www.samajalive.in
Saturday, December 6, 2025
14.1 C
Bhubaneswar

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ: ୨୦ ଯାତ୍ରୀ ଗୁରୁତର, ଅଳ୍ପକେ ରକ୍ଷା ପାଇଲେ ୪୦

ବାଲେଶ୍ବର: ବସ ଓଲଟି ୨୦ ଯାତ୍ରୀ ଗୁରୁତର ହୋଇଛନ୍ତି। ଭୁବନେଶ୍ବରରୁ ସୋର ଯାଉଥିବା ଘରୋଇ ବସ୍‌ ‘ଚକାଡୋଳା’ ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଭାରସାମ୍ୟ ହରାଇ ସୋର ଥାନା ଛକ ନିକଟରେ ଓଲଟି ପଡ଼ିଥିଲା ‘ଚକାଡୋଳା’ ବସ୍। ବସରେ ପାଖାପାଖି ୬୦ ଯାତ୍ରୀ ଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ବାଲେଶ୍ବର ଜିଲା ସୋର ୧୬ନଂ ଜାତୀୟ ରାଜପଥ ତହସିଲ ନିକଟରେ ଭାରସାମ୍ୟ ହରାଇ ଭୁବନେଶ୍ବରରୁ ଅଭାଣା ଅାସୁଥିବା ଯାତ୍ରିବାହୀ ବସ ଓଲଟିଲା । ବସରେ ଥିବା ୨୦ ଯାତ୍ରୀ ଆହତ ହୋଇଛନ୍ତି l ପୁଲିସ ଗାଡି ଓ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ସୋର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ତେବେ ଏହି ଭୟଙ୍କର ଦୁର୍ଘଟଣାରେ ୪୦ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ବସ ସମ୍ମୁଖକୁ ଜଣେ ଲୋକ ଚାଲି ଆସିଥିଲା। ସେହି ଲୋକକୁ ବଞ୍ଚାଇବାକୁ ଯାଇ ବସଟି ବାମକୁ ପଟକୁ କାଟି ଦେବାରୁ ଓଲଟି ପଡିଥିଲା । ଆହାତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଓ ପୋଲିସ୍ ଗାଡି ଯୋଗେ ସୋର ଡାକ୍ତରଖାନା କୁ ଅଣାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories