ଲୋକସେବକ ମଣ୍ଡଳର ନୂତନ କର୍ମକର୍ତ୍ତା – ରାଜକୁମାର ସଭାପତି, ପ୍ରଭାସ ଆଚାର୍ଯ୍ୟ ସଂପାଦକ ଆମ ଓଡ଼ିଶାକଟକନିଉଜ ଆଲର୍ଟ By Samajalive Desk Last updated Mar 21, 2021 Share ନୂଆଦିଲ୍ଲୀ: ଲୋକସେବକ ମଣ୍ଡଳର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଆସନ୍ତା ଦୁଇ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରୀୟ ସଭାପତି ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀ ରାଜକୁମାର ନିର୍ବାଚିତ ହୋଇଥିବା ବେଳେ ବିଶିଷ୍ଟ ସମାଜସେବୀ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ରାଷ୍ଟ୍ରୀୟ ସଂପାଦକ ଭାବେ ମନୋନୀତ ହୋଇଛନ୍ତି। ଏତଦ୍ ବ୍ୟତୀତ ଶ୍ରୀ ନିରଞ୍ଜନ ରଥ ଉପସଭାପତି ଓ ଅଜୟ କୁମାର କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ ପରିଷଦକୁ ଦୀପକ ମାଲବ୍ୟ, ଭୀମସେନ ଯାଦବ ଓ ନିମିଷା ବେନ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ନବନିର୍ବାଚିତ କର୍ମକର୍ତ୍ତାମାନେ ଲାଲା ଲଜପତ ରାୟ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶକୁ ପାଥେୟ କରି ଏହି ଶତାୟୁ ଅନୁଷ୍ଠାନକୁ ଲୋକାଭିମୁଖୀ କରିବାକୁ ପ୍ରୟାସ ଜାରି ରଖିବେ ବୋଲି ମତଦେବା ସହିତ ସେଥିନିମିତ୍ତ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। Related Posts ଶେଷ ଦିନରେ ନିର୍ବାଚନୀ ପ୍ରଚାର, ଫୁଲବାଣୀ… May 18, 2024 ଗୋରୁବୋଝେଇ ପିକ ଅପ ଗାଡ଼ିକୁ ଧରିଲେ ଗୋ… May 18, 2024 ୧୯୫୧ ଏପ୍ରିଲରେ ଉତ୍ତରାଖଣ୍ଡର ଡେରାଡୁନରେ ଜନ୍ମିତ ଶ୍ରୀ ରାଜକୁମାର ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ୧୯୮୨ରୁ ଲୋକସେବକ ମଣ୍ଡଳ ସହ ଜଡ଼ିତ ହୋଇ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଶ୍ରୀ ରାଜକୁମାର ଏବେ ଲୋକସେବକ ମଣ୍ଡଳର ଦିଲ୍ଲୀ, ଗୁଜୁରାଟ ଓ ପ୍ରୟାଗରାଜ ଶାଖାର ଦାୟିତ୍ୱ ତୁଲାଉଛନ୍ତି। ଶିକ୍ଷା, ଭିନ୍ନକ୍ଷମ ତଥା ମହିଳା ସଶକ୍ତୀକରଣ, ଜରାନିବାସ, ଆତ୍ମନିଯୁକ୍ତି ତାଲିମ, ସ୍ୱାସ୍ଥ୍ୟ ଓ ସାଂସ୍କୃତିକ ଆଦି କ୍ଷେତ୍ରରେ ସେ ବିବିଧ କାର୍ଯ୍ୟ କରୁଛନ୍ତି। ପାଠାଗାର, ବ୍ୟାୟାମଶାଳା, ମସଲା କେନ୍ଦ୍ର ତଥା ଯୁବ ନେତୃତ୍ୱ ପ୍ରଶିକ୍ଷଣ ମାଧ୍ୟମରେ ସେ ସାମାଜିକ ବିକାଶ ପାଇଁ ମନୋନିବେଶ କରିଛନ୍ତି। ଡ. ପ୍ରଭାସ ଆଚାର୍ଯ୍ୟ ମୟୂରଭଞ୍ଜ ଜିଲାର ବିଶୋଇଠାରେ ଜନ୍ମ ଗ୍ରହଣ କରି ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରୁ ସ୍ନାତକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମରେ ସ୍ନାତକୋତ୍ତର ସହ ଗ୍ରାମବିକାଶ ଓ ଓଡ଼ିଆ ସାହିତ୍ୟରେ ମଧ୍ୟ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସହାୟତା କ୍ଷେତ୍ରରେ ତାଙ୍କର ବେଶ୍ ଅଭିଜ୍ଞତା ଅଛି। ବିଶେଷ ଭାବେ ଓଡ଼ିଶାରେ ଶରୀର ଓ ଅଙ୍ଗଦାନ ସଚେତନତା କ୍ଷେତ୍ରରେ ଅଗ୍ରଣୀ ଭୂମିକା ପାଇଁ ସେ ସୁପରିଚିତ। ଦୂରଦର୍ଶନର ଜଣେ ସଫଳ ଉପସ୍ଥାପକ ଓ ସ୍ତମ୍ଭକାର ଭାବରେ ଡ. ଆଚାର୍ଯ୍ୟଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି। Share FacebookTwitterWhatsApp
Comments are closed.