www.samajalive.in
Saturday, December 6, 2025
16.1 C
Bhubaneswar

ଅଶ୍ଵିନ ଫେବୃୟାରୀ ମାସର ସର୍ବଶ୍ରେଷ୍ଠ କ୍ରିକେଟର

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଫେବୃୟାରୀ ମାସର ସର୍ବଶ୍ରେଷ୍ଠ କ୍ରିକେଟର ଘୋଷଣା କରାଯାଇଛି। ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଫେବୃୟାରୀ ମାସର ସର୍ବଶ୍ରେଷ୍ଠ କ୍ରିକେଟର ବିବେଚିତ ହୋଇଛନ୍ତି। ଏହି ପୁରସ୍କାର ପାଇଁ ୩ ଜଣ ଖେଳାଳିଙ୍କ ନାମ ଚୟନ ହୋଇଥିଲା। କିନ୍ତୁ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଏବଂ ୱେଷ୍ଟଇଣ୍ଡିଜର ଯୁବ ବ୍ୟାଟ୍ସମ୍ୟାନ କାଇଲ୍‌ ମେୟର୍ସଙ୍କୁ ପଛରେ ପକାଇ ଅଶ୍ଵିନ ଏହି ପୁରସ୍କାର ହାତେଇଛନ୍ତି।

ଅଶ୍ଵିନ ଗତ ଫେବୃୟାରୀରେ ଇଂଲଣ୍ଡ ବିପକ୍ଷରେ ୩ଟି ଟେଷ୍ଟ ମ୍ୟାଚ ଖେଳିଥିଲେ। ୨ୟ ଟେଷ୍ଟରେ ସେ ଭଲ ବୋଲିଂ ପ୍ରଦର୍ଶନ କରିଥିବାବେଳେ ୨ୟ ଇନିଂସରେ ୧୦୬ କରି ଭାରତର ବିଜୟକୁ ସୁନିଶ୍ଚିତ କରାଇଥିଲେ। ଅହମଦାବାଦରେ ଖେଳାଯାଇଥିବା ୩ୟ ଟେଷ୍ଟରେ ୭ ଉଇକେଟ ହାସଲ କରି ୪୦୦ ଉଇକେଟ୍‌ କ୍ଲବରେ ନିଜ ନାମକୁ ସାମିଲ କରିଥିଲେ।

- Advertisement -

ଫେବୃୟାରୀ ମାସରେ ସେ ୩ଟି ଟେଷ୍ଟରେ ୧୭୬ ରନ୍‌ ସଂଗ୍ରହ କରିବା ସହିତ ୨୪ ଉଇକେଟ୍‌ ନେଇଥିଲେ। ୪ ମ୍ୟାଚ ବିଶିଷ୍ଟ ସିରିଜରେ ​ଅଶ୍ଵିନ ୩୨ଟି ଉଇକେଟ୍‌ ଅକ୍ତିଆର କରିଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories