www.samajalive.in
Friday, December 12, 2025
26.1 C
Bhubaneswar

ସମସ୍ୟା ଘେରରେ ବାସୁଦେବ ମହାପାତ୍ର ସ୍ମାରକୀ ମହାବିଦ୍ୟାଳୟ

ବାଲିକୁଦା: ବାଲିକୁଦା ବ୍ଲକ ବରମୁଣ୍ଡଳୀ ପଞ୍ଚାୟତ ଅଧୀନ ତାଳଗାଁ ଠାରେ ୧୯୯୮ ମସିହାରେ ପ୍ରତିଷ୍ଠିତ ବାସୁଦେବ ମହାପାତ୍ର ସ୍ମାରକୀ ମହାବିଦ୍ୟାଳୟ ଏବେ ସମସ୍ୟା ଘେରରେ। ଯୁକ୍ତ୨ ଶ୍ରେଣୀ ପାଇଁ ୧୯୨ ସିଟ୍ ସଂରକ୍ଷିତ ଥିବାବେଳେ ଏବେ ଯୁକ୍ତ ୨ ପ୍ରଥମ ଓ ଦ୍ୱିତୀୟ ବର୍ଷରେ ୨୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି ଏବଂ ୧୨ ଜଣ ଅଧ୍ୟାପକ ଓ ୮ ଜଣ କର୍ମଚାରୀ ନିଯୁକ୍ତ ଅଛନ୍ତି। ସ୍ଥାନୀୟ ଅଞ୍ଚଳର ୮ଟି ପଞ୍ଚାୟତର ୧୨ଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଏହି ମହାବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି। ହେଲେ ମହାବିଦ୍ୟାଳୟ ପ୍ରତିଷ୍ଠା ହେବାର ୨୩ ବର୍ଷ ଅତିକ୍ରାନ୍ତ ହୋଇସାରି ଥିବାବେଳେ ଅସଜଡା ଭିତ୍ତିଭୂମି ତଥା ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏହି ମହାବିଦ୍ୟାଳୟ ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ଚାଲିଛି।

ମହାବିଦ୍ୟାଳୟର ପ୍ରବେଶ ପଥରେ ସୁଉଚ୍ଚ ଫାଟକରେ ଲଗାଯାଇ ଥିବା ଲୁହା କଳଙ୍କି ଲାଗି ଭଗ୍ନ ଅବସ୍ଥାରେ ଥିବାବେଳେ ଚର୍ତୁପାଶ୍ବରେ ପାଚେରୀ ନାହିଁ। ମୁଖ୍ୟ ରାସ୍ତାରୁ କଲେଜ ପରିସରକୁ ରାସ୍ତା ନିର୍ମାଣ କରାଯାଇ ନାହିଁ। ଫଳରେ ସାମାନ୍ୟ ବର୍ଷାରେ କଲେଜ ପରିସରକୁ ଆଣ୍ଠୁଏ ପାଣିରେ ପଶି ଯିବାକୁ ପଡୁଛି। ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ଆବଶ୍ୟକ ଶ୍ରେଣୀଗୃହ ନଥିବା ବେଳେ ପରିଶ୍ରାଗାର ଓ ପାଇଖାନା ସହିତ ପାନୀୟ ଜଳ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଛାତ୍ରଛାତ୍ରୀଙ୍କ ପାଇଁ କମନରୁମ ନଥିବା ବେଳେ ଲାଇବ୍ରେରୀ ଓ ଖେଳପଡ଼ିଆ ନାହିଁ କିମ୍ବା କଲେଜରେ ଖେଳ ସାମଗ୍ରୀ ନାହିଁ।

- Advertisement -

୨୦୦୯ ମସିହାରେ କଲେଜ ବ୍ଲକ ଗ୍ରାଣ୍ଟ ପାଇଥିଲା। ହେଲେ ସରକାରୀସ୍ତରରେ ଆବଶ୍ୟକ କାଗଜପତ୍ର ଉପସ୍ଥାପନ ହୋଇ ନଥିବା ଯୋଗୁଁ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀମାନେ ଏଯାଏଁ ବ୍ଲକ ଗ୍ରାଣ୍ଟ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି। ଅଧ୍ୟାପକ ଓ କର୍ମଚାରୀମାନେ ପରିଚାଳନା କମିଟିରୁ ସ୍ୱଳ୍ପ ଦରମା ପାଇ ଆସୁଥିଲେ। ଯେଉଁ ସମୟରେ କି ପରିଚାଳନା କମିଟିରେ ବାଲିକୁଦା ପୂର୍ବତନ ବିଧାୟକ ଡଃ ଲଲାଟେନ୍ଦୁ ମହାପାତ୍ର ସଭାପତି ଥିଲେ।

୨୦୧୯ ପୂର୍ବରୁ କମିଟିର କାର୍ଯ୍ୟକାଳ ଶେଷହେବା ପରେ କମିଟି ଭାଙ୍ଗି ଯାଇଥିଲା। କିନ୍ତୁ ଏଯାଏଁ ନୂତନ ପରିଚାଳନା କମିଟି ଗଠନ ହୋଇପାରି ନାହିଁ। ଫଳରେ ବ୍ୟାଙ୍କରୁ ଟଙ୍କା ଉଠାଣ ହୋଇ ପାରୁ ନଥିବାରୁ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନେ ବିନା ଦରମାରେ ଦୁଇ ବର୍ଷ ଧରି ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ଅପରପକ୍ଷରେ ଗତ କିଛିମାସ ତଳେ କଲେଜର ନୂତନ ପରିଚାଳନା କମିଟି ଗଠନ ପାଇଁ ବର୍ତ୍ତମାନର ଅଧ୍ୟକ୍ଷ ଉପେନ୍ଦ ପରିଡା ବାଲିକୁଦା ଏରସମା ବିଧାୟକ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଭେଟିବା ପରେ ମନ୍ତ୍ରୀ ଶ୍ରୀ ଦାସ ତୁରନ୍ତ ପରିଚାଳନା କମିଟି ଗଠନ ପାଇଁ ଅନୁମତି ଦେଇଥିଲେ। ହେଲେ ଏଯାଏଁ ପରିଚାଳନା କମିଟି ଗଠନ ହୋଇନାହିଁ। ଏ ନେଇ କଲେଜର ଅଧ୍ୟକ୍ଷ ଉପେନ୍ଦ୍ର ପରିଡାଙ୍କୁ ପଚାରିବାରୁ ପରିଚାଳନା କମିଟି ଗଠନ ପାଇଁ ଆବଶ୍ୟକ କାଗଜପତ୍ର ଶିକ୍ଷା ବିଭାଗକୁ ପଠାଯାଇଛି। ସେଠାରୁ ଅନୁମୋଦନ ମିଳିଲେ କମିଟି ଗଠନ ହେବ ବୋଲି କହିଛନ୍ତି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories