www.samajalive.in
Monday, December 8, 2025
14.1 C
Bhubaneswar

ଭୟ, ଭ୍ରଷ୍ଟାଚାର, କଟ୍ ମନି ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ ପଶ୍ଚିମବଙ୍ଗର ଜନତା ମନ ବନେଇ ସାରିଛନ୍ତି:ଧର୍ମେନ୍ଦ୍ର ପ୍ରଧାନ

 ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ପ୍ରାର୍ଥୀ ହୋଇଥିବା ସୁଭେନ୍ଦୁ ଅଧିକାରୀ ଓ ହଳଦୀଆ ବିଧାନସଭା ନିର୍ବାଚନ ମଣ୍ଡଳିର ପ୍ରାର୍ଥୀ ତାପଶୀ ମଣ୍ଡଳ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ
 ପଶ୍ଚିମବଙ୍ଗର ପରିବର୍ତ୍ତନ ହଳଦୀଆ, ନନ୍ଦିଗ୍ରାମ ଓ ପୂର୍ବ ମେଦିନାପୁରରୁ ଆରମ୍ଭ ହେବ
 ମମତା ଦିଦି ଚାଷୀଙ୍କୁ ଓ ପଶ୍ଚିମବଙ୍ଗ ଜନସାଧାରଣଙ୍କୁ ମୋଦି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରୁ ବଂଚିତ ରଖିଛନ୍ତି
 ତାମଲୁକ ଠାରେ ସ୍ୱାଧୀନତା ସଂଗ୍ରମାର ଅମର ନାୟିକା ମାତାଙ୍ଗିନୀ ହାଜ୍ରାଙ୍କ ସ୍ମୃତି ସ୍ଥଳ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ
କୋଲକାତା / ଭୁବନେଶ୍ୱର:ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନନ୍ଦିଗ୍ରାମ ଏବଂ ହଳଦିଆ ବିଧାନସଭା ନିର୍ବାଚନ ମଣ୍ଡଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ପ୍ରାର୍ଥୀ ହୋଇଥିବା ସୁଭେନ୍ଦୁ ଅଧିକାରୀଙ୍କ ପ୍ରାର୍ଥି ପତ୍ର ଦାଖଲ ପୁର୍ବରୁ ଆୟୋଜିତ ହୋଇଥିବା ବିଶାଳ ସଭାଯାତ୍ରାରେ ଯୋଗଦେଇଥିଲେ। ଏହି ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଭାରତ ସରକାର ଚାହୁଁଛନ୍ତି ପଶ୍ଚିମବଙ୍ଗର ପରିବର୍ତ୍ତନ ହଳଦୀଆ, ନନ୍ଦିଗ୍ରାମ ଓ ପୂର୍ବ ମେଦିନାପୁରରୁ ଆରମ୍ଭ ହେଉ। ଏହି ନାମାଙ୍କନ ସଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ମଧ୍ୟ ଉପସ୍ଥିତ ଥିଲେ।

ହଳଦୀଆଠାରେ ବିଜେପିର ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳିର ପ୍ରାର୍ଥୀ ସୁଭେନ୍ଦୁ ଅଧିକାରୀ ଓ ହଳଦୀଆ ବିଧାନସଭା ନିର୍ବାଚନ ମଣ୍ଡଳିର ପ୍ରାର୍ଥିନୀ ତାପଶୀ ମଣ୍ଡଳ ପାଇଁ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧନକରି ଶ୍ରୀ ପ୍ରଧାନ କହିଛନ୍ତି ୯୧ ବର୍ଷ ପୂର୍ବେ ଆଜିର ଦିନରେ ମହାତ୍ମା ଗାନ୍ଧୀ ବ୍ରିଟିଶ ଶାସନ ଓ ତାଙ୍କ ନୀତି ବିରୋଧରେ ସାବରମତୀ ଆଶ୍ରମରୁ ଆରମ୍ଭ କରି ଦାଣ୍ଡି ପର୍ଯ୍ୟନ୍ତ ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ଏହି ଐତିହାସିକ ଦିନକୁ ମନେ ପକାଇ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅମୃତ ମହୋତ୍ସବର ଶୁଭାରମ୍ଭ କରିଛନ୍ତି। ଆଜି ପଶ୍ଚିମବଙ୍ଗରେ ମଧ୍ୟ ପରିବର୍ତ୍ତନର ଯାତ୍ରା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ଜନସାଧାରଣ ଭୟ, ଭ୍ରଷ୍ଟାଚାର, କୁଶାସନ, କଟ୍ ମନ୍ି, ଟୋଲବାଜୀ, ଗୁଣ୍ଡାଗର୍ଦୀ ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ ମନ ବନେଇ ସାରିଛନ୍ତି।
ମୋଦି ସରକାର ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କଲେ କିନ୍ତୁ ପଶ୍ଚିମବଙ୍ଗର ଜନସାଧାରଣ ଏହାର ଲାଭ ପାଇ ପାରୁ ନାହାନ୍ତି। ସେହିପରି ପିଏମ୍ କିଷାନ୍ ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କୁ ବାର୍ଷିକ ଛଅ ହଜାର ଟଙ୍କା ମୋଦି ସରକାର ପ୍ରଦାନ କରୁଛନ୍ତି। କିନ୍ତୁ ମମତା ଦିଦି ଚାଷୀଙ୍କୁ ଓ ପଶ୍ଚିମବଙ୍ଗ ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ରଖିଛନ୍ତି। ପଶ୍ଚିମବଙ୍ଗର ହଳଦୀଆରେ ଯୁବକମାନଙ୍କ ପାଇଁ ରୋଜଗାର ଅପାର ସମ୍ଭାବନା ଥିଲେ ମଧ୍ୟ ରୋଜଗାର ମିଳୁନଥିବା ଶ୍ରୀ ପ୍ରଧାନ କହିଛନ୍ତି। ଦୀର୍ଘ ଦଶବର୍ଷ ଧରି ମମତା ବାନାର୍ଜୀ ପଶ୍ଚିମବଙ୍ଗର ଶାସନ ବ୍ୟବସ୍ଥାରେ ଥିଲେ ମଧ୍ୟ ଲୋକେ ସୁଶାସନ ଓରୋଜଗାରୁ ବଂଚିଚ ଅଛନ୍ତି। ସେଥିପାଇଁ ପଶ୍ଚିମବଙ୍ଗର ଜନସାଧାରଣ ଭାରତୀୟ ଜନତା ପାର୍ଟି ଉପରେ ଆସ୍ଥା ପ୍ରକଟକରିବା ପାଇଁ ନିର୍ଣ୍ଣୟ କରିସାରିଥିବା ଶ୍ରୀ ପ୍ରଧାନ ନିଜ ଅଭିଭାଷରରେ ଉଲ୍ଳେଖ କରିଛନ୍ତି। ପଶ୍ଚିମବଙ୍ଗ ଗସ୍ତ ଅବସରରେ ଶ୍ରୀ ପ୍ରଧାନ ତାମଲୁକ ଠାରେ ସ୍ୱାଧୀନତା ସଂଗ୍ରମାର ଅମର
ନାୟିକା ମାତାଙ୍ଗିନୀ ହାଜ୍ରାଙ୍କ ସ୍ମୃତି ସ୍ଥଳ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories