www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରପର୍ଟି ଟ୍ୟାକ୍ସ ପ୍ରତ୍ୟାହାର ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ବେଆଇନ୍ ଭାବେ ୧୦ ଗୁଣା ବର୍ଦ୍ଧିତ ଘର ଟିକସ (ହୋଲ୍ଡିଂ ଟ୍ୟାକ୍ସ) ଏବଂ ସମ୍ପତ୍ତି ଟିକସ (ପ୍ରପର୍ଟି ଟ୍ୟାକ୍ସ) ପ୍ରତ୍ୟାହାର ଦାବିରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସାମନ୍ତରାପୁର ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶ୍ରୀ ଦାସ ଏହି ପରିପ୍ରେକ୍ଷୀରେ କହିଥିଲେ ଯେ, ଏହି ଟ୍ୟାକ୍ସ କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତାବିଡା ସଦୃଶ। ପୂର୍ବରୁ ଘର ଉପରେ ଦେୟ ଆଦାୟ ହେଉଥିବା ବେଳେ ବର୍ତମାନ ଏହା ସଂପୂର୍ଣ୍ଣ ଜମିର ବାର୍ଷିକ ମୂଲ୍ୟ (ନିର୍ଦ୍ଧାରିତ ବେଞ୍ଚ୍‌ ମାର୍କ)ର ୦.୫ ପ୍ରତିଶତ ଆଦାୟ କରାଯିବ, ଯାହାକି ସଂପୂର୍ଣ୍ଣ ଭାବେ ବେଆଇନ୍। ଟ୍ୟାକ୍ସ ଆଦାୟ କରାଯାଉଛି କିନ୍ତୁ ଡ୍ରେନେଜ୍ ବ୍ୟବସ୍ଥା, ପରିଚ୍ଛନ୍ନତା, ପାନୀୟଜଳ, ରାସ୍ତାଘାଟ, ବିଦ୍ୟୁତ୍ ସରବରାହ ଅବ୍ୟବସ୍ଥିତ ହୋଇ ପଡିଛି। ଯଦି ଏହି ବେଆଇନ୍ ଭାବେ ବୃଦ୍ଧି କରାଯାଉଥିବା ଟ୍ୟାକ୍ସକୁ ଭୁବନେଶ୍ୱର ମହାନଗର ନିଗମ ପ୍ରତ୍ୟାହାର ନକରନ୍ତି ତେବେ ଆଗାମୀ ଦିନରେ ଏହା ବୃହତ୍ ଆନ୍ଦୋଳନର ରୂପ ନେବ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ବିଏମ୍‌ସି ଘେରାଉ କରିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି । ପରିଶେଷରେ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଆଶିଷ ମଲ୍ଲିକ, ଅଶୋକ ଦାସ, ମିହିର ଆଚାର୍ଯ୍ୟ, ଶତୃଘ୍ନ ବେହେରା, ବେଣୁଧର ପାତ୍ର, ଶ୍ରିୟା ମହାନ୍ତି, ଶ୍ରେୟା ପଣ୍ଡା ପ୍ରମୁଖ ଏକ ଦଶଜଣିଆ ପ୍ରତିନିଧି ଦଳ ବିଶ୍ୱଜିତ୍ ଦାସଙ୍କ ନେତୃତ୍ୱରେ ସାମନ୍ତରାପୁର ଛକ ସ୍ଥିତ ବିଏମ୍‌ସି ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ ଡେପୁଟି କମିଶନରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories