www.samajalive.in
Saturday, December 13, 2025
18.1 C
Bhubaneswar

କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ଭେଟିଲେ ମୟୂରଭଞ୍ଜ ସାଂସଦ, ସତ ଜାଣିବାକୁ କମିଟି ଗଠନ ପ୍ରସ୍ତାବ

ନୂଆଦିଲ୍ଲୀ: ଶିମିଳିପାଳରେ ନିଆଁ ଲାଗିବା ଘଟଣାର ସତ୍ୟାସତ୍ୟ ଜାଣିବା ଲାଗି କେନ୍ଦ୍ର ସରକାର ଏକ କମିଟି ଗଠନ କରିବାକୁ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ଭେଟି ମୟୁରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ ପ୍ରସ୍ତାବ ଦେଇଛନ୍ତି। ଶିମିଳିପାଳ ଅଞ୍ଚଳର ବାସ୍ତବିକ ସ୍ଥିତି ବିଷୟରେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ଅବଗତ କରିବା ସହ ବନାଗ୍ନି ଦ୍ୱାରା ହୋଇଥିବା କ୍ଷୟକ୍ଷତି ଏବଂ ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ ବିଷୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଏକ ରିପୋର୍ଟ ପ୍ରଦାନ କରିଥିଲେ।

ଗତ ଏକ ମାସ ଧରି ଶିମିଳିପାଳର ବିଭିନ୍ନ ସ୍ଥାନକୁ ନିଆଁ ବ୍ୟାପିବା ଘଟଣାରେ ବନ ବିଭାଗର ଅବହେଳାକୁ ମୟୁରଭଞ୍ଜ ସାଂସଦ ସିଧାସଳଖ ଦାୟୀ କରିବା ସହ ନିଆଁ କିପରି ଅଣାୟତ୍ତ ହୋଇ ଅଭୟାରଣ୍ୟର ବିଭିନ୍ନ ସ୍ଥାନକୁ ବ୍ୟାପିଲା ତାହା ଲୋକଲୋଚନକୁ ଆସିବା ଆବଶ୍ୟକ ବୋଲି କହିଥିଲେ। ଶିମିଳିପାଳ କରଞ୍ଜିଆ ଡିଭିଜନ ଅନ୍ତର୍ଗତ ସାତକୋଶିଆ ଠାରେ ଫେବୃଆରୀ ୭ରେ ପ୍ରଥମେ ନିଆଁ ଲାଗିବା ଘଟଣା ଜଣାପଡ଼ିବା ପରେ ମଧ୍ୟ କାହିଁକି ରୋକାଯିବା ଲାଗି ଆବଶ୍ୟକୀୟ ପଦକ୍ଷେପ ନିଆଗଲାନାହିଁ। ନିଆଁ ଲାଗିବା ଏବଂ ପରେ ବିଭିନ୍ନ ସ୍ଥାନକୁ ବ୍ୟାପିବା ଘଟଣାରେ ଜଙ୍ଗଲ ମାଫିଆ-ବନ ବିଭାଗ କର୍ମଚାରୀଙ୍କ ସଂପୃକ୍ତି ନେଇ ସନ୍ଦେହ ପ୍ରକାଶ କରିଥିଲେ ଇଂ ଟୁଡୁ।

- Advertisement -

ପ୍ରାରମ୍ଭରେ ବନ ବିଭାଗ ସତର୍କତା ଅବଲମ୍ବନ କରିଥିଲେ ହୁଏତ ଜଙ୍ଗଲରେ ଏତେ ନିଆଁ ବ୍ୟାପୀ ନଥାନ୍ତା। କେବଳ ଜଙ୍ଗଲ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ଜଙ୍ଗଲ ସୁରକ୍ଷା ହୋଇପାରିବ ନାହିଁ। ସ୍ଥାନୀୟ ଜନତା, ବନବାସୀ, ପ୍ରକୃତିପ୍ରେମୀ, ଏନଜିଓ, ଜନପ୍ରତିନିଧି ଆଦିଙ୍କ ସହଭାଗିତା ବିନା ଜଙ୍ଗଲ ସୁରକ୍ଷା ଆଦୌ ସମ୍ଭବ ନୁହେଁ। ଭବିଷ୍ୟତରେ ଏଭଳି ଅଘଟଣକୁ ରୋକିବାକୁ ହେଲେ ସମସ୍ତଙ୍କୁ ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ସାମିଲ କରିବାକୁ ମୟୂରଭଞ୍ଜ ସାଂସଦ ଇଂ ଟୁଡୁ ଦାବି କରିଥିଲେ। ଶିମିଳିପାଳ ନିଆଁ ଲାଗିବା ଘଟଣାରେ କିଏ ପ୍ରକୃତ ଦୋଷୀ ସେ ବିଷୟରେ ଜନତାଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି ହୋଇଛି।

ଦୋଷୀଙ୍କୁ ଚିହ୍ନଟ କରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଗଲେ ଅସାଧୁ ଜଙ୍ଗଲ ବିଭାଗ କର୍ମଚାରୀ ଓ ଜଙ୍ଗଲ ମାଫିଆଙ୍କ ମଧ୍ୟରେ ଭୟ ସୃଷ୍ଟି ହେବ ଏବଂ ଭବିଷ୍ୟତରେ ଏଭଳି ଅଘଟଣର ପୁନାରୁବୃତ୍ତିକୁ ରୋକାଯାଇପାରିବ। ଶିମିଳିପାଳରେ ନିଆଁକୁ ଆୟତ୍ତ କରିବା ଲାଗି କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇ ଦେବାକୁ ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories