାବର୍ତ୍ତନ କରିବେ ବୋଲି ‘ସମାଜ’କୁ କହିଛନ୍ତି।

- Advertisement -

ଏକଦା ଶ୍ବାସ ରୋଗରେ ପୀଡ଼ିତ ଓପିଟିସିଏଲର ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ଶତପଥୀ ଦୌଡ଼କୁଦ କରିବା ଦ୍ବାରା ରୋଗ ମୁକ୍ତ ହୋଇଥିଲେ। ଦିନକୁ ୨୨ରୁ ୨୫କିଲୋମିଟର ଦୌଡ଼ିବାର ଅଭ୍ୟାସ ରଖିଥିବା ବେଳେ ତାଙ୍କର ବ୍ୟକ୍ତିଗତ ଅନୁଭୂତି ଓ ଲାଭ ଅନ୍ୟ ଲୋକଙ୍କୁ ଅବଗତ କରିବା ସହ ଲୋକଙ୍କୁ ନିରୋଗ ରଖିବାର ବାର୍ତ୍ତା ନେଇ ସେ ଏହି ଯାତ୍ରା କରିଥିବା ପ୍ରକାଶ କରିଛନ୍ତି। ଝାରସୁଗୁଡ଼ାରୁ ଦିଲ୍ଲୀ ରାସ୍ତାରେ ସେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ହରିୟାଣା ଦେଇ ରାଜଧାନୀକୁ ପହଞ୍ଚିଥିବା ବେଳେ ତାଙ୍କର ସମୁଦାୟ ଯାତ୍ରା ୨୫୪୪କିଲୋମିଟ ବୋଲି ପ୍ରକାଶ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories