www.samajalive.in
Tuesday, December 9, 2025
15.1 C
Bhubaneswar

ମୁଜାଫରପୁର ବାଳିକା ଗୃହ ପରେ ‘ଆଶ୍ରା’ରେ ଦୁଇ ଅନ୍ତେବାସିନୀଙ୍କ ସନ୍ଦେହଜନକ ମୃତ୍ୟୁ

ପାଟନା : ମୁଜାଫରପୁର ବାଳିକା ଗୃହ ମାମଲାରେ ସିବିଆଇ ତନାଘନା ଚଳାଇଥିବାବେଳେ ବିହାରର ଏକାଧିକ ଆଶ୍ରୟ କେନ୍ଦ୍ରରେ ଯେ ଅନ୍ତେବାସିନୀମାନଙ୍କୁ ଏଭଳି ଯୌନ ନିର୍ଯାତନା ଦିଆଯାଉଥିଲା ତାହା ସ୍ଥାନୀୟ ନେପାଳୀ ନଗରରେ ଥିବା ଅନ୍ୟ ଏକ ଆଶ୍ରୟ କେନ୍ଦ୍ର ‘ଆଶ୍ରା’ର ଦୁଇ ଜଣ ଅନ୍ତେବାସିନୀଙ୍କର ମୃତ୍ୟୁରୁ ସ୍ପଷ୍ଟ ହୋଇଛି। ଶନିବାର ରାତିରେ ‘ଆଶ୍ରା’ର ୧୭ ଓ ୨୧ବର୍ଷୀୟା ଦୁଇ ଅନ୍ତେବାସିନୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଶନିବାର ବିଳମ୍ବିତ ରାତିରେ ସେମାନଙ୍କୁ ମୃତ ଅବସ୍ଥାରେ ପାଟନା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ସେମାନଙ୍କୁ ଶୀଘ୍ର ଆଶ୍ରୟ କେନ୍ଦ୍ର ଛାଡ଼ି ପଳାଇବାକୁ ପ୍ରୋତ୍ସାହିତ କରୁଥିବା ଜଣେ କର୍ମଚାରୀ ଶନିବାର ଗିରଫ ହେବା ପରେ ଏହି ଘଟଣା ଘଟିଛି। ତେବେ ‘ଆଶ୍ରା’ କର୍ତ୍ତୃପକ୍ଷ କହିଛନ୍ତି ଯେ ସେମାନେ ଜ୍ୱର ଓ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପାଟନା ମେଡିକାଲ କଲେଜରେ ଚିକିତ୍ସାଧୀନ ଥିଲେ। ରବିବାର ସକାଳେ ପୁଲିସ ଏ ସମ୍ପର୍କରେ ଖବର ପାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଏହି ଆଶ୍ରୟ କେନ୍ଦ୍ରର ୪ଜଣ ଅନ୍ତେବାସିନୀ ନିକଟରେ ସେଠାରୁ ଲୁଚି ପଳାଉଥିବାବେଳେ ଧରା ପଡ଼ିଥିଲେ ଓ ପୁଲିସ ଏ ସମ୍ପର୍କରେ ତଦନ୍ତ ଚଳାଇଥିଲା।
ଅପରପକ୍ଷରେ ୩୪ ଅନ୍ତେବାସିନୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗକ୍ରମେ ଜେଲ୍‍ରେ ଥିବା ମୁଜାଫରପୁର ବାଳିକା ଗୃହର ମୁଖ୍ୟ ବ୍ରଜେଶ ଠାକୁର ଜେଲ୍‍ ପରିଦର୍ଶକ କୋଠରୀରେ ରାଜ୍ୟର ଜନୈକ ମନ୍ତ୍ରୀ ଓ ଅନ୍ୟମାନଙ୍କୁ ଫୋନ୍‍ କରୁଥିବାର ଅଭିଯୋଗ ହୋଇଛି। ପୁଲିସ ଚଢ଼ଉକରି ତାଙ୍କ ନିକଟରୁ ବିଭିନ୍ନ ମନ୍ତ୍ରୀଙ୍କ ସମେତ ୪୦ଜଣଙ୍କ ଫୋନ୍‍ ନମ୍ବର ଥିବା ଦୁଇ ପୃଷ୍ଠା କାଗଜ ଜବତ କରିଛି। ଏହି କାଗଜରେ ଫୋନ୍‍ ନମ୍ବରଗୁଡ଼ିକ ହାତରେ ଲେଖାଯାଇଥିଲା। ଶନିବାର ସିବିଆଇ ତାଙ୍କ ସାହୁ ରୋଡ୍‍ସ୍ଥିତ ବାସଭବନରେ ଦୀର୍ଘ ୧୧ଘଣ୍ଟା କାଳ ଚଢ଼ଉ କରିବା ପରେ ପୁଅ ରାହୁଲ ଆନନ୍ଦଙ୍କୁ ଧରିନେଇ ଅଟକ ରଖିଛି। ଘଟଣା ପରେ ପୁଲିସ ପକ୍ଷରୁ ବାଳିକା ଗୃହକୁ ‘ସିଲ୍‍’ କରାଯାଇଥିଲାବେଳେ ସିବିଆଇ ଏହାକୁ ଖୋଲି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ବାଳିକା ଗୃହର ସମସ୍ତ ୩୪ ଅନ୍ତେବାସିନୀ ଯୌନ ନିର୍ଯାତନାର ଶିକାର ହୋଇଥିବା ଇତିମଧ୍ୟରେ ଡାକ୍ତରୀ ପରୀକ୍ଷାରୁ ପ୍ରମାଣିତ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories