www.samajalive.in
Sunday, December 14, 2025
26.1 C
Bhubaneswar

ପୁନଃବିକଶିତ ହେବ କଳିଙ୍ଗ ଷ୍ଟୁଡିଓ : ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସିନେମା ତଥା ମନୋରଞ୍ଜନ ଶିଳ୍ପକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଦେଶର ପୂର୍ବାଞ୍ଚଳରେ ସବୁଠୁ ଉତ୍କୃଷ୍ଟ ଓ ଅତ୍ୟାଧୁନିକ ଷ୍ଟୁଡିଓ ପାଲଟିବ କଳିଙ୍ଗ ଷ୍ଟୁଡିଓ। ଏହାର ପୁନଃବିକାଶ ପାଇଁ ସରକାର ପୂର୍ବରୁ ୨୦୦ କୋଟିର ପ୍ରକଳ୍ପ ଘୋଷଣା କରିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରସ୍ତୁତ ଡିଜାଇନ ଦେଖି ସେ ଖୁସି ବ୍ୟକ୍ତ କରିବା ସହିତ ଏହା କଳା, ସଂସ୍କୃତି ଓ ସିନେମାର ବିକାଶ ପାଇଁ ଉଦ୍ଦିଷ୍ଟ ହେବ ବୋଲି କହିଥିଲେ। ପ୍ରକଳ୍ପର କାର୍ଯ୍ୟ ୨୦୨୨ ସୁଦ୍ଧା ସରିବା ନେଇ ଲକ୍ଷ୍ୟ ରହିଥିବାବେଳେ ବିକଶିତ ହେଲେ ଏଥିରେ ପ୍ରାୟ ୧୨ହଜାର କର୍ମନିଯୁକ୍ତି ମିଳିପାରିବ। ବିହାର ଫିଲ୍ମ ସିଟି ଡିଜାଇନ କରିଥିବା ଓଡ଼ିଆ ଯୁବକ ରୁଚିପୂର୍ଣ୍ଣ ଜେନା କଳିଙ୍ଗ ଷ୍ଟୁଡିଓର ଡିଜାଇନ ପ୍ରସ୍ତୁତ କରିଥିବାବେଳେ ପରିଚାଳନା ଦାୟିତ୍ବରେ ରହିଛି ଇଡକୋ। ଆସନ୍ତାକାଲିଠୁ ପ୍ରକ୍ରିୟା ତ୍ବରାନ୍ବିତ କରାଯିବ।
ଅଶୀ ଦଶକର କଳିଙ୍ଗ ଷ୍ଟୁଡିଓ ପୁନଃବିକଶିତ ହେବ। ସୁଟିଂ ସାଙ୍ଗକୁ ପୁଣି ଚଳଚଞ୍ଚଳ ହୋଇଉଠିବ ଷ୍ଟୁଡିଓ। ଏହାକୁ ସମ୍ପୂର୍ଣ୍ଣଭାବେ ବିକଶିତ କରାଯାଇ ନୂତନ ରୂପରେଖ ଦିଆଯିବ। ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜାଇନ ଦେଖିବା ସହିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କୋଭିଡ ନିୟମ ଅନୁସାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ତେବେ ଅତ୍ୟାଧୁନିକ ଭିତ୍ତିଭୂମି ସାଙ୍ଗକୁ ତିନିଟି ଜୋନ୍‌ରେ ଷ୍ଟୁଡିଓକୁ ବିକଶିତ କରାଯିବ। ଚିତ୍ର ସୁଟିଂ ନେଇ ଇନ୍‌ଡୋର ହଲ, ସୁଟିଂର ସ୍ଥାନ, ବିଷୟବସ୍ତୁ ଅନୁସାରେ ପାର୍କ, ପୋଷ୍ଟ ପ୍ରଡକ୍ସନ ଏମିତିକି ଡବିଂ ସାଙ୍ଗକୁ ମିକ୍ସିଂ ଷ୍ଟୁଡିଓ, ଆନିମେସନ କେନ୍ଦ୍ର, ଏଡ଼ିଟିଂ ସହିତ ଡିଜିଟାଲ ଷ୍ଟୁଡିଓ ଏବଂ ପ୍ରିଭ୍ୟୁ ପ୍ରେକ୍ଷାଳୟ, ନିର୍ଦେଶକଙ୍କ ରୁମ୍‌, ରେକର୍ଡିଂ ଲାବ୍‌, ରେଡିଓ ଏବଂ ଗଣମାଧ୍ୟମ ଘର ସାଙ୍ଗକୁ ଅନେକ ବିଶ୍ବସ୍ତରୀୟ ବ୍ୟବସ୍ଥା ରହିବ। ଏହାବ୍ୟତୀତ କାର୍ଯ୍ୟକ୍ରମ ପାଇଁ ମଞ୍ଚ, ମନୋରଞ୍ଜନ ନିମନ୍ତେ ପାର୍କ, ଛୋଟ ପିଲାଙ୍କ ପାଇଁ ଖେଳ ପଡ଼ିଆ, ଜଳ କ୍ରୀଡ଼ା, ସ୍ନୋ ୱାର୍ଲ୍ଡ ସହିତ ଷ୍ଟୁଡିଓ ମଧ୍ୟରେ ରହିବା ପାଇଁ ସମସ୍ତ ବ୍ୟବସ୍ଥା ରହିବ। ଏହି କ୍ଷେତ୍ରରେ କିପରି ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ସେନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ଏସବୁ ହେବା ଦ୍ବାରା ଉତ୍ତମ ମାନର ଗୁଣାତ୍ମକ ଓଡ଼ିଆ ଚିତ୍ର ଏଠାରେ ନିର୍ମାଣ କରାଯାଇପାରିବ। ଚିତ୍ର ସୁଟିଂ ହେବା ଭଳି ସମସ୍ତ ଉପଯୁକ୍ତ ପରିବେଶ ମିଳିପାରିବ। ମନୋରଞ୍ଜନ ଏବଂ ଚିତ୍ର ଶିଳ୍ପ ପାଇଁ ଏହା ଏକ ମାଇଲଖୁଣ୍ଟ ହେବ। ଆଜିର କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଓଏଫ୍‌ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇଡ୍‌କୋ ସିଏମ୍‌ଡି ସଞ୍ଜୟ ସିଂହ ଏବଂ ଇପିକଲ ଏମ୍‌ଡି ନିତିନ ଭାନୁଦାସ ଜାୱଲେ ଉପସ୍ଥିତ ଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories