www.samajalive.in
Wednesday, December 10, 2025
23.1 C
Bhubaneswar

ମହାନଦୀ ଟ୍ରାଇବୁନାଲ ଗଠନର ତିନି ବର୍ଷରେ ପଦକ୍ଷେପ ଶୂନ

ଭୁବନେଶ୍ବର : ଧାରଣା, ଧର୍ମଘଟ, ଆନ୍ଦୋଳନ, ଅନଶନ ପରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ମହାନଦୀ ଟ୍ରାଇବୁନାଲ ଗଠନ କଲେ। ଫଳରେ ଓଡ଼ିଶା ନ୍ୟାୟ ପାଇବ ବୋଲି ଆଶା ସଞ୍ଚାର ହେଲା। ହେଲେ ଟ୍ରାଇବୁନାଲ ଗଠନର ତିନିବର୍ଷରେ ପ୍ରଥମ ପଦକ୍ଷେପ ସ୍ୱରୂପ ଉଭୟ ରାଜ୍ୟ ମଧ୍ୟରେ ତଥ୍ୟର ଆଦାନ ପ୍ରଦାନ ଏ ପର୍ଯ୍ୟନ୍ତ ହେଲା ନାହିଁ। ଛତିଶଗଡ଼ ବେଆଇନ ଭାବେ ନିର୍ମାଣ କରିଥିବା ବ୍ୟାରେଜର କାର୍ଯ୍ୟରେ ରୋକ ଲଗାଗଲା ନାହିଁ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସଙ୍କ ସଭାପତିତ୍ବରେ ହୋଟେଲ କେଶରୀଠାରେ ଅନୁଷ୍ଠିତ ବିଚାରବିମର୍ଶ ସଭାରେ କୁହାଯାଇଛି। ଏପ୍ରିଲ ୨୦ ରୁ ୩୦ ପର୍ଯ୍ୟନ୍ତ ମହାନଦୀର ଉତ୍ପତ୍ତିସ୍ଥଳ ମଧ୍ୟପ୍ରଦେଶରୁ ଅନ୍ତିମସ୍ଥଳ ପର୍ଯ୍ୟନ୍ତ ଅବବାହିକାରେ ଅଧିବାସୀଙ୍କୁ ଜାଗ୍ରତ ପାଇଁ ସର୍ବଭାରତୀୟ ଜଳ ଆନ୍ଦୋଳନକର୍ମୀଙ୍କୁ ନେଇ ସଚେତନତା ଯାତ୍ରା କାର୍ଯ୍ୟକ୍ରମ ହେବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ଜଳପୁରୁଷ ଡ. ରାଜେନ୍ଦ୍ର ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ମହାନଦୀ ଟ୍ରାଇବୁନାଲର କାର୍ଯ୍ୟକ୍ରମ ଉପରେ ଜନ ଶ୍ୱେତପତ୍ର ଆସିବା ଦରକାର। କେବଳ ଆଇନଗତ ଦିଗ ନ ଦେଖି ଉଭୟ ରାଜ୍ୟର ନଦୀ ଅବବାହିକାର ଲୋକଙ୍କ କଥା ଶୁଣିବା ଆବଶ୍ୟକ। ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଛତିଶଗଡ଼ ଚେକ ଡ୍ୟାମ ନାମରେ ବଡ଼ବଡ଼ ବ୍ୟାରେଜ ନିର୍ମାଣ କରିଛି। ଫଳରେ ଜଳପ୍ରବାହରେ ବାଧା ସୃଷ୍ଟି ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ପ୍ରଥମେ ନିଜ ଜଳର ସଠିକ ବିନିଯୋଗ କରନ୍ତୁ। ଡ. ଭଗବାନ ପ୍ରକାଶ କହିଲେ , ମହାନଦୀ ଆଇନଗତ ପ୍ରସଙ୍ଗ ଭିତରେ ସୀମିତ ନ ରହି ସାମାଜିକ, ସାଂସ୍କୃତିକ ପ୍ରସଙ୍ଗ ହେବା ଆବଶ୍ୟକ। ମହାନଦୀ ଟ୍ରାଇବୁନାଲ ନିଷ୍କ୍ରିୟତା ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଏହାକୁ ଏକ ଜନଆନ୍ଦୋଳନ ଭାବେ ବ୍ୟାପକ କରନ୍ତୁ ବୋଲି ସିପିଏମ ନେତା ଜନାର୍ଦ୍ଦନ ପତି ମତବ୍ୟକ୍ତ କରିଛନ୍ତି। ମହାନଦୀ ଆନ୍ଦୋଳନ ପ୍ରସଙ୍ଗରେ ସାମାଜିକ ପ୍ରଚାରକ, ଆଇନଜ୍ଞ , ଜଳ ବିଶେଷଜ୍ଞ ଆଦିଙ୍କୁ ନେଇ ବ୍ୟାପକ ସଚେତନତା କରିବା ଦରକାର ବୋଲି କହିଛନ୍ତି ବିଶିଷ୍ଟ ସମାଜସେବୀ ଜଗଦାନନ୍ଦ।
କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା, ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ର. ବିନାୟକ ରଥ, ଆଇନଜୀବୀ ସୁରେନ୍ଦ୍ର ନାଥ କର, ସମାଜବାଦୀ ପାର୍ଟି ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ, ଫରୱାର୍ଡ ବ୍ଲକ ରାଜ୍ୟ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର,ମହାନଦୀ ବଞ୍ଚାଅ ଆନ୍ଦୋଳନର ଉପଦେଷ୍ଟା ଇଂ ଲଳିତମୋହନ ପଟ୍ଟନାୟକ, ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ, ସଂଯୋଜକ ବିଜୟ ପ୍ରଧାନ, ରବି ସାହୁ, ସଚିକାନ୍ତ ପ୍ରଧାନ, ଅରୁଣ ଜେନା, ଗଦାଧର ପ୍ରଧାନ, ଅଶୋକ ଠକର ପ୍ରମୁଖ ଉପସ୍ଥିତ ଥିଲେ। ସଂଗଠନର ମୁଖପାତ୍ର ପ୍ରସନ୍ନ ବିଷୋୟୀ ଧନ୍ୟବାଦ ଦେଇଥିବା‌େ‌ବଳେ ପ୍ରଭାସିନୀ ରାଉତ ମହାନଦୀ ସଂଗୀତ ଗାନ କରିଥିଲେ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories