www.samajalive.in
Saturday, December 13, 2025
23.1 C
Bhubaneswar

ତେନ୍ତୁଳିଖୁଣ୍ଟି ଗାଁ ରାସ୍ତା କଡ ପାଲଟିଛି ଆବର୍ଜନାର ପାହାଡ, ବାହ୍ୟ ମଳମୁକ୍ତ ଘୋଷଣା କେବଳ ଧର୍ମକୁ ଆଖିଠାର

କଲମପୁର : ତେନ୍ତୁଳିଖୁଣ୍ଟି ଗାଁ ଦେଇ ଯାଇଛି କଲମପୁର ମୁଖିଗୁଡା ମୁଖ୍ୟ ରାସ୍ତା। ରାସ୍ତାର ଉଭୟ ପାର୍ଶ୍ବରେ ରହିଛି ଜନବସତି। କିନ୍ତୁ ଗାଁରେ କୌଣସି ଆବର୍ଜନା କୁଣ୍ଡ ନଥିବାରୁ ଲୋକେ ନିଜ ଘରେ ବ୍ୟବହୃତ ହେବା ପରେ ସମସ୍ତ ବର୍ଜ୍ୟବସ୍ତୁକୁ ଆଣି ରାସ୍ତାକଡରେ ଫୋପାଡି ଦେଉଛନ୍ତି। ଦନିକୁ ଦିନ ପଲିଥିନ, ପ୍ଲାଷ୍ଟିକ ଫିଙ୍ଗି ଦେଉଥିବାରୁ ଏବେ ରାସ୍ତା କଡ ଆବର୍ଜନାର ପାହାଡ ସୃଷ୍ଟି ହେଇ ସାରିଛି। ମଶା ମାଛି ବଂଶ ବିସ୍ତାର କରି ରୋଗ ଉତ୍ପାଦନ କେନ୍ଦ୍ର ପାଲଟିଛି। ଏହି ରାସ୍ତା ଦେଇ ସଭ୍ୟ ସମାଜ ରିତିମତ ଯାତାୟତ କରୁଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ନଦେବା ପରିତାପର ବିଷୟ। ଅନ୍ୟ ପଟେ ସରକାର କୋଟି କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ କରି ବାହ୍ୟ ମଳମୁକ୍ତ ପାଇଁ ଘୋଷଣା କରିଥିଲେ ମଧ୍ୟ ତେନ୍ତୁଳିଖୁଣ୍ଟି ପାଇଁ ଏହି ଘୋଷଣା କେବଳ ଧର୍ମକୁ ଆଖିଠାର ପାଲଟିଛି।

ସୁଚନାଯୋଗ୍ୟଯେ, ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେଉଛନ୍ତି। ପ୍ଲାଷ୍ଟିକ ଓ ପଲିଥିନ ଏବେ ପରିବେଶ ପାଇଁ ବିପଦ ସୃଷ୍ଟି କରୁଥିବା କୁହାଯାଉଛି। ଏଥିପାଇଁ ପଲିଥିନ ବ୍ୟବହାର ଉପରେ ରୋକ ଲଗାଯାଇଛି। ଏହି ପଲିଥିନ ବ୍ୟାନ କରିବା କେବଳ ଘୋଷଣାରେ ସିମିତ ରହିଛି। ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଯାଉନଥିବାରୁ ଆଗାମୀ ଦିନରେ ଏହାର ପ୍ରଭାବ ଜନ ଜୀବନ ଉପରେ ପ୍ରଭାବିତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ପଞ୍ଚାୟତ ତରଫରୁ ତୁରନ୍ତ ଏହି ଗାଁରେ ଏକ ଆବର୍ଜନାକୁଣ୍ଡ ସ୍ଥାପନ ସହିତ ପ୍ରତି ୧୫ଦିନରେ ଉକ୍ତ କୁଣ୍ଡ ସଫେଇ କରାନଗଲେ ଗ୍ରାମବାସୀ ବିଭିନ୍ନ ରୋଗ ବୈରାଗର ଶିକାର ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ତେଣୁ ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେବାକୁ ଗ୍ରାମବାସୀଙ୍କ ତରଫରୁ ଦାବି ହୋଇଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories