www.samajalive.in
Wednesday, December 10, 2025
14.1 C
Bhubaneswar

ଟାଇମ୍ସ ହାୟର ଏଜୁକେସନ୍‍ ରାଙ୍କିଙ୍ଗ୍‌ରେ କିଟ୍‍

ଭୁବନେଶ୍ୱର: ଟାଇମସ୍‍ ହାୟର ଏଜୁକେସନ୍‍ ଏମର୍ଜିଂ ଇକୋନୋମି ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍‍-୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ୨୫୧-୩୦୦ ରାଙ୍କ୍‍ରେ ରହିଛି। ମଙ୍ଗଳବାର ଟାଇମସ୍‍ ହାୟର ଏଜୁକେସନ୍‍ ଏମର୍ଜିଂ ଇକୋନୋମି ବିଶ୍ୱବିଦ୍ୟାଳୟ-୨୦୨୧ ରାଙ୍କିଙ୍ଗ୍‍ ପ୍ରକାଶ ପାଇଛି। ଏଥିରେ ଏନ୍‍ଆଇଟି ରାଉରକେଲା ୨୦୧-୨୫୦ ଏବଂ ଆଇଆଇଟି ଭୁବନେଶ୍ୱର ୩୦୧-୩୫୦ ରାଙ୍କ୍‍ରେ ରହିଛନ୍ତି। ଗତବର୍ଷ ଏହି ରାଙ୍କିଙ୍ଗ୍‍ରେ କିଟ୍‍ ବିଶ୍ୱବିଦ୍ୟାଳୟ ୩୦୧-୩୫୦ ରାଙ୍କ୍‍ରେ ରହିଥିଲା। ଚଳିତ ବର୍ଷ ଏଥିରେ କିଟ୍‌ ବିଶ୍ବବିଦ୍ୟାଳୟର ଉନ୍ନତି ଘଟିଛି। ଓଡ଼ିଶାର ଅଳ୍ପ କେତୋଟି ଉଚ୍ଚତ୍ତର ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ଏହି ସମ୍ମାନଜନକ ବିଶ୍ୱ ରାକିଙ୍ଗ୍‍ରେ ସ୍ଥାନ ପାଇଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। କିଟ୍‍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନଠାରୁ ଗୁଣାତ୍ମକ ଶିକ୍ଷା ଓ ଗବେଷଣା ଉପରେ ଗୁରୁତ୍ୱ ପ୍ରଦାନ କରିଆସୁଛି। ଶିକ୍ଷାଦାନ ଓ ଗବେଷଣାରେ ଉତ୍କର୍ଷତା ବଜାୟ ରଖିବା ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟ ପ୍ରୟାସ ଜାରି ରଖିଛି। ଅଧିକରୁ ଅଧିକ ଉଚ୍ଚୋକୋଟୀର ଗବେଷଣା ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା ଓ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ସର୍ବଦା ଉତ୍ସାହିତ କରି ଆସିବା ସହ ପ୍ରୋତ୍ସାହନ ଯୋଗାଇ ଦେଇଆସୁଛି। ସେହିପରି ଶିକ୍ଷାଦାନ କ୍ଷେତ୍ରରେ ନୂତନ ସୃଜନ ଓ କୌଶଳକୁ ଉପଯୋଗ କରିଆସୁଛି। ଏହି ସଫଳତାରେ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରି କହିଛନ୍ତି କିଟ୍‍ ବିଶ୍ୱବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ଓ ଗବେଷଣା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ବିଶ୍ୱ ବିଶ୍ୱବିଦ୍ୟାଳୟ ର୍ୟାଙ୍କିଙ୍ଗ୍‍ରେ ଉନ୍ନତ ପ୍ରଦର୍ଶନ ଦିଗରେ କିଟ୍‍ ବିଶ୍ୱବିଦ୍ୟାଳୟ ଉଦ୍ୟମ ଜାରି ରଖିବ ବୋଲି ସେ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories