www.samajalive.in
Saturday, December 6, 2025
19.1 C
Bhubaneswar

କାର୍‍ ଧକ୍କାରେ ୨ ଗୁରୁତର

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ବଜାର ନିକଟରେ ଶନିବାର ଅପରାହ୍ନରେ ଘଟିଥିବା ଏକ କାର୍‍ ଧକ୍କାରେ ୨ଜଣ ବୟସ୍କ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ପିପିଲି ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍‍କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ପୁରୀରୁ ଭୁବନେଶ୍ୱର ଅଭିମୁଖେ ଦୃତ ଗତିରେ ଯାଉଥିବା ଏକ କାର୍‍ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତାର ବାମପାଶ୍ୱର୍କୁ ମାଡିଯିବା ସହ ରାସ୍ତା କଡରେ ଥିବା ଏକ ଦୋକାନ ସମ୍ମୁଖରେ ବସିଥିବା ଦୁଇଜଣ ବ୍ୟକ୍ତିଙ୍କୁ  ଧକ୍କା ଦେଇଥିଲା । ଉକ୍ତ ଦୁଇବ୍ୟକ୍ତି କାର୍‍ ସହ କିଛି ବାଟ ଘୋଷାରି ହୋଇ ଯିବା ସହ ରାସ୍ତାକଡ ଖାଲ ମଧ୍ୟକୁ ଛିଟିକି ପଡିଥିଲେ । କାର୍‍ଟି ଦୋକାନ ସମ୍ମୁଖରେ ରଖାଯାଇଥିବା ଏକ ବାଇକ ଓ ଗୋଟିଏ ସାଇକେଲ ଉପରେ ଚଢିଯାଇ ରାସ୍ତା କଡ ନୟନଜୋରି ମଧ୍ୟକୁ ଖସି ପଡିଥିଲା । ଏଥିରେ ମଙ୍ଗଳପୁର ଉତ୍ତରବାଡ ଗ୍ରାମର ନିତ୍ୟାନନ୍ଦ ସାହୁ(୬୦) ଓ ବରଜୁପାଟଣା ଗ୍ରାମର ଭାଲୁ ଘୋଷ (୬୦) ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିଲେ । ନିତ୍ୟାନନ୍ଦଙ୍କ ଡାହାଣ ଗୋଡ, ବାମପାଦ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ସୂଚନା ମିଳିଛି । ପିପିଲି ଥାନା ଏଏସ୍‍ଆଇ ପ୍ରକାଶ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍‍, ବାଇକ୍‍ ଓ ସାଇକେଲ୍‍କୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି । ଦୁର୍ଘଟଣାରେ ଉକ୍ତ ଦୋକାନର ମଧ୍ୟ ବ୍ୟାପକ କ୍ଷତି ଘଟିଛି ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories