www.samajalive.in
Saturday, December 6, 2025
17.1 C
Bhubaneswar

ବିପୁଳ ପରିମାଣର ବିସ୍ଫୋରକ ଜବତ, ଜଣେ ଗିରଫ

ଗଡମଧୁପୁର : ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ମକୁନ୍ଦପୁର ଗ୍ରାମରୁ ବେଆଇନ ସାର ଓ ମସଲା କାରବାର ଅଭିଯୋଗରେ ଆଜି ଜଣକୁ ଗିରଫ କରାଯାଇଛି। ଖବର ନେବାରୁ ଜଣାଯାଇଛି, ସେହି  ଗ୍ରାମର ସୁଶାନ୍ତ କୁମାର ବେହେରା (୩୬) ଆଜକୁ କିଛି ଦିନ ଧରି ବେଆଇନ ଭାବରେ କଳାପଥର ବିସ୍ଫୋରଣ ବ୍ୟବହୃତ ହେଉଥିବା ଆମୋନୟମ ନାଇଟ୍ରେଟ ସାର ଓ ଜିଲେଟିନ ମସଲା ରଖି ବେପାର କରିଆସୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜେନାପୁର ପୁଲିସ ଗତରାତିରେ ଚଢଉ କରିଥିଲା। ସୁଚନା ଆଧାରରେ, ପୁଲିସ ଅଚାନକ ଚଢଉ କରିବାରେ ଘଟଣାସ୍ଥଳରୁ ୨୦ ପ୍ୟାକେଟ ସାର ସହିତ ୨୫ କେଜି ପରିମାଣର ୫୦ ପ୍ୟାକେଟ ଆଇଡେଲ ପାୱାର ଜିଲେଟିନ ବ୍ୟାଗ ଜବତ କରିବାରେ ସଫଳ ହୋଇଥିଲା। ଜେନାପୁର ପୁଲିସ କେସନଂ ୭୧/୨୧ ଦଫା ୪/୫ ବେଆଇନ ବିଷ୍ପୋରକ ରଖିବା ଅଭିଯୋଗରେ ଆଜି ଏକ କେସ ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଥିବା ବେଳେ ଗିରଫ ଅଭିଯୁକ୍ତ ସୁଶାନ୍ତକୁ ଆସନ୍ତା କାଲି କୋର୍ଟଚାଲାଣ କରାଯିବ ବୋଲି ଜୋନାପୁର ଥାନାଧିକାରୀ ଆଶିସ କୁମାର ସାହୁ ସୂଚନା ଦେଇଛନ୍ତି। ତେବେ ଏନେଇ ସ୍ଥାନୀୟ ଅଂଚଳରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଜେନାପୁର ପୁଲିସ ପାଇଁ ଏକ ବଡ ସଫଳତା ହୋଇଥିବା ବେଳେ ଧର୍ମଶାଳା ତହସିଲ ଅଧିନରେ ଥିବା ଅନେକ କଳାପଥର ପାହାଡରେ ବିସ୍ଫୋରଣ କରି ପଥର ଫଟାଇବା ପାଇଁ ଏହାର ବହୁଳ ବ୍ୟବହାର କରାଯାଉଥିବାରୁ  ଏହି ବିସ୍ଫୋରକ ସାମଗ୍ରୀ ଖୋଲାମେଲା ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହୋଇଆସୁଛି। ଏପରିକି ସାର ମସଲାର ବେପାର ଅନେକ ସ୍ଥାନରେ କରାଯାଉଥିବା ବେଳେ ବେପାର କନ୍ଦଳକୁ ନେଇ ଆକ୍ରୋଶ ମୂଳକ ଭାବରେ ସୁଚନା ପ୍ରଦାନ କରି କେହି ଏପରି କରିଛି ବୋଲି ସ୍ଥାନୀୟ ଅଂଚଳରେ ଆଲୋଚନା ଯୋର ଧରିଛି। ବିଶେଷ କରି ଏଅଂଚଳରେ ସାର ମସଲାର ବେପାର ପାଇଁ ଅନୁମତିପ୍ରାପ୍ତ କେତେକ ବେପାରୀ ଏହାର ଖୋଲା କାରବାର ପ୍ରତି ଗାଁ ଗହଳିରେ କରାଉଥିବା ନେଇ ମଧ୍ୟ ଅଭିଯୋଗ ହେଉଛି। ଲାଇସେନ୍ସ ଠାରୁ ଢେର ଅଧିକ ପରିମାଣର ବିସ୍ଫୋରକ ସାମଗ୍ରୀ ଏହି  ଅଂଚଳରେ ବିକ୍ରି ହେଉଥିବା ଲୋକେ ଦାବି କରିଛନ୍ତି। ଯାହାର ବିଧିବଦ୍ଧ ତଦନ୍ତ କରାଗଲେ ଲୋକଲୋଚନକୁ ଆସିପାରନ୍ତା। ତେବେ ପୂର୍ବରୁ ଅନେକ ଥର ଅଭିଯୋଗ ପରେ ଆଜି ଏହି ଧରପଗଡକୁ ନେଇ ସ୍ଥାନୀୟ ଲୋକେ ଖୁସି ହେବା ସହିତ ଏହା ଉପରେ ପୁର୍ଣ୍ଣମାତ୍ରାରେ ଆଙ୍କୁଶ ଲାଗାଯିବାକୁ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories