www.samajalive.in
Tuesday, December 9, 2025
15.1 C
Bhubaneswar

ଉତ୍ତରମେରୁ ଉପରେ ‘ସ୍ପେଶ୍‍ ହରିକେନ୍‍’

ବେଙ୍ଗାଲୁରୁ: ଉତ୍ତରମେରୁ ଉପରଭାଗରେ ବୈଜ୍ଞାନିକମାନେ ଏକ ‘ସ୍ପେଶ୍‍ ହରିକେନ୍‍’ ଠାବ କରିଛନ୍ତି। ଏହା ପ୍ରାୟ ୧ହଜାର କିଲୋମିଟର ଅଂଚଳରେ ପରିବ୍ୟାପ୍ତ ହୋଇଥିବାବେଳେ ପ୍ରାୟ ୮ଘଣ୍ଟା ଧରି ଏହା ଘୁରି ବୁଲିଥିଲା। ବୈଜ୍ଞାନିକଙ୍କ କହିବା କଥା ଯେ ଉତ୍ତରମେରୁରେ ଦିଗ୍‍ବଳୟରେ ଆକାଶ ହଠାତ୍‍ ରଙ୍ଗୀନ ହୋଇଯାଏ ଏବଂ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହାକୁ ନର୍ଦର୍ଣ୍ଣ ଲାଇଟ୍‍ସ ବୋଲି କୁହାଯାଏ। ଏହା ଯେଉଁ କାରଣରୁ ସେଠାରେ ପରିଲକ୍ଷିତ ହୋଇଥାଏ, ସେହି କାରଣ ପାଇଁ ଉତ୍ତରମେରୁ ବାୟୁମଣ୍ଡଳ ଉପରଭାଗରେ ସ୍ପେଶ୍‍ ହରିକେନ୍‍ ସଂଘଟିତ ହୋଇଥାଏ। ଅବଶ୍ୟକ ବୈଜ୍ଞାନିକମାନେ ଏଭଳି ସ୍ପେଶ୍‍ ହରିକେନ୍‍କୁ ପ୍ରଥମ ଥରପାଇଁ ଦେଖିବା ସୁଯୋଗ ପାଇଛନ୍ତି। ଚୀନର ଶାନ୍‍ଡୋଙ୍ଗ ୟୁନିଭରସିଟି ଏବଂ ୟୁନିଭରସିଟି ଅଫ ରାଇଡିଂର ବୈଜ୍ଞାନିକମାନେ ମିଳିତ ଭାବେ ଏଭଳି ଏକ ବିରଳ ଘଟଣାକୁ ଠାବ କରାଯାଇଥିବା ବିଷୟରେ ଘୋଷଣା କରିଛନ୍ତି। ସେମାନେ କହିଛନ୍ତି ଯେ ୨୦୧୪ ଅଗଷ୍ଟରେ ଏହି ସ୍ପେଶ୍‍ ହରିକେନ୍‍କୁ ମହାକାଶରେ ଥିବା ଏକ କୃତ୍ରିମ ଉପଗ୍ରହ ଠାବ କରିଥିଲା। କିନ୍ତୁ ତାହା ଉପରେ ଅନେକ ବିଶ୍ଳେଷଣ ଓ ଗବେଷଣା କରାଯିବା ପରେ ବୈଜ୍ଞାନିକମାନେ ସଂପ୍ରତି ତାହା ସର୍ବସାଧାରଣରେ ପ୍ରକାଶ କରିଛନ୍ତି।
ବୈଜ୍ଞାନିକମାନେ ଉପଗ୍ରହ ପଠାଇଥିବା ଚିତ୍ରକୁ ଅନୁଧ୍ୟାନ କରି ଜାଣିବାକୁ ପାଇଛନ୍ତି ଯେ ଏହି ସ୍ପେଶ୍‍ ହରିକେନ୍‍ର ଚଉଡା ପ୍ରାୟ ୧ହଜାର କିଲୋମିଟର ରହିଥିଲା ଏବଂ ତାହା ଉତ୍ତରମେରୁ ଉପର ବାୟୁମଣ୍ଡଳରେ ଠିକ୍‍ ଏକ ହରିକେନ୍‍ ବା ସାମୁଦ୍ରିକ ଝଡ ଭଳି ଘୁରୁଥିଳା। ସେଥିରୁ ପ୍ଲାଜ୍‍ମା ବିଚ୍ଛୁରିତ ହେଉଥିଲା। ପ୍ଲାଜ୍‍ମା ହେଉଛି ଆୟୋନାଇଜ୍‍ଡ ଗ୍ୟାସ ଏବଂ ଏହା ମହାକାଶରେ ଲକ୍ଷ୍ୟ କରାଯାଇଥାଏ। ଆୟୋନୋସ୍ପିୟର ଏବଂ ମ୍ୟାଗ୍‍ନେଟୋସ୍ପିୟରରେ ଠାବ କରାଯାଇଥିବା ଏହି ସ୍ପେଶ୍‍ ହରିକେନ୍‍ ପ୍ରାୟ ୮ଘଣ୍ଟା ଘୁରିବା ପରେ ତାହା ଅପସରିଯାଇଥିଲା। ବୈଜ୍ଞାନିକଙ୍କ କହିବା କଥା ଯେ ପୃଥିବୀର ଉପର ବାୟୁମଣ୍ଡଳରେ ବିପୁଳ ପରିମାଣରେ ସୂର୍ଯ୍ୟଠାରୁ ଆସୁଥିବା ସୋଲାରୱିଣ୍ଡ ପାର୍ଟିକଲ୍‍ ଅଥବା ଚାର୍ଜଡ ପାର୍ଟିକଲ ଠୁଳ ହେବାଦ୍ୱାରା ପ୍ଲାଜ୍‍ମା ହରିକେନ୍‍ ସୃଷ୍ଟି ହୋଇଥିଲା।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories