www.samajalive.in
Thursday, December 11, 2025
14.1 C
Bhubaneswar

୨ୟ ଟି-୨୦ ଆଜି ; ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଅହମ୍ମଦାବାଦ : ଶୁକ୍ରବାର ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚରେ ତା’ର ଶକ୍ତି ପ୍ରଦର୍ଶନ କରିପାରିଛି ଇଂଲଣ୍ଡ ଦଳ। ତାଙ୍କ ପେସ୍ ଆକ୍ରମଣ ଜରିଆରେ ଘରୋଇ ଭାରତକୁ ଇଂଲଣ୍ଡ ଦେଖାଇ ପାରିଛି ​ଯେ କାହିଁକି ଏହାକୁ ବିଶ୍ବର ୧ନଂ ଟ୍ବେଣ୍ଟି୨୦ ଦଳର ମାନ୍ୟତା ମିଳିଛି। ମ୍ୟାଚ୍‌ରେ ଉଭୟ ବୋଲିଂ ଓ ବ୍ୟାଟିଂରେ ଭାରତଠାରୁ ଢେର ଉନ୍ନତ ପ୍ରଦର୍ଶନ କରିଥିଲା ଇଂଲଣ୍ଡ। ଫଳରେ ଏହା ୮ ୱିକେଟରେ ବିଜୟୀ ହୋଇଥିଲା। ବୋଲିଂ ଅପେକ୍ଷା ବ୍ୟାଟିଂକୁ ନେଇ ଭାରତ ଚିନ୍ତିତ। ଶ୍ରେୟାସ ଆୟରଙ୍କୁ ଛାଡ଼ି ଭାରତର ସମସ୍ତ ଉପର ଅର୍ଡର ବ୍ୟାଟ୍‌ସମ୍ୟାନ୍ ବିଫଳ ହେବା ନୀଳବାହିନୀ ପାଇଁ ଚିନ୍ତାର ବିଷୟ। ଏହା ସତ ଯେ ଇଂଲଣ୍ଡ ଫାଷ୍ଟବୋଲରଙ୍କ ଗତି ସମ୍ମୁଖରେ ଭାରତୀୟ ବ୍ୟାଟିଂ ବିଫଳ ହୋଇଥିଲା। ଏପରି ବଡ଼ ପରାଜୟ ଭାରତୀୟ ଦଳର ମନୋବଳ ପାଇଁ ଶକ୍ତ ଧକ୍କା ହୋଇଛି। ହେଲେ ପ୍ରଥମ ମ୍ୟାଚ୍‌ରେ ହାରିବା ପରେ ସିରିଜ୍‌କୁ ଫେରିବାର କଳା ଭାରତୀୟ ଦଳକୁ ଭଲଭାବେ ଜଣାଅଛି। ରବିବାର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ବିରାଟସେନା ରହିଛି।
ଏକ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ହାରିବା ପରେ ସିରିଜ୍‌କୁ ଫେରିବା ଭାରତ ପାଇଁ ନୂଆ ନୁହେଁ। ନିକଟରେ ଟେଷ୍ଟମ୍ୟାଚ୍‌ କ୍ରିକେଟ୍‌ରେ ଭାରତ ଏହା ଦେଖାଇ ପାରିଛି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟମ୍ୟାଚ୍ ହାରିବା ପରେ ସିରିଜ୍ ହାତେଇ ପାରିଛି। ତେଣୁ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତ ଏହା କରିବାକୁ ସମର୍ଥ। ଏହା ସତ ଯେ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଦେଖାଇଥିଲା ଯେ କାହିଁକି ଏହା ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ବିଶ୍ବର ୧ନଂ ଦଳ ଏବଂ ଧଳାବଲ୍‌ କ୍ରିକେଟ୍‌ରେ ଏକ ଚମ୍ପିଆନ୍ ଦଳ। ତେବେ ଏହାକୁ ମଧ୍ୟ ସ୍ବୀକାର କରିବାକୁ ପଡ଼ିବ ଯେ ଗୋଟିଏ ମ୍ୟାଚ୍‌ ହାରିବା ପରେ ଭାରତକୁ ଏକ ଭଲ ଟ୍ବେଣ୍ଟି-୨୦ ଦଳ ନୁହେଁ ବୋଲି କହିବା ଭୁଲ୍‌। ବିରାଟ କୋହଲିଙ୍କ ଦଳ ନିକଟରେ ମ୍ୟାଚ୍ ଜିତିବାର ସମସ୍ତ ଦକ୍ଷତା ରହିଛି। ପୁଣି ଚଳିତବର୍ଷ ଘରୋଇମାଟିରେ ଭାରତ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳିବାର ଥିବାରୁ ଏହି ସିରିଜ୍‌ରେ ଭଲ ପ୍ରଦର୍ଶନ କରିବା ସହ ବିଶ୍ବକପ୍ ପାଇଁ ଭାରତକୁ ତା’ର ସଠିକ୍‌ ଦଳ ବାଛିବାକୁ ପଡ଼ିବ। ପ୍ରଥମ ମ୍ୟାଚ୍‌ରେ ଭାରତର ଚୂଡ଼ାନ୍ତ ଏକାଦଶକୁ ନେଇ ଆଲୋଚନା ଚାଲିଛି। ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ବିରାଟ କୋହଲି କହିଥିଲେ ଯେ ରୋହିତ ଓ କେ.ଏଲ୍‌. ରାହୁଲ ଇନିଂସ ଓପନ୍‌ କରିବେ। ହେଲେ ମ୍ୟାଚ୍ ପୂର୍ବରୁ କୋହଲି ଘୋଷଣା କଲେ ଯେ ୨ଟି ମାଚ୍‌ ପାଇଁ ରୋହିତଙ୍କୁ ବିଶ୍ରାମ ଦିଆଯାଇଛି ଏବଂ ଶିଖର ଧାୱନ୍ ଓପନ୍‌ କରିବେ। ଦଳର ୨ୟ ସବୁଠାରୁ ସଫଳ ଟି୨୦ ବ୍ୟାଟ୍‌ସମ୍ୟାନ୍ ନ ଖେଳିବାର ପ୍ରଭାବ ଦେଖିବାକୁ ମିଳିଥିଲା। ଏବେ ଦେଖିବାକୁ ବାକିରହିଲା ଯେ ୨ୟ ମ୍ୟାଚ୍‌ରେ ରୋହିତଙ୍କୁ ଖେଳାଯାଉଛି କି ନାହିଁ। ପୁଣି ପେସ୍ ବୋଲର ଦୀପକ ଚହର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରି ଆସୁଥିବା ବେଳେ ସାର୍ଦ୍ଦୁଳ ଠାକୁରଙ୍କୁ ଖେଳାଇବା ନିଷ୍ପତ୍ତି ଅନେକଙ୍କୁ ଚକିତ କରିଥିଲା। ୨ୟ ମ୍ୟାଚ୍‌ରେ ବୋଧହୁଏ ଦୀପକ ଚହରଙ୍କୁ ଖେଳିବାର ସୁଯୋଗ ମିଳିପାରେ। ବ୍ୟାଟିଂ ଶକ୍ତି ବଢ଼ାଇବା ଲାଗି ୱାଶିଂଟନ ସୁନ୍ଦର କିମ୍ବା ଯୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ରାହୁଲ ତିୱତିଆଙ୍କୁ ଖେଳାଇବା କଥା ଆଲୋଚନା ହେଉଥିବା ବେଳେ ଏହାର ସମ୍ଭାବନା କମ୍ ରହିଛି। ପାୱରପ୍ଲେରେ ଭାରତ ୩ଟି ୱିକେଟ ହରାଇବା ପ​‌େ​‌ର ଏହି ଫାଶରୁ ଆଉ ମୁକୁଳି ପାରିନଥିଲା। ତେଣୁ ୨ୟ ଦିନିକିଆରେ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ରଣନୀତି କ’ଣ ହେଉଛି; ତାହା ଦେଖିବାର କଥା। ହାତରେ ୱିକେଟ ରଖି ପରେ ରନ୍‌ଗତି ବଢ଼ାଇବା ପାଇଁ ଭାରତ ଚେଷ୍ଟାକରିବା ଉଚିତ ବୋଲି କିଛି କ୍ରିକେଟ୍‌ ପଣ୍ଡିତ କହି ସାରିଲେଣି। ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟିଂ ଫର୍ମ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ୨ ବର୍ଷ ହେଲା କୋହଲି ଆନ୍ତର୍ଜାତିକ ଶତକ ମାରିନାହାନ୍ତି। ଆରମ୍ଭରୁ କୋହଲିଙ୍କ ଜଗିରଖି ଖେଳିବାକୁ ଅନେକେ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ଭାରତ ମାତ୍ର ୧୨୪ ରନ୍ କରିଥିବାରୁ ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଅଧିକ ଝାଳ ବୁହାଇବାକୁ ପଡ଼ିନାହିଁ। ତଥାପି ଇଂଲଣ୍ଡର ଏହି ଟ୍ବେଣ୍ଟି୨୦ ବିଶେଷଜ୍ଞ ବ୍ୟାଟ୍‌ସମ୍ୟାନ୍ ବଡ଼ ସ୍କୋର୍ କରିବାକୁ ସମର୍ଥ। ସ୍ପିନରଙ୍କ ବିପକ୍ଷରେ ଜେସନ୍ ରୟଙ୍କ ବ୍ୟାଟିଂ ଇଂଲଣ୍ଡ ଦଳକୁ ଆଶ୍ବସ୍ତ କରିଛି। ପ୍ରଥମ ମ୍ୟାଚ୍ ଜିତିଥିବା ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ନ କରିବାକୁ ଇଂଲଣ୍ଡ ଦଳ ଚାହିଁବ। କାକରର ପ୍ରଭାବ ଯୋଗୁଁ ଉଭୟ ଦଳ ଟସ୍ ଜିତି ଫିଲ୍‌ଡିଂ ନେବାକୁ ଚାହିଁବେ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories