www.samajalive.in
Sunday, December 14, 2025
14.1 C
Bhubaneswar

ମହେନ୍ଦ୍ରଗିରି ଠାରେ ବିନା ଭକ୍ତରେ ପାଳନ ହେଲା ଶିବରାତ୍ର ଉତ୍ସବ

ରାୟଗଡ/ଗଜପତି : ଓଡିଶାର ହିମାଳୟ ତଥା ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଇତିହାସରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବିନା ଭକ୍ତରେ ଶିବରାତ୍ରୀ ବା ଜାଗର ପାଳନ ହୋଇଯାଇଛି । କିନ୍ତୁ ମହେନ୍ଦ୍ରିଗିରି ଠାରେ ପୂର୍ବ ପରମ୍ପରା ଅନୁସାରେ ଶିବରାତ୍ର ଜାଗର ପାଳନ ଓ ମହାଦୀପ ଶିବରାତ୍ର ପୂର୍ବଦିନ ରାତ୍ରରେ ଅନୁଷ୍ଠିତ ହୁଏ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହେନ୍ଦ୍ରଗିରି ଠାରେ ଗତକାଲି ରାତିରେ ମହାଶିବରାତ୍ରୀ ପାଳନ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେବଳ ମହେନ୍ଦ୍ରଗିରି ଠାରେ ପୂଜାପାଠ ଓ ବିଧି ବିଧାନ ପାଳନ ପୂଜକମାନଙ୍କ ଦ୍ଵାରା କରାଯିବା ପାଇଁ ପୂର୍ବରୁ ନିଷ୍ପତ୍ତି ଗ୍ରହଣ କରି ବିନା ଭକ୍ତରେ ଚଳିତ ବର୍ଷ ମହେନ୍ଦ୍ରଗିରିରେ ଜାଗର ପାଳନ ପାଇଁ ୧୫ ଦିନ ପୂର୍ବରୁ ଗଜପତିର ପଡୋଶୀ ଆନ୍ଧ୍ର, ଗଂଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ ପ୍ରଚାର କରିଥିଲେ । ଏଥି ସହ ମହେନ୍ଦ୍ରଗିରି ଯିବାକୁ ରହିଥିବା ବିଭିନ୍ନ ରାସ୍ତା ଯଥା ବୁରୁଖତ, ରାଜବସା, ବାରଘର, ଚମ୍ପାପୁର, ଗୁଡିଖୁଡି, ଗଙ୍ଗାବାଡ, କଇଁପୁର ଆଦି ବିଭିନ୍ନ ୧୪ଟି ସ୍ଥାନରେ ଜିଲ୍ଲା ପ୍ରଶାସନ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଗତ ଦୁଇ ଦିନ ଧରି ସଜାଗ ରଖିଥିଲେ । ତେଣୁ ଚଳିତ ବର୍ଷ ଜଣେ ହେଲେ ଭକ୍ତ ମହେନ୍ଦ୍ରଗିରିକୁ ଜାଗର ପାଳନ ପାଇଁ ଯୋଗ ଦେଇ ନଥିଲେ ।

ସୂଚନାଯୋଗ୍ୟ ଯେ, ପ୍ରତ୍ୟେକ ବର୍ଷ ଶିବରାତ୍ରୀ ପାଳନ ପାଇଁ ମହେନ୍ଦ୍ରଗିରି ଠାରେରାଜ୍ୟ ପଡୋଶୀ ରାଜ୍ୟର ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଜାଗର ପାଳନ କରାଯାଇଥାଏ । ବର୍ତ୍ତମାନ କରୋନାର ଭୟାଭହତା ପୁଣି ଦେଖା ଦେଇଥିବାରୁ ଚଳିତ ବର୍ଷ ଗଜପତି ପ୍ରଶାସନ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରଥିଲେ । ତେଣୁ ଚଳିତ ବର୍ଷ କେବଳ ମହେନ୍ଦ୍ରଗିରି ଠାରେ ଥିବା କୁନ୍ତି, ଭୀମ, ଯୁଧିଷ୍ଠିର, ଅର୍ଜୁନ, ଗୋକର୍ଣ୍ଣେଶ୍ୱର ଆଦି ମନ୍ଦିର ଗୁଡିକରେ କେବଳ ସେବାୟତଙ୍କ ଦ୍ୱାରା ଶିବରାତ୍ରର ଯଥାରୀତି ଅନୁଯାୟୀ ପୂଜାପାଠ ଓ ବିଧିବିଧାନ କରାଯାଇଥିଲା । ଗତକାଲି ରାତ୍ର ୧୨ଘଣ୍ଟା ସମୟରେ ବିଧି ଅନୁଯାଇ ମହାଦୀପ ପ୍ରଜ୍ୱୋଳନ କରାଯାଇଥିଲା । ଗତ ଦୁଇଦିନ ଧରି ମହେନ୍ଦ୍ରଗିରି ଶିଖରରେ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପୁଲିସ ଏସ୍‌ଡିପିଓ ରାମକୃଷ୍ଣ ପତି, ରାୟଗଡ ତହସିଲଦାର ଲୀଳାବତୀ ଆଚାର୍ୟ୍ୟ ପ୍ରମୁଖଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ଓ ପୁଲିସ ସଜାଗ ରହିଥଲେ ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories