www.samajalive.in
Wednesday, December 10, 2025
16.1 C
Bhubaneswar

ତିନି ମାସ ହେଲା ମିଳିନାହିଁ ମନରେଗା ଶ୍ରମିକଙ୍କୁ ପ୍ରାପ୍ୟ

ପାଟଣା : ଦେଶରେ କରୋନା ସଙ୍କଟ ସମୟରେ କାମଧନ୍ଦା ନ ପାଇ ଘରେ ହାତବାନ୍ଧି ବସିଥିବା ଶ୍ରମଜୀବୀ ପରିବାର ଓ ଘରବାହୁଡା ପ୍ରବାସୀ ଶ୍ରମଜୀବୀଙ୍କୁ ନିଜ ନିଜ ପଂଚାୟତରେ କାମ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପ୍ରତି ବ୍ଲକ ଅଂଚଳର ପ୍ରତ୍ୟେକ ପଂଚାୟତ ପାଇଁ ବିପୁଳ ପରିମାଣର ଅର୍ଥ ବରାଦ କରିଥିଲେ। ଗୋଟିଏ ଗୋଟିଏ ବ୍ଲକକୁ ୫୦ କୋଟି ଟଙ୍କା ଯାଏ ଅର୍ଥ ଦିଆଯାଇଥିବାରୁ ଗୋଟିଏ ଗୋଟିଏ ପଂଚାୟତ ପାଇଁ ଦୁଇ କୋଟି ଟଙ୍କାରୁ ଅଧିକ ଅର୍ଥ ଦିଆଯାଇଛି। ଇତି ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ କରି ବାଃ ବାଃ ନେବା ପାଇଁ ବିଭିନ୍ନ ବ୍ଲକ ମଧ୍ୟରେ ପ୍ରତିଯୋଗିତା ହୋଇ ୩ରୁ ୪ ଟି ବ୍ଲକ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରମଦିବସ ସୃଷ୍ଟି କରି ଜିଲ୍ଲା ପ୍ରଶାସନ ଦ୍ୱାରା ପୁରସ୍କୃତ ମଧ୍ୟ ହେଲେଣି। ଅପର ପକ୍ଷରେ ଏହି ଯୋଜନାରେ ଗ୍ରାମାଂଚଳରେ କାମ କରିଥିବା ହଜାର ହଜାର ଶ୍ରମଜୀବିଙ୍କୁ ପାଟଣା ଓ ସାହାରପଡା ବ୍ଲକ ଅଂଚଳରେ ତିନିମାସ ହେଲା ସେମାନଙ୍କର ପ୍ରାପ୍ୟ ଦିଆଯାଇ ନ ଥିବାରୁ ସେମାନଙ୍କ ପରିବାର ଅନାହାରରେ ଦିନ କାଟୁଛନ୍ତି। ଯାହାଫଳରେ ଶ୍ରମଜୀବୀମାନେ ପଂଚାୟତରେ ପହଞ୍ଚି ଟଙ୍କା ଦେବାକୁ ଦାବି କରିବାରୁ ସେମାନଙ୍କୁ ଦେଖିଲେ ଗ୍ରାମ ରୋଜଗାର ସେବକ ଓ ଗ୍ରାମସାଥି ମାନେ ଲୁଚୁଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ମନରେଗା ଶ୍ରମିକଙ୍କ ପାଇଁ ଦୈନିକ ମଜୁରୀ ୨୦୭ ଟଙ୍କା ଧାର୍ଯ୍ୟ କରିଥିବା ବେଳେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଖଣିଜ ପାଣ୍ଠିରୁ ଶ୍ରମଜୀବୀମାନଙ୍କୁ ସ୍ୱତନ୍ତ୍ର ଭାବେ ଅତିରିକ୍ତ ୯୬ ଟଙ୍କା ୪୦ ପଇସା ମିଶାଇ ଦିଆଯାଉଥିବାରୁ ଜିଲ୍ଲାରେ ଶ୍ରମଜୀବୀଙ୍କ ଦୈନିକ ମଜୁରୀ ୩୦୩ ଟଙ୍କା ୪୦ ପଇସା ରହିଛି। ହେଲେ ତିନିମାସ ଧରି ଶ୍ରମଜୀବୀମାନଙ୍କୁ ପ୍ରାପ୍ୟ ନ ମିଳିବା କାରଣରୁ ଅଧିକାଂଶ ଶ୍ରମଜୀବି ଏବେ ଦାଦନ ମୁହାଁ ହେଉଥିବାରୁ ସମସ୍ୟାର ସମାଧାନ କରାଯିବାକୁ ଦାବି ହେଉଛି ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories