www.samajalive.in
Friday, December 12, 2025
27.1 C
Bhubaneswar

ଅସହ୍ୟ ହେଲା ଅସଦାଚରଣ, ଦଳିତ ମା’ ଝିଅଙ୍କ ଆତ୍ମହତ୍ୟା

ଗୋଣ୍ଡା: ଅପରାଧପ୍ରବଣ ରାଜ୍ୟ ଉତ୍ତର ପ୍ରଦେଶରୁ ପୁଣି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଗୋଣ୍ଡା ଅନ୍ତର୍ଗତ ବେଲସର ବ୍ଲକ ନିକଟ ଏକ ଗଛରୁ ଦଳିତ ବର୍ଗର ମା’ ଓ ଝିଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଗାଁର ଜଣେ ଯୁବକ ବାରମ୍ବାର ଅସଦାଚରଣ କରିବା ପରେ ଏହାର ଭିଡିଓ ଯୁବତୀଙ୍କ ପରିବାର ସଦସ୍ୟଙ୍କ ନିକଟକୁ ପଠାଇବା ପରେ ଅନନ୍ୟୋପାୟ ହୋଇ ଏପରି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି। ଯୁବତୀଙ୍କ ସହିତ ତାଙ୍କ ମା’ ମଧ୍ୟ ଅସହ୍ୟ ଲଜ୍ଜା ଯୋଗୁଁ ସମାନ ପଦକ୍ଷେପ ନେଇଥିବା ପ୍ରକାଶ।

ଗ୍ରାମବାସୀଙ୍କଠାରୁ ଖବର ପାଇବା ପେର ଜିଲା ପ୍ରଶାସନ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ସହିତ ତଦନ୍ତ ଆରମ୍ଭ କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସମ୍ପୃକ୍ତ ଯୁବକକୁ ଗିରଫ କରାଯାଇଛି। ଅଭିଯୋଗରୁ ପ୍ରକାଶ ଯେ ଗତ ପ୍ରାୟ ୬ ମାସ ଧରି ସମ୍ପୃକ୍ତ ଯୁବକ ଯୁବତୀଙ୍କ ପ୍ରତି ବାରମ୍ବାର ଅସଦାଚରଣ କରୁଥିଲା। ଏହାକୁ ନେଇ ଗଣ୍ଡଗୋଳ ମଧ୍ୟ ହୋଇଥିଲା। ଗ୍ରାମବାସୀ ଅଭିଯୁକ୍ତକୁ ଧରି ଥାନାର ଦ୍ବାରସ୍ଥ ହୋଇଥିଲେ। ଥାନାରେ ମାମଲାର ଆପୋସ ବୁଝାମଣା ହୋଇଥିଲା। ଏହା ସତ୍ତ୍ବେ ଅଭିଯୁକ୍ତ ଯୁବତୀଙ୍କୁ ଅସଦାଚରଣ କରିଚାଲିଥିଲା।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories