www.samajalive.in
Wednesday, December 10, 2025
16.1 C
Bhubaneswar

ବସରେ ଚାଲାଣ ହେଉଥିଲା ଗଙ୍ଗେଇ, ଗିରଫ ହେଲେ ଦମ୍ପତ୍ତି

ନବରଙ୍ଗପୁର: ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦମ୍ପତିଙ୍କୁ ଧରିଲା ପୁଲିସ। ଏକ ଘରୋଇ ବସରେ ଗଞ୍ଜେଇ ଧରି ସ୍ୱାମୀ,ସ୍ତ୍ରୀ ଜୟପୁରରୁ ସମ୍ବଲପୁର ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁର ଏସପିଙ୍କ ନିର୍ଦେଶରେ ପାପଡାହାଣ୍ଡି ଏସ୍ଡ଼ିପିଓଙ୍କ ତତ୍ତ୍ବାବଧାନରେ ମୈଦଲପୁର ପୁଲିସ ଗତକାଲି ରାତିରେ ବସଟିକୁ ମୈଦଲପୁର ଠାରେ ଅଟକାଇ ଯାଞ୍ଚ କରିଥିଲା, ବସର ବାହାର ପଟେ ରହିଥିବା ଲଗେଜ ଡିକିରୁ ତିନୋଟି ବ୍ୟାଗରେ ଗଞ୍ଜେଇ ଥିବା ଜଣା ପଡିଥିଲା। ଏହାପରେ ଗଞ୍ଜେଇ ଚାଲାଣ କରୁଥିବା ସ୍ୱାମୀ ଓ ସ୍ତ୍ରୀ ତଥା ଦମ୍ପତ୍ତି ସହ ବସର ଡ୍ରାଇଭର, କଣ୍ଡକ୍ଟର,ହେଲ୍ପରଙ୍କୁ ଥାନାରେ ଅଟକ ରଖାଯାଇଥିଲା। ଏହାପରେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବସରେ ପଠାଇ ଦିଆଯାଇଥିଲା। ଏହି ଦମ୍ପତି ସମ୍ବଲପୁର ଯିବା ପରେ ସେଠାରୁ ଗଞ୍ଜେଇ ଧରି ବିହାର ଯାଇଥାନ୍ତେ। ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦମ୍ପତି ଦୁଇଜଣଙ୍କ ନାମ ସୁଷମା ଗୁଣ୍ଠା ଓ ନନ୍ଦ କୁମାର ବୋଲି ଜଣା ପଡ଼ିଛି। ଏମାନଙ୍କ ଠାରୁ ୨୬ କିଲୋ ଗଞ୍ଜେଇ ଜବତ କରାଯାଇଛି। ପୁଲିସ ବସଟିକୁ ସିଜ କରି ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲପର କୁ ମଧ୍ୟ ଗିରଫ କରାଯାଇଛି ବୋଲି ପାପଡାହାଣ୍ଡି ଏସ୍ଡ଼ିପିଓ ଆଦିତ୍ୟ ସେନ ପ୍ରକାଶ କରିଛନ୍ତି। ଏହି ଅଭିଯାନରେ ପାପଡାହାଣ୍ଡି ଥାନା ଅଧିକାରୀ ଶୁଭେନ୍ଦୁ ଶବର, ମଇଦଳପୁର ଫାଣ୍ଡି ଅଧିକାରୀ ଅନମୁ ଦିଆନ ପ୍ରମୁଖ ସାମିଲ ଥିଲେ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories