www.samajalive.in
Monday, December 8, 2025
20.1 C
Bhubaneswar

ଚୀନ ଏବଂ ଇରାନ ସହ ସିଧା ସମ୍ପର୍କ ସ୍ଥାପନ ନ କରିବାକୁ ରାଜ୍ୟ ସରକାରଙ୍କୁ ସତର୍କ କଲା କେନ୍ଦ୍ର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଚୀନ, ଇରାନ ଏବଂ ଆଫଗାନିସ୍ତାନ ଭଳି କେତେକ ଦେଶର କୌଣସି ସଂସ୍ଥା ସହ ସିଧାସଳଖ ସମ୍ପର୍କ ସ୍ଥାପନ ନ କରିବାକୁ ରାଜ୍ୟ ସରକାରଙ୍କୁ ସତର୍କ କରାଇଛନ୍ତି। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏଭଳି ଦେଶର କୌଣସି ସଂସ୍ଥା ସହ ସମ୍ପର୍କ କେବଳ କେନ୍ଦ୍ର ସରକାରଙ୍କ ମାଧ୍ୟମରେ କରିବାକୁ ପରାମର୍ଶ ଦିଆଯାଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଳାୟ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ପଠାଯାଇଛି। ମନ୍ତ୍ରଳାୟ ପକ୍ଷରୁ ନିର୍ଦେଶ ଦିଆଯାଇଛି ଯେ ମନ୍ତ୍ରାଳୟର ବିନା ପରାମର୍ଶରେ ରାଜ୍ୟ ପୁଲିସ୍‍ ବଳ ସମ୍ବେଦନଶୀଳ ଦେଶଗୁଡ଼ିକର କୌଣସି ସଂସ୍ଥାର ଆଗ୍ରହ ଉପରେ ବିଚାର କିମ୍ବା ଆଗକୁ ବଢିବେ ନାହିଁ। ଏଭଳି ଦେଶର କେତେକ ସଂଗଠନ କେନ୍ଦ୍ର ସରକାରଙ୍କ ବଦଳରେ ସିଧସଳଖ ରାଜ୍ୟ ସରକାରଙ୍କ ନିକଟକୁ ନିମନ୍ତ୍ରଣ ପଠାଇ ପ୍ରଶିକ୍ଷଣ, ସଂସ୍ଥାଗୁଡ଼ିକର ଦ୍ୱିପାକ୍ଷିକ ସହଯୋଗ, ମିଳିତ ଅଭ୍ୟାସ, ଭାବ ବିନିମୟ ପାଇଁ ଆମନ୍ତ୍ରଣ କରୁଛନ୍ତି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଜାତୀୟ ସୁରକ୍ଷା ପାଇଁ ଏହା ବିପଦଜନକ। ତେଣୁ କେନ୍ଦ୍ର ସରକାର ଏହା ଉପରେ ଚିନ୍ତା ବ୍ୟକ୍ତ କରିବା ସହ ଏଭଳି ଦେଶ ସହ ସିଧାସଳଖ ସମ୍ପର୍କ ନ ରଖିବାକୁ ରାଜ୍ୟଗୁଡ଼ିକୁ ସତର୍କ କରାଇ ଦିଆଯାଇଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories