www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ପୀଠର ଉଠିଲା ମହାଦୀପ, ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ। ପାରମ୍ପରିକ ବେଢ଼ା ପରିକ୍ରମା ପରେ ମହାଦୀପ ଉଠିଥିଲା। ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା। ସଅଳ ନୀତିକାନ୍ତି ଶେଷ ହେବା ପରେ ମହାଦୀପ ଉଠିଥିଲା। ନିର୍ଦ୍ଧାରିତ ସମୟର ୧୫ ମିନିଟ ପୂର୍ବରୁ ମହାଦୀପ ଉଠିଲା। ଏହି ସମୟରେ ଜୟ ଶ୍ରୀଲିଙ୍ଗରାଜ ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଲା ଏକାମ୍ର କ୍ଷେତ୍ର। ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଗୁରୁବାର ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗରଯାତ୍ରା ଅନୁଷ୍ଠିତ ହୋଇଛି।


ଆଜି କୋଭିଡ୍ କଟକଣା ଭିତରେ ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଳିତ ହୋଇଛି। ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ପ୍ରାୟ ୯ଟା ୪୦ ସମୟରେ ମହାଦୀପ ଉଠିଛି। ଶ୍ରୀଜୀଉଙ୍କ ଜାଗର ଯାତ୍ରା ଅବସରରେ ୭ ଥର ଲିଙ୍ଗରାଜ ମନ୍ଦିର ବେଢ଼ା ପରିକ୍ରମା ପରେ ୫ ଜଣ ସମର୍ଥା ମହାଦୀପ ଉଠାଇଛନ୍ତି। ଧାର୍ଯ୍ୟ ସମୟର ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଛି । ହର ହର ମହାଦେବ ଧ୍ୱନିରେ କମ୍ପିଥିଲା ଲିଙ୍ଗରାଜ ମନ୍ଦିର ପରିସର । ରାତି ୧୦ଟାରେ ମହାଦୀପ ଉଠିବା ନେଇ ସମୟ ଧାର୍ଯ୍ୟ ହୋଇଥିଲା।

- Advertisement -


ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି ଶେଷ ହେବା ପରେ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ମହାଦୀପ ଉଠିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ରାତି ସାଢ଼େ ୯.୪୦ରେ ମହାଦୀପ ଉଠିଛି । ଏହାପରେ ସାହାଣମେଲା ଦର୍ଶନ ରାତ୍ର ୧୦ରୁ ୧୧, ଚାରି ପ୍ରହର ପୂଜା ରାତ୍ର ୧୧. ୩୦ରୁ ୩.୩୦, ହରିହର ଭେଟ ଭୋର ୩.୩୦ରୁ ୪.୩୦ ପର୍ଯ୍ୟନ୍ତ ଚାଲିବ । ଭୋର୍ ୪.୩୦ରୁ ସକାଳ ୫.୧୫ ପର୍ଯ୍ୟନ୍ତ ବଡ଼ ସିଂହାର ଓ ପହୁଡ଼ ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।


ମହାଶିବରାତ୍ରୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠ। କୋଭିଡ୍ କଟକଣା ଭିତରେ ଭୋରରୁ ପୀଠରେ ନୀତିକାନ୍ତି ଚାଲିଛି। ଏହାସହ ମନ୍ଦିରରେ ଭକ୍ତଙ୍କ ନାହିଁ ନଥିବା ଭିଡ଼ ବି ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ନିର୍ଜଳ ଉପବାସ ରଖିବା ସହ ଦୀପ ଜାଳି ଶିବଙ୍କ ଉପାସନା କରୁଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories