www.samajalive.in
Saturday, December 6, 2025
26.1 C
Bhubaneswar

ସମ୍ବଲପୁର ପୁଲିସର ସ୍ୱତନ୍ତ୍ର ଅଭିଯାନ : ୩୬ ବର୍ଷ ପୁରୁଣା ୱାରେଣ୍ଟି ଗିରଫ

ସମ୍ବଲପୁର : ସମ୍ବଲପୁର ପୁଲିସ ଅପରାଧ ନିୟନ୍ତ୍ରଣ ପାଇଁ ସମୟ ସମୟରେ ବିଭିନ୍ନ ପ୍ରକାରର କୌଶଳ ଆପଣାଉଥିବା ବେଳେ ଏବେ ଏକ ସ୍ୱତନ୍ତ୍ର ଅଭିଯାନ କରାଯାଇ ବିଭିନ୍ନ ଥାନା ଗୁଡିକରେ ଗଡି ଚାଲୁଥିବା ପୁରୁଣା ୱାରେଣ୍ଟ ଗୁଡିକୁ କାର୍ଯ୍ୟକାରୀ କରିଛି। ଏହି କ୍ରମରେ ସମ୍ବଲପୁର ପୁଲିସ ଭୁବନେଶ୍ୱର କମିଶନରେଟ ପୁଲିସ ଠାରେ ଆଗକୁ ଯାଇ ୧୯୮୫ ମସିହାର ପୁରୁଣା ୱାରେଣ୍ଟି ମାନଙ୍କୁ ଧରିବାରେ ସଫଳ ହୋଇଛି। ଏ ସର୍ମ୍ପକରେ ସମ୍ବଲପୁର ଏସପି ବାଟ୍ଟୁଲା ଗଙ୍ଗାଧର ସୁଚନା ଦେଇ କହିଛନ୍ତି ଯେ ଗତ ୭ ତାରିଖରୁ ଏହି ସ୍ୱତନ୍ତ୍ର ଅଭିଯାନ ଜିଲାରେ ଆରମ୍ଭ କରାଯାଇଛି। ଏହି କ୍ରମରେ ଗତ ୭ ତାରିଖରେ ଅଭିଯାନ ଆରମ୍ଭ ସମୟରେ ୪୭୯ଟି ୱାରେଣ୍ଟ ଗଡି ଚାଲୁଥିବା ବେଳେ ୧୨ ତାରିଖ ପର୍ଯ୍ୟନ୍ତ ୫୮ ଜଣ ଫେରାର ଥିବା ଅଭ୍ୟାସଗତ ଅପରାଧି ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହା ସହିତ ଫେରାର ଥିବା ଅନ୍ୟ ୨୩ ଜଣ ଅପରାଧି ମାନେ ପୁଲିସର କଡା କାର୍ଯ୍ୟାନୁଷ୍ଠାନ ଭୟରେ କୋର୍ଟ ସମ୍ମୁଖରେ ଆତ୍ମସର୍ମପଣ କରିଛନ୍ତି। ତେବେ ୭ଟି ନୂତନ ୱାରେଣ୍ଟ କୋର୍ଟରୁ ମିଳିଥିବାରୁ ଜିଲାରେ ପୁରୁଣା ୱାରେଣ୍ଟ ଗୁଡିକୁ କାର୍ଯ୍ୟକାରୀ କରିବା ସଂଖ୍ୟା ୪୦୫ରେ ପହଞ୍ଚିଛି। ଅପରାଧିଙ୍କ ବିରୋଧରେ ସମ୍ବଲପୁର ପୁଲିସର ଏହି ପଦକ୍ଷେପକୁ ସ୍ୱାଗତ କରାଯାଉଥିବା ବେଳେ ଚେନ ଲୁଟେରା, ଗୋଷ୍ଠୀ ସଂଘର୍ଷ ଆଦି ଅପରାଧିକ ଘଟଣା ଗୁଡିକ ଉପରେ ମଧ୍ୟ ଆହୁରୀ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟ କରିବାକୁ ସବୁ ମହଲରୁ ଦାବି ହେଉଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories