www.samajalive.in
Sunday, December 14, 2025
15.1 C
Bhubaneswar

ଖରାଦିନରେ କମଳା, ଲେମ୍ବୁ, ଅଁଳା, ଅଙ୍ଗୁର, ଟମାଟୋ ଆଦି ଖାଇଲେ ମୁହଁ ଖୁବ ଉଜ୍ଜ୍ୱଳ ଓ ସତେଜ ରହେ

ଖରାଦିନ ଆରମ୍ଭ ହୋଇସାରିଲାଣି। ଏହି ସମୟରେ ନିଜ ତ୍ୱଚାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଖରାର ପ୍ରଭାବରୁ ତ୍ୱଚା ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହି ସମୟରେ ତ୍ୱଚାର ଅଧିକ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ ତ୍ୱଚା ସମ୍ବନ୍ଧୀୟ କିଛି ଏପରି ଟିପ୍ସ ,ଯାହାକୁ ମାନିବା ଦ୍ୱାରା ଖରା ଦିନରେ ମଧ୍ୟ ଆପଣଙ୍କ ମୁହଁ ସତେଜ ଓ ଉଜ୍ଜ୍ୱଳ ରହିବ।
ଭିଟାମିନ ସି ର ଭରପୁର ମାତ୍ରାରେ ସେବନ କରନ୍ତୁ –
ତ୍ୱଚା ପାଇଁ ଭିଟାମିନ ସି ଖୁବ ଲାଭଦାୟକ ଅଟେ। କମଳା, ଲେମ୍ବୁ, ଅଁଳା, ଅଙ୍ଗୁର, ଟମାଟୋ ଆଦିରେ ଭିଟାମିନ ପ୍ରଚୁର ପରିମାଣରେ ଥାଏ। ଖରାଦିନରେ ଏହି ସମସ୍ତ ଖାଦ୍ୟ ଖାଇଲେ ମୁହଁ ଖୁବ ଉଜ୍ୱଳ ଓ ସତେଜ ରହେ।
ଖରାଦିନରେ ସପ୍ତାହକୁ ଦୁଇ ଥର ହରବଲ ଫେସ ପ୍ୟାକର ବ୍ୟବହାର କରନ୍ତୁ। ମୁହଁ ସହ ଏହି ପ୍ୟାକକୁ ବେକରେ ମଧ୍ୟ ଲଗାନ୍ତୁ। ଏପରି କରିବା ଦ୍ୱାରା ଖରାର ଉତ୍ତାପରୁ ଏହା ମୁହଁକୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ମୁହଁରେ ବିଭିନ୍ନ ଦାଗ ମଧ୍ୟ ସୃଷ୍ଟି ହୋଇନଥାଏ।
ସନସ୍କ୍ରିମ ବ୍ୟବହାର ନିଶ୍ଚୟ କରନ୍ତୁ –
ଖରାଦିନରେ ଆପଣଙ୍କର ନିତିଦିନିଆ କ୍ରିମ ଅପେକ୍ଷା ସନସ୍କ୍ରିମର ବ୍ୟବହାର ନିଶ୍ଚୟ କରନ୍ତୁ। ଏହା ସୂର୍ୟ୍ୟଙ୍କ କ୍ଷତିକାରକ ରଶ୍ମୀରୁ ମୁହଁକୁ ରକ୍ଷା କରେ। ତେଣୁ ବାହାରକୁ ଯିବା ପୂର୍ବରୁ ଏହାକୁ ମୁହଁରେ ନିଶ୍ଚୟ ଲଗାନ୍ତୁ।
ମେକଅପ କମ କରନ୍ତୁ –
ଖରାଦିନରେ ମେକଅପର ବ୍ୟବହାର କମ କରନ୍ତୁ। କାରଣ ଏହି ଦିନରେ ଚର୍ମ ସାଧାରଣତଃ ମେକଅପରେ ଥିବା କେମିକାଲ କାରଣରୁ ଏହା ଉପରେ କୁପ୍ରଭାବ ପକାଏ। ତେଣୁ ଅତିଆବଶ୍ୟକ ନହେଲେ ମେକଅପର ଅଧିକ ବ୍ୟବହାର କରନ୍ତୁ ନାହିଁ।
ଟୋନରର ବ୍ୟବହାର କରନ୍ତୁ –
ତ୍ୱଚାକୁ ସୁସ୍ଥ ରଖିବା ପାଇଁ ନିୟମିତ ଟୋନର ଲଗାନ୍ତୁ। ଟୋନର ବ୍ୟବହାର ଫଳରେ ମୁହଁରେ ଥିବା ଦୂଷିତ ପଦାର୍ଥ ବାହାରି ଯାଇଥାଏ। ଯେକୌଣସି ହରବଲ ଟୋନର ବ୍ୟବହାର କରିପାରିବେ।
ଅଧିକ ପାଣି ପିଅନ୍ତୁ –
ତ୍ୱଚାକୁ ଉଜ୍ୱଳ ଓ ସୁସ୍ଥ ରହିବା ପାଇଁ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଖରାଦିନରେ ଝାଳ ବୋହିବା କାରଣରୁ ଶରୀରରୁ ଜଳୀୟ ଅଂଶ କମ ହୋଇଯାଏ। ତେଣୁ ଏହି ଦିନରେ ନିହାତି ୨ ରୁ ୩ ଲିଟର ଜଳ ପିଅନ୍ତୁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories