www.samajalive.in
Saturday, December 13, 2025
27.1 C
Bhubaneswar

ଷଣ୍ଢ ଦେଖାଇ ଠକେଇ, ୪ ଗିରଫ

ମାଲକାନଗିରି : ମାଲକାନଗିରି ଜିଲା ସଦର ମହକୁମାରେ ମାହେଶ୍ୱରୀ କଲୋନୀର ଏକ ମାରୱାଡି ପରିବାରଙ୍କୁ କିଛି ଠକ ଷଣ୍ଢ ସହାୟତାରେ ଠକେଇ କରିଥିବା ଅଭିଯୋଗ ହୋଇଛି। ପୁଲିସ ଚାରିଠକକୁ ଗିରଫ କରିଥିବା ବେଳେ ନନ୍ଦୀ ନାମକ ଷଣ୍ଢକୁ ଥାନାରେ ବନ୍ଦୀ କରାଯାଇଛି। ଏହି ଘଟଣା ମାଲକାନଗିରି ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ମାଲକାନଗିରି ଆଇଆଇସି ରାମପ୍ରସାଦ ନାଗ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଗତ କିଛିଦିନ ତଳେ ମାହେଶ୍ୱରୀ କଲୋନୀରେ ଜନୈକା ମହିଳାଙ୍କୁ ଚାରିଜଣ ବ୍ୟକ୍ତି ଏକ ଷଣ୍ଢ ସହାୟତାରେ ଆସି ତାଙ୍କ ଭବିଷ୍ୟତ କଥା କହିବା ସହ ତାଙ୍କ ଘରେ ଏକ ପିସାଚ ଆତ୍ମା ଅଛି। ଏହାକୁ ପୂଜାର୍ଚ୍ଚନା କରିବା ପାଇଁ ୫୦ ହଜାର ଟଙ୍କା ଦରକାର ପଡିବ ବୋଲି କହିଥିଲେ। ଷଣ୍ଢକୁ ସାକ୍ଷୀ ରଖି ସମସ୍ତ ପ୍ରଶ୍ନର ଉତ୍ତର ଶଣ୍ଢ ‘ହଁ’ ଏବଂ ‘ନା’ରେ ଦେଇଥିବା କହିଥିଲେ। ଏହି ଚାରିଜଣଙ୍କ ବଶବର୍ତ୍ତୀ ହୋଇ ଉକ୍ତ ମହିଳା ଜଣଙ୍କ ସେମାନଙ୍କ କଥାକୁ ବିଶ୍ୱାସ କରି ପ୍ରାୟ ୪୮ ହଜାର ଟଙ୍କା ପ୍ରଦାନ କରିଥିଲେ। ଠକମାନେ ଉକ୍ତ ଟଙ୍କା ଧରି କିଛି ସମୟ ପରେ ପୂଜାର୍ଚ୍ଚନା କରିବେ ବୋଲି କହି ଷଣ୍ଢ ଧରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଥିଲା। ପୁଲିସ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ସେମାନେ ମହାରାଷ୍ଟ୍ର ଗାଡଚରଲି ଜିଲାରେ ରହିଥିବା ଖବର ପାଇ ପୁଲିସର ଏକ ସ୍ୱତନ୍ତ୍ର ଦଳ ସେଠାକୁ ଯାଇଥିଲା। ସେମାନଙ୍କୁ କାବୁ କରାଯାଇଥିଲା। ଚାରି ଅଭିଯୁକ୍ତ ସମେତ ଷଣ୍ଢକୁ ମାଲକାନଗିରି ଥାନାକୁ ଆଣାଯାଇଥିଲା। ଆଜି ଚାରିଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ ସୁନୀଲ ତାରାଚାନ୍ଦ, କୈଳାଶ ବାଗୁଡୁ, ଲାଲା କରାବରି କନାଡେ, ଅଜିତ ତାଗୁଡୁ ବଣ୍ଡକୁ। ମୁଖ୍ୟ ଅଭିଯୁକ୍ତ ଷଣ୍ଢ ହୋଇଥିବାରୁ ଷଣ୍ଢ ନାମରେ ପୁଲିସ କୌଣସି ଦଫା ଲଗାଇ ନ ପାରି ସ୍ଥାନୀୟ ଗୋ’ଶାଳାରେ ପରବର୍ତ୍ତୀ ଅବସ୍ଥାରେ ଛାଡିଥିବା ଜଣାପଡିଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories