www.samajalive.in
Saturday, December 6, 2025
23.1 C
Bhubaneswar

ପୁଲିସ କମିଶନର ଦାୟିତ୍ୱ ଗ୍ରହଣ କଲେ ସୌମେନ୍ଦ୍ର: କହିଲେ, ଅସମାପ୍ତ କାମ ଶେଷ କରିବି

ଭୁବନେଶ୍ୱର: ଦ୍ୱୈତ ନଗରୀର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‍ ସୌମେନ୍ଦ୍ର ପ୍ରିୟଦର୍ଶୀ। ମଙ୍ଗଳବାର ଭୁବନେଶ୍ୱର କମିଶନରେଟ୍‍ ପୁଲିସ କାର୍ଯ୍ୟାଳୟରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ପୁଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗାର୍ଡ଼ ଅଫ୍‍ ଅନର୍‍ ସହ ନୂତନ ସିପି ଭାବେ ଶ୍ରୀ ପ୍ରିୟଦର୍ଶୀଙ୍କୁ ସ୍ୱାଗତ କରାଯାଇଛି। ୧୯୯୫ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପୂର୍ବରୁ ବିଭିନ୍ନ ପଦପଦବୀରେ ସଫଳତାର ସହ କାର୍ଯ୍ୟ କରିଥିବା ବେଳେ କିଛିଦିନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଏବଂ ପାଠକ ବାପ ପୁଅ ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଥିଲେ।

ଗତକାଲି ରାଜ୍ୟ ସରକାର ନୂତନ ପୁଲିସ କମିଶନର ବିଷୟ ଘୋଷଣା କରିବା ପରେ ଶ୍ରୀ ପ୍ରିୟଦର୍ଶୀ ଗଣମାଧ୍ୟମକୁ କହିଥିଲେ, ସରକାର ମୋତେ ଏତେ ବଡ଼ ଦାୟିତ୍ୱ ବିଶ୍ୱାସର ସହ ଦେଇଛନ୍ତି, ତେଣୁ ମୁଁ ସଠିକ୍‍ ଢଙ୍ଗରେ ଦାୟିତ୍ୱ ସମ୍ପନ୍ନ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବି।

- Advertisement -

ସୂଚନାଯୋଗ୍ୟ, ଗତକାଲି ଏହି ବଦଳି ତାଲିକାରେ ବରିଷ୍ଠ ପୁଲିସ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୁଲିସ ଗୃହ ନିର୍ମାଣ ବିଭାଗର ଡିଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ସେହି ବିଭାଗର ଡିଜି ଭାବେ କାର୍ଯ୍ୟ କରୁଥିବା ଆଇପିଏସ୍‍ ଏମ୍‍. ଅକ୍ଷୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ଼ ବିଭାଗର ଡିଜି ଭାବେ ଅବସ୍ଥାପିତ କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories