BJD Bijuli 480×75 Mob

ଚିନ୍ତା ବଢାଇଲା କଙ୍କାଳ, ମିଳୁନି ପରିଚୟ

ଜାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା: କମିଶନରେଟ୍‌ ପୁଲିସ ଜାରି ହୋଇଥିଲା ପ୍ରଥମ ସ୍କେଚ୍

BJD Bijuli 480×75 Mob

ଭୁବନେଶ୍ୱର: ଜାଆଁଳା ଫାଣ୍ଡି ପରିସରରେ ଥିବା ଏକ କାର ଭିତରୁ ମିଳିଥିବା ମହିଳାଙ୍କ କଙ୍କାଳର ପରିଚୟ ଖୋଜୁଛି କମିସନରେଟ ପୁଲିସ। ଏକମାସରୁ ଅଧିକ ଦିନି ହେବ ମୃତ ମହିଳାଙ୍କ ପରିଚୟ ଖୋଜିବାରେ ପୁଲିସ ନାକେଦମ ହେଲାଣି। ବେଙ୍ଗାଲୁରୁରୁ ପୁଲିସ ଏକ ସମ୍ଭାବ୍ୟ ସ୍କେଚ୍‌ ଆଣି ଜନସାଧାରଣଙ୍କ ଅବଗତି ନିମନ୍ତେ ଜାରି କରିଛି। ଏହି ସ୍କେଚ୍ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ମରାଯାଇଥିଲେ ସୁଦ୍ଧା ଏଥିରୁ ମହିଳାଙ୍କ ସମ୍ପର୍କରେ ତଥ୍ୟ ମିଳିପାରିନାହିଁ। ତେବେ ଏହି ସ୍କେଚ୍‌କୁ ନେଇ ପୁଲିସ ମଧ୍ୟ ସନ୍ଦେହରେ ରହିଛି। ୨୦୧୯ ନଭେମ୍ବରରେ ଚୋରା ଗଞ୍ଜେଇ ଚାଲାଣରେ ଜବତ ହୋଇଥିବା କାର ଭିତରୁ କଙ୍କାଳଟି ଜବତ ହୋଇଥିଲା।

ଜାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ମାର୍ଚ୍ଚ ୧୯ରେ କମିଶନରେଟ୍‌ ପୁଲିସ ପକ୍ଷରୁ ମହିଳାଙ୍କ ସ୍କେଚ୍ ଜାରି କରାଯାଇଛି। ଜାରି କରାଯାଇଥିବା ମହିଳାଙ୍କ ସ୍କେଚ୍‌ରୁ ତାଙ୍କର ପରିଚୟ ଖୋଜିବାକୁ ଉଦ୍ୟମ ଆରମ୍ଭ କରାଯାଇଛି। ବେଙ୍ଗାଲୁରୁର ବିଶେଷଜ୍ଞଙ୍କ ଦ୍ୱାରା ଏହି ସ୍କେଚ୍ ଜାରି ହୋଇଛି।
କମିଶନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି ଯେ ଜାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ସ୍କେଚ୍ ମାଧ୍ୟମରେ ମହିଳାଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରାଯିବ। ଏହା କମିସନରେଟ୍ ପୁଲିସର ପ୍ରଥମ ସ୍କେଚ୍ ହୋଇଥିବା ବେଳେ ଆଗକୁ ଆହୁରି ସ୍କେଚ୍ ଆସିବାର ରହିଛି। ବେଙ୍ଗାଲୁରୁର ବିଶେଷଜ୍ଞମାନେ ଏହି ସ୍କେଚ ପ୍ରସ୍ତୁତ କରିଛନ୍ତି। ଏମ୍ସରୁ ଯାଇଥିବା କଙ୍କାଳ ଓ ଖପୁରୀର ବିଭିନ୍ନ ଅଙ୍ଗର ମାପଚୁପ ଏବଂ ଫଟୋକୁ ନେଇ ବେଙ୍ଗାଲୁରୁର ବିଶେଷଜ୍ଞମାନେ ଏହି ସ୍କେଚ୍ ଜାରି କରିଛନ୍ତି। ଯେହେତୁ ମାଂସ ନାହିଁ, ତେଣୁ ଶରୀରର ରଙ୍ଗ ଭିନ୍ନ ଭିନ୍ନ ପ୍ରକାରର କରାଯାଇ ଆହୁରି ୪ରୁ ୫ଟି ସ୍କେଚ୍ ଜାରି ହେବ।

Image Source : The new indian express

ଜାଆଁଳା ଫାଣ୍ଡି ସମ୍ମୁଖରେ ୨୦୧୯ ମସିହାରେ ଜବତ ହୋଇଥିବା ଏକ ଏକ୍ସୟୁଭି ଗାଡ଼ି ରହିଥିଲା। ଏହି ଜବତ ଗାଡ଼ିକୁ ମୁକୁଳାଇବା ପାଇଁ ଯେତେବେଳେ ଗାଡ଼ି ମାଲିକ ଆସିଥିଲେ, ଗାଡ଼ି ଭିତରୁ ମିଳିଥିଲା ଗୋଟିଏ କଙ୍କାଳ। ଫେବୃୟାରୀ ମାସରୁ କଙ୍କାଳ ମିଳିଥିଲା, କିନ୍ତୁ ଫାଣ୍ଡି ଅଧିକାରୀ ନିଲମ୍ବିତ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଗାଡ଼ି ଭିତରୁ କଙ୍କାଳକୁ ଉଦ୍ଧାର କରି ଏମ୍‌ସକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ଗାଡ଼ି ଭିତରୁ ଜବତ କଙ୍କାଳ ଜଣେ ମହିଳାଙ୍କର ଏବଂ ତାଙ୍କ ବୟସ ପ୍ରାୟ ୪୫ ବର୍ଷ ବୋଲି କମିଶନରେଟ୍‌ ପୁଲିସ ସୂଚନା ଦେଇଥିଲା।

Comments are closed.