www.samajalive.in
Tuesday, December 9, 2025
17.1 C
Bhubaneswar

ଭୋପାଳ ମୁକ-ବଧିର ହଷ୍ଟେଲରେ ନିର୍ଦେଶକଙ୍କ କେଳେଙ୍କାରୀ

ଭୋପାଳ : ମଧ୍ୟପ୍ରଦେଶର ଧର୍‍ ଥାନା ଅଞ୍ଚଳରେ ଥିବା ଏକ ମୁକ-ବଧିର ହଷ୍ଟେଲରେ ବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ଫର୍ଦ କ୍ରମଶଃ ବଢ଼ିବାରେ ଲାଗିଛି। ଜଣକ ପରେ ଜଣେ ଅନ୍ତେବାସିନୀ ହଷ୍ଟେଲ ନିର୍ଦେଶକଙ୍କ ବିରୋଧରେ ଭୟଙ୍କର ଅଭିଯୋଗ ଆଣିବାରେ ଲାଗିଛନ୍ତି। ପୂର୍ବରୁ ତିନି ଜଣ ଯୁବତୀ ସହାସର ସହିତ ଏହି ମାମଲା ସାମ୍ମନାକୁ ଆଣିଥିବାବେଳେ ରବିବାର ଚତୁର୍ଥ ଯୁବତୀ ନିର୍ଦେଶକଙ୍କ ଗୁମର ଖୋଲିଛନ୍ତି। ନିର୍ଦେଶକଙ୍କ ବିରୋଧରେ ସେ ଲୋମଟାଙ୍କୁରା ଅଭିଯୋଗ ଆଣିଛନ୍ତି। ନିର୍ଦେଶକ ତାଙ୍କୁ ଗତ ଛ’ମାସ ଧରି ଭୟଭୀତ କରି ବଳାତ୍କାର କରୁଥିଲେ। ତାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ଦେଖାଇବା ସହ ଅପ୍ରାକୃତିକ ଯୌନକ୍ରିୟା ପାଇଁ ବାଧ୍ୟ କରୁଥିଲେ ବୋଲି ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି। ଏଥିରେ ସେ ରାଜି ନହେଲେ ପ୍ରବଳ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି।
ଏହି ହଷ୍ଟେଲରେ ରହି ଆଇଟିଆଇ ପଢ଼ୁଥିବା ଜଣେ ୧୯ବର୍ଷୀୟା ମୁକ-ବଧିର ଯୁବତୀ ପ୍ରଥମେ ସାହସ କରି ନିର୍ଦେଶକ ଅଶ୍ୱିନୀ ଶର୍ମାଙ୍କ ବିରୋଧରେ ଧର୍‍ ଥାନାରେ ସମାନ ଅଭିଯୋଗ କରିଥିଲେ। ଅଶ୍ୱିନୀ ତାଙ୍କୁ ଧମକ ଚମକ ଦେଇ ଗତ ତିନି ବର୍ଷ ଧରି ଯୌନ ଶୋଷଣ କରୁଥିବା ସେ ଅଭିଯୋଗ ଆଣିଥିଲେ। ତାଙ୍କ ପରେ ଅନ୍ୟ ଦୁଇ ଜଣ ଅନ୍ତେବାସିନୀ ଗୁରୁବାର ଅଶ୍ୱିନୀଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ କରିଥିଲେ। ସେମାନେ ଅଶ୍ୱିନୀଙ୍କ ଯୋଗୁଁ ହଷ୍ଟେଲ ପରିତ୍ୟାଗ କରିଥିବା ଦର୍ଶାଇଥିଲେ। ଏହାକୁ ନେଇ ରାଜନୈତିକ ହୋହାଲ୍ଲା ହେବା ପରେ ପୁଲିସ ଅଶ୍ୱିନୀଙ୍କୁ ଗିରଫ କରିଥିଲା। ତେବେ ଏହି ଦୁଇ ଜଣ ଯୁବତୀ ବଳାତ୍କାରର ଶିକାର ହେବା ସମୟରେ ନାବାଳିକା ଥିଲେ ବୋଲି ପୁଲିସ କହିଛି।
ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୀତି ଜୋର୍‍ ଧରିଛି। ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ଯେ ଅଶ୍ୱିନୀ ହେଉଛନ୍ତି ଶାସକ ଦଳର କର୍ମକର୍ତ୍ତା। ସେ ରାଷ୍ଟୀୟ ସ୍ୱୟଂସେବକ ସଂଘ(ଆରଏସ୍‍ଏସ୍‍)ର ପଦାଧିକାରୀ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚେହ୍ୱାଣଙ୍କର ଘନିଷ୍ଠ। ସରକାରଙ୍କ ଛତ୍ରଚ୍ଛାୟା ତଳେ ସେ କାମ କରୁଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ଶୋଭା ଓଝା କହିଛନ୍ତି। ଏହାର ପ୍ରମାଣ ସ୍ୱରୂପ ସେ ଏକ ଭିଡିଓ ପ୍ରଦର୍ଶନ କରିଛନ୍ତି। ରାଜ୍ୟ କଂଗ୍ରେସ ସଭାପତି କମଳ ନାଥ ଏହି ଘଟଣାର ସିବିଆଥ ତଦନ୍ତ ପାଇଁ ଦାବି କରିଛନ୍ତି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଚହ୍ୱାଣ ପ୍ରତି ମାସରେ ନିୟମିତ ଭାବେ ରାଜ୍ୟର ସମସ୍ତ ମହିଳା ନିବାସ ଯାଞ୍ଚ କରିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories