ଆବଶ୍ୟକ ସାମଗ୍ରୀ
ଛତୁ – ୨୦୦ ଗ୍ରାମ
ଲାଲ ସିମଲା ଲଙ୍କା – ୨୦୦ ଗ୍ରାମ
ମହୁ – ୧ ଚାମଚ
ତେଲ – ଆବଶ୍ୟକ ପରିମାଣରେ
ରସୁଣ – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଚାଟ ମସଲା – ଅଳ୍ପ
ଧନିଆ ପତ୍ର – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଛତୁ, ଧନିଆ ପତ୍ର, ରସୁଣକୁ କାଟି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପ୍ରଥମେ ଛତୁକୁ ପକାଇ ଭାଜନ୍ତୁ। ଛତୁରୁ ପାଣି ବାହାରି ଏହା ଶୁଖିବାକୁ ଲାଗିଲେ ଏଥିରେ ସିମଲା ଲଙ୍କା ପକାଇ ଭଲ ଭାବେ ଭାଜନ୍ତୁ। ଏବେ ଏଥିରେ, ଗୋଲମରିଚ ଗୁଣ୍ଡ, ଲୁଣ, ପକାଇ ୨ ମିନିଟ ଗ୍ୟାସରେ ବସାନ୍ତୁ। ୨ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢି ଚାଟ ମସଲା ଓ ମହୁ ପକାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛତୁ ଚାଟ ମସଲା।
ଛତୁ ଚାଟ ମସଲା
Popular Categories



